ଜାଣନ୍ତୁ କିପରି ଘରକୁ ଅଲକ୍ଷ୍ମୀ ପ୍ରବେଶ କରନ୍ତି, ଲକ୍ଷ୍ମୀ ପଶିପାରନ୍ତି ନାହିଁ

ଆପଣ ଜାଣନ୍ତି କି? ମାଆ ଲକ୍ଷ୍ମୀଙ୍କର ଜଣେ ବଡ଼ ଭଉଣୀ ଅଛନ୍ତି। ତାଙ୍କ ନାଁ ଅଲକ୍ଷ୍ମୀ। ତାଙ୍କର ପ୍ରବୃତ୍ତି ଲକ୍ଷ୍ମୀଙ୍କଠାରୁ ପୂରା ବିପରୀତ। ଯେଉଁଭଳି ମାଆ ଲକ୍ଷ୍ମୀ କାହା ଉପରେ ପ୍ରୀତ ହେଲ ଧନଧାନ୍ୟ, ଯଶକିର୍ତ୍ତୀରେ ଘର ପୂରି ଉଠେ, ସେହିପରି ଅଲକ୍ଷ୍ମୀ ପ୍ରୀତ ହେଲେ ସବୁ ପ୍ରକାରର ବିପଦ ଘରକୁ ମାଡ଼ି ଆସେ। ଘର ଧନ୍ୟ ଶୂନ୍ୟ ହୁଏ, ଯଶ ଶୂନ୍ୟ ହୁଏ। ବିଶ୍ୱାସ ରହିଛି ଯେ ସମୁଦ୍ର ମନ୍ଥନ ସମୟରେ ମାଆ ଲକ୍ଷ୍ମୀଙ୍କ ସହ ଅଲକ୍ଷ୍ମୀ ବି ମିଳିଥିଲେ। ସେ ସବୁବେଳେ ମାଆ ଲକ୍ଷ୍ମୀଙ୍କୁ ଈର୍ଷା କରନ୍ତି। ଦିନେ ଅଲକ୍ଷ୍ମୀ ଋଷି ଉଦଲକ୍ଷଙ୍କୁ ବିବାହ କଲେ। ଉଦଲକ୍ଷ ତାଙ୍କୁ ନିଜ ସହ ତାଙ୍କ ଆଶ୍ରମକୁ ନେବାକୁ କହିଲେ। ମାତ୍ର ଅଲକ୍ଷ୍ମୀ ତାଙ୍କ ସହ ଯିବାକୁ ମନା କରି ଦେଲେ। ସେ କହିଲେ କି ସେ ଆଶ୍ରମରେ ରହିପାରିବେ ନାହିଁ। ସେ ଯେଉଁପରି ସ୍ଥାନରେ ବାସ କରନ୍ତି ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।

ସେ ସବୁବେଳେ ଅଳିଆ, ଅପରିଷ୍କାର ଏବଂ ଅସଜଡ଼ା ଘରେ ରହିବାକୁ ପସନ୍ଦ କରନ୍ତ। ସଫା, ପରିଷ୍କାର ସ୍ଥାନରେ ଅଲକ୍ଷ୍ମୀ ଚଳିପାରନ୍ତି ନାହିଁ। ଏପରି ସ୍ଥାନରେ ଲକ୍ଷ୍ମୀ ରହିବାକୁ ପସନ୍ଦ କରନ୍ତି।

ଯେଉଁ ପରିବାରରେ ସବୁବେଳେ କଳିଗୋଳ ଏବଂ ମାଡ଼ପିଟା ଲାଗି ରହିଥାଏ ଅଲକ୍ଷ୍ମୀ ସେପରି ଘରେ ରହିବାକୁ ପସନ୍ଦ କରିଥାନ୍ତି। ଅନୈତିକ କାର୍ଯ୍ୟ କରୁଥିବା ବ୍ୟକ୍ତି ଅଲକ୍ଷ୍ମୀଙ୍କ ପ୍ରିୟ ହୋଇଥାନ୍ତି। ମାତ୍ର ଲକ୍ଷ୍ମୀ ସେପରି ଘରେ ରହନ୍ତି ନାହିଁ।

ଯେଉଁ ପରିବାର ଲୋକେ ଖାଇବା, ଶୋଇବା ଆଦି ଉିଚିତ୍‌ ସମୟରେ କରନ୍ତି। ଅଳସୁଆ ହୁଅନ୍ତି ନାହିଁ ସେପରି ଘରେ ଅଲକ୍ଷ୍ମୀ ରହିବାକୁ ପସନ୍ଦ କରନ୍ତି ନାହିଁ। ସବୁ କାମ ଠିକ୍‌ ଠିକ୍‌ ସମୟରେ କରୁଥିବା ଲୋକଙ୍କ ପାଖରେ ରହିବାକୁ ମାଆ ଲକ୍ଷ୍ମୀ ପସନ୍ଦ କରନ୍ତି।

ଯେଉଁ ଘରେ ସବୁ ଆମୀଷ ଭକ୍ଷଣ ହୁଏ, ମଦ ମାଂସରେ ଯେଉଁ ଘର ଲୋକ ବୁଡ଼ି ରହନ୍ତି ମାଆ ଲକ୍ଷ୍ମୀ ସେମାନଙ୍କ ପାଖ ମାଡ଼ନ୍ତି ନାହିଁ। ଅଲକ୍ଷ୍ମୀ ସେପରି ବ୍ୟକ୍ତିଙ୍କୁ ଭାରି ଶ୍ରଦ୍ଧା କରନ୍ତି।

ଲକ୍ଷ୍ମୀଙ୍କ ସହ ତାଙ୍କ ବାହାନ ପେଚା ଥିବା ମୂତ୍ତି ରଖିଲେ ଘରକୁ ଅଲକ୍ଷ୍ମୀ ଆକୃଷ୍ଟ ହୋଇଥାନ୍ତି। ଘରେ ମାଆ ଲକ୍ଷ୍ମୀ ପଦ୍ମ ଫୁଲରେ ବସିଥିବା ଅବସ୍ଥାର ମୂର୍ତ୍ତି ରଖିଲେ ଅଲକ୍ଷ୍ମୀ ପାଖ ପଶିପାରନ୍ତି ନାହିଁ।

ସମ୍ବନ୍ଧିତ ଖବର