ଆସନ୍ତୁ ଜାଣିବା କିନ୍ନରଙ୍କ ଜୀବନ ସହ ଜଡ଼ିତ କିଛି ଅଜଣା କଥା : ପ୍ରଭୁ ଶ୍ରୀରାମଙ୍କଠାରୁ ମିଳି ଥିଲା କି ବରଦାନ? କେଉଁ ଭବିଷ୍ୟବାଣୀ ବଳରେ ବଛା ହୁଅନ୍ତି କିନ୍ନରଙ୍କ ଗୁରୁ?

ଆଜି ସୁପ୍ରିମକୋର୍ଟ ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ ବୋଲି ରାୟ ଦେବା ପରେ କିନ୍ନରମାନେ ଖୁସୀ ଜାହିର କରିଛନ୍ତି। କିନ୍ନରଙ୍କ କଥା ସାମ୍ନାକୁ ଆସିଲେ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ । ସାଧାରଣତଃ ଆମେ କିନ୍ନରଙ୍କୁ କୌଣସି ମାଙ୍ଗଳିକ କାର୍ଯ୍ୟରେ କିମ୍ବା ଟ୍ରେନ୍‌ରେ ବା ରାଜରାସ୍ତା ପାର୍ଶ୍ୱରେ ଦେଖିବାକୁ ପାଇଥାଉ। ଏହି କିନ୍ନରମାନେ ରହନ୍ତି କେଉଁଠି? କିପରି ଏମାନଙ୍କର ବିବାହ ହୋଇଥାଏ ? ଏମାନେ କେଉଁ ଦେବାଦେବୀଙ୍କୁ ପୂଜା କରନ୍ତି ? ଏପରି ଅନେକ ପ୍ରଶ୍ନ ମନଭିତରକୁ ଆସିଥାଏ । ତେବେ ଆମେ ଆଜି ଆପଣଙ୍କ ମନ ଭିତରେ ଥିବା ଏହି ସବୁ ପ୍ରଶ୍ନର ଉତ୍ତର ଦେଉଛୁ।

ପ୍ରଭୁ ଶ୍ରୀରାମଙ୍କଠାରୁ ମିଳିଥିଲା ଆଶୀର୍ବାଦ
ପ୍ରଭୁ ଶ୍ରୀରାମ କିନ୍ନରମାନଙ୍କୁ ଦେଇଥିଲେ ଏପରି ବରଦାନ ଯାହା ସେମାନଙ୍କୁ ସାମାଜିକ ଗୁରୁତ୍ୱ ଦେଇଥାଏ । ଶ୍ରୀରାମ ଯେତେବେଳେ ୧୪ ବର୍ଷର ବନବାସ ଯିବାକୁ ବାହାରିଥିଲେ ତାଙ୍କ ପଛରେ ପ୍ରଜା ଓ କିନ୍ନର ସମୁଦାୟ ମଧ୍ୟ ଆସିଥିଲେ ଏହା ଦେଖି ଶ୍ରୀରାମ ସେମାନଙ୍କୁ ଫେରିଯିବାକୁ କହିଥିଲେ । ରାବଣକୁ ବଧ କରି ବିଜୟୀ ହୋଇ ଶ୍ରୀରାମ ୧୪ ବର୍ଷ। ପରେ ଯେତେବେଳେ ଅଯୋଧ୍ୟା ଫେରିଲେ ସେତେବେଳେ ସେ ଦେଖିଲେ ଅନ୍ୟ ପ୍ରଜା ସେଠାରୁ ଫେରି ଯାଇଥିଲେ କିନ୍ତୁ କିନ୍ନରମାନେ ରାମଙ୍କ ଫେରିବା ବାଟକୁ ଅପେକ୍ଷା କରି ସେଠାରେ ବସି ରହିଥିଲେ । କିନ୍ନରଙ୍କ ଭକ୍ତି ଦେଖି ପ୍ରଭୁ ଶ୍ରୀରାମ ପ୍ରସନ୍ନ ହୋଇ ତାଙ୍କୁ ବର ଦେଇଥିଲେ କହିଥିଲେ ତୁମେ ଯାହାକୁ ଆଶୀର୍ବାଦ ଦେବ ସେହି ବ୍ୟକ୍ତିଙ୍କ କାର୍ଯ୍ୟ ସଫଳ ହେବ ।

କିନ୍ନରଙ୍କ ଗୁରୁ ହୋଇଥାନ୍ତି ଭବିଷ୍ୟଦ୍ରଷ୍ଟା
କିନ୍ନରମାନଙ୍କ ମଧ୍ୟ ଗୁରୁ ଅଛନ୍ତି । ଏମାନେ ଗୁରୁ ଶିଷ୍ୟଙ୍କ ସମ୍ପର୍କ ପୂରା ରୀତିନିତିରେ ନିଭାଇଥାନ୍ତି। କିନ୍ନରଙ୍କ ଗୁରୁ ମଧ୍ୟ ଜଣେ କିନ୍ନର ହୋଇଥାନ୍ତି । ଯେଉଁ କିନ୍ନର ଅନ୍ୟ ଜଣେ କିନ୍ନରର କେବେ ମୃତ୍ୟୁ ହେବ ତାର ଭବିଷ୍ୟବାଣୀ କରିଥାନ୍ତି ତାଙ୍କୁ କିନ୍ନରମାନେ ଗୁରୁ ବୋଲି ମାନନ୍ତି । ସାଧାରଣରେ ଲୋକଙ୍କ ଯେମିତି ବିବାହ ହୋଇଥାଏ କିନ୍ନରମାନଙ୍କର ମଧ୍ୟ ସେମିତି ବିବାହ ହୋଇଥାଏ । କିନ୍ନରମାନେ ତାଙ୍କ ଆରାଧ୍ୟ ଦେବତା ଅରବନଙ୍କୁ ବିବାହ କରିଥାନ୍ତି କିନ୍ତୁ ଏହି ବିବାହ ମାତ୍ର ଗୋଟିଏ ଦିନ ପାଇଁ ହୋଇଥାଏ। ବିବାହର ଦିନକ ପରେ ତାଙ୍କ ଦେବତାଙ୍କ ମୃତ୍ୟୁ ହେବା ସଙ୍ଗେ ସଙ୍ଗେ ବୈବାହିକ ସମ୍ପର୍କ ଶେଷ ହୋଇଯାଇଥାଏ ।

Patrika

ଏପରି ଭାବେ ହୋଇଥାଏ କିନ୍ନରଙ୍କ ଅନ୍ତିମ ସଂସ୍କାର
କିନ୍ନରମାନଙ୍କ ଅନ୍ତିମ ସଂସ୍କାର ଦିନ ବଦଳରେ ଅନ୍ଧାର ରାତିରେ ହୋଇଥାଏ । ଏପରି କରିବା ପଛରେ ଏକ ରହସ୍ୟ ରହିଛି, ଯଦି କିନ୍ନରଙ୍କ ଅନ୍ତିମସଂସ୍କାର ସମୟରେ କୌଣସି ସାଧାରଣ ଲୋକ ଏହାକୁ ଦେଖିନିଏ, ତେବେ ସେ ଆର ଜନ୍ମରେ କିନ୍ନର ଜନ୍ମ ନିଏ । ମୃତ୍ୟୁ ପରେ କିନ୍ନରଙ୍କୁ ଦାହ ସଂସ୍କାର ବଦଳରେ ମାଟିରେ ପୋତା ଯାଇଥାଏ ଓ ଏହା ପୂର୍ବରୁ ତାଙ୍କୁ ଚପଲରେ ମାଡ ମରାଯାଏ । ଏପରି କରିବା ଦ୍ୱାରା ସେ କରିଥିବା ସବୁ ପାପ ପୁଣ୍ୟରେ ପରିଣତ ହୋଇଯାଏ ବୋଲି ବିଶ୍ୱାସ ରହିଛି । ଏପରି ଭାବେ କିନ୍ନରଙ୍କ ଅନ୍ତିମ ସଂସ୍କାର ହୋଇଥାଏ ।

ସମ୍ବନ୍ଧିତ ଖବର