ନଭେମ୍ବର ୩୦ ସୁଦ୍ଧା ଅବସରପ୍ରାପ୍ତ ପେନସନ୍‌ଧାରୀ ନିଜ ଜୀବନ ପ୍ରମାଣପତ୍ର ଜମା ନ କଲେ ମିଳିବ ନାହିଁ ପେନସନ୍‌!

ଯଦି ଆପଣ କାର୍ଯ୍ୟକ୍ଷେତ୍ରରୁ ଅବସର ନେଇ ସାରିଛନ୍ତି ଏବଂ ପେନସନର ଲାଭ ନେଉଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ ଅଟେ। ପେନସନର ଲାଭ ଉଠାଉଥିବା ଲୋକ ନଭେମ୍ବର ୩୦,୨୦୧୮ ଭିତରେ ନିଜର ଜୀବନ ପ୍ରମାଣପତ୍ର ଜମା କରିବା ଅନିବାର୍ଯ୍ୟ ଅଟେ । ବର୍ତ୍ତମାନ ଆପଣଙ୍କ ପାଖରେ ମାତ୍ର ଅଳ୍ପ ଦିନର ସମୟ ଅଛି। ଏହି ସମୟ ମଧ୍ୟରେ ଆପଣ ଜୀବନ ପ୍ରମାଣପତ୍ର ନ ଜମା କଲେ ଆଗକୁ ପେନସନର ଲାଭ ଉଠାଇ ପାରିବେ ନାହିଁ । ଅବସରପ୍ରାପ୍ତ ବ୍ୟକ୍ତି ନିଜ ଜୀବନ ପ୍ରମାଣପତ୍ର ପେନସନ୍ ଆକାଉଣ୍ଟ ଥିବା ଏସବିଆଇ ବ୍ରାଞ୍ଚ୍ କିମ୍ବା ସିଏସଇ ସରକାରୀ ଅଫିସରେ ଯାଇ ଡିଜିଟାଲି ଜମା କରିପାରିବେ ।

ଘରେ ବସି ଜମା କରିପାରିବେ : ଏସବିଆଇ ତରଫରୁ ପେନସନ୍ ଧାରୀଙ୍କୁ ସୁଚାରୁ ରୂପେ ପେନସନ୍ ରାଶି ପାଇବା ପାଇଁ ୩୦ ନଭେମ୍ବର ପୂର୍ବରୁ ଜୀବନ ପ୍ରମାଣପତ୍ର ଜମା କରିବାକୁ କୁହାଯାଇଛି । ତେବେ ବ୍ୟାଙ୍କ ମୁତାବକ ଅନଲାଇନ୍ ଆଧାରରେ ଜୀବନ ପ୍ରମାଣପତ୍ର ଜାରି କରିବା ପାଇଁ କିଛି ସମୟ ଲାଗିବ ।

ଅଫଲାଇନ୍ ଜରିଆରେ ମଧ୍ୟ ଜମା କରିପାରିବେ : ବ୍ରାଞ୍ଚ୍ କୁ ଯିବା ପୂର୍ବରୁ ପେନସନ୍ ଧାରକ ନିଜ ଆଧାରକାର୍ଡ ନମ୍ବର,ପେନସନ୍ ଡିଟେଲ୍ ଏବଂ ପେନସନ୍ ଖାତା ବିବରଣୀ ଦେଇ ଜୀବନ ପ୍ରମାଣପତ୍ରକୁ ପ୍ରମାଣିତ କରନ୍ତୁ । ଡିଜିଟାଲ୍ ଜୀବନ ପ୍ରମାଣପତ୍ରକୁ ସବମିଟ୍ କରିବା ପରେ ପେନସନ୍ ଧାରକଙ୍କ ମୋବାଇଲ୍ ନମ୍ବର,ଟ୍ରାଜାକସନ୍ ଆଇଡିର ବିବରଣୀ ଆସିଯିବ । ଏହାପରେ ପେନସନ୍ ଧାରକ ଜୀବନ ପ୍ରମାଣପତ୍ର ୱେବସାଇଟକୁ ଯାଇ ଏହାକୁ ଡାଉନଲୋଡ୍ ମଧ୍ୟ କରିପାରିବେ ।

କ’ଣ ହୋଇଥାଏ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ?
ଜୀବନ ପ୍ରମାଣ ଏକ ଆଧାର ବେସଡ୍ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ହୋଇଥାଏ । ଜୀବନ ପ୍ରମାଣ ସାହାଯ୍ୟରେ ପେନସନର୍ ନିକଟତମ ବ୍ୟାଙ୍କ,କମନ୍ ସର୍ଭିସ୍ ସେଣ୍ଟର କିମ୍ବା କୌଣସି ସରକାରୀ ଅଫିସରେ ଯାଇ ଜୀବନ ପ୍ରମାଣପତ୍ର ଆଧାର ନମ୍ବର ଜରିଆରେ ବାୟୋମେଟ୍ରିକାଲି ଅର୍ଥୋଟିକେଟ୍ କରିପାରିବେ । ଏହାସହ ନିଜ ପେନସନ୍ ବ୍ୟାଙ୍କ୍ ଆକାଉଣ୍ଟରେ ଜଡିତ ଥିବା କିଛି ଅନ୍ୟ ଡିଟେଲ୍ ବି ଦେବାକୁ ପଡିବ । ସାର୍ଟିଫିକେଟ୍ ଜମା କରିବା ପାଇଁ ନିକଟତମ ବ୍ୟାଙ୍କ୍ ବ୍ରାଞ୍ଚ୍ ,ସିଏସସି କିମ୍ବା ସରକାରୀ ଅଫିସ୍ ର ଠିକଣାରେ jeevanpramaan.gov.in ‘ଲୋକେଟ୍ ସେଣ୍ଟର’ ଅପସନରେ ଲଗାଇପାରିବେ ।

ସମ୍ବନ୍ଧିତ ଖବର