ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଚନ୍ଦୌଲିରେ ବସବାସ କରୁଥିବା   ଜଣେ କିନ୍ନରଙ୍କୁ ନେଇ ଚାରିଆଡେ ପ୍ରଶଂସା କରାଯାଉଛି। ଉକ୍ତ କିନ୍ନର ଜଣକ ଅଟୋରୁ ନବଜାତକୁ ପାଇବା ପ‌ରେ ଆଦରି ନେଇଥିଲେ। ଆଉ ଶିଶୁକୁ ସେ କାହାକୁ ନଦେଇ ନିଜ ପାଖରେ ରଖି ବଡ଼ ଅଫିସର କରିବେ ବୋଲ ସମସ୍ତଙ୍କୁ ସ୍ପଷ୍ଟ ଭାବେ କହି ଦେଇଥିଲେ।

Advertisment

ସୂଚନାଯୋଗ୍ୟ, ଦିନଦୟାଲ ଉପାଧ୍ୟାୟ ରେଲୱେ ଜଂକସନରେ ରାଜୁ ନାମକ ଜଣେ ଅଟୋ ଚାଳକ ତାଙ୍କ ଅଟୋକୁ ଛିଡ଼ା କରି ଚା’ ପିଇବା ପାଇଁ ଚାଲି ଯାଇଥିଲେ।  ରାଜୁ ଚା’ ପିଇ ଫେରିବା ପରେ ଦେଖିଲେ ‌‌ ଯେ ତାଙ୍କ ଅଟୋର ପଛ ସିଟରେ ଏକ ମିଠା ବାକ୍ସ ରହିଛି। ଉକ୍ତ ବାକ୍ସରେ କ’ଣ ଅଛି ବୋଲି ଖୋଲି ଦେଖିଲା ବେଳକୁ ତା’ ଭିତରେ ନବଜାତ ଶିଶୁ ଥିଲା।

ଅଟୋରେ ନବଜାତ ଥିବା‌ ଖବର ପ୍ରଘଟ ହେବାପରେ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଏହି ସମୟରେ କିନ୍ନର ଜୋୟା ଉକ୍ତ ଶିଶୁକୁ ଅଟୋରୁ ନିଜ କୋଳକୁ ନେଇ ତାଙ୍କ ପାଖରେ ରଖିବେ ବୋଲି କହିଥିଲେ। କେବଳ ଏତିକି ନୁହେଁ ଏହି ଶିଶୁକୁ ସେ ଭଗବାନଙ୍କ ଉପହାର ଭାବି ନିଜ ପାଖ‌ରେ ରଖି ପାଠପଢ଼ାଇ ବଡ଼ ମଣିଷ କରିବେ ବୋଲି ନିଷ୍ପତ୍ତି ‌ନେଇଛନ୍ତି।

ବର୍ତ୍ତମାନ ଶିଶୁ  ଚାଇଲ୍ଡ ହେଲପ ଲାଇନଙ୍କ ସାହାଯ୍ୟରେ ଶିଶୁ ଗୃହରେ ରହିଛି। ସେଠାରେ ଡାକ୍ତରୀଦଳ ପହଞ୍ଚି ଶିଶୁର ଚିକିତ୍ସା ଆରମ୍ଭ କରିଛନ୍ତି।