ନୂଆଦିଲ୍ଲୀ : ଆଜି ଟାଟା କମ୍ପାନିର ପୂର୍ବତନ ଅଧ୍ୟକ୍ଷ ରତନ ନାଭାଲ ଟାଟାଙ୍କ ଜନ୍ମଦିନ । ୧୯୩୭ ମସିହା ଡ଼ିସେମ୍ବର ୨୮ରେ ଜନ୍ମଗ୍ରହଣ କରିଥିବା ବେଳେ ଆଜି ସେ ୮୧ବର୍ଷ ବୟସରେ ପାଦ ଦେଇଛନ୍ତି । ଦୀର୍ଘ ଅଶୀ ଦଶକର ଅବଧିରେ ଢ଼େର ସଫଳତା ହାସଲ କରିଛନ୍ତି,ଯାହା ପାଇଁ ଲୋକେ ତାଙ୍କୁ ଆଜି ଆଦର୍ଶ ମାନୁଛନ୍ତି । ନିକଟରେ ମୁମ୍ବାଇର ଏକ କଲେଜକୁ ଅତିଥି ଭାବେ ଯାଇଥିବା ବେଳେ ଯାହା ଘଟିଥିଲା, ତାହାକୁ ନେଇ ପରେ ଅନେକ ଚର୍ଚ୍ଚା ହୋଇଥିଲା ।
ଜଣେ ଛାତ୍ର ତାଙ୍କୁ ପ୍ରଶ୍ନ କରିଥିଲେ, ଗୋଟିଏ ଦିନ ଲାଗି ଆପଣଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିଲେ ଆପଣ କ’ଣ କରିବେ? ଏହାର ଉତ୍ତରରେ ରତନ ଟାଟା କହିଥିଲେ, ମୁଖ୍ୟମନ୍ତ୍ରୀ କଡ଼ା ପରିଶ୍ରମ କରୁଛନ୍ତି । ମୁଁ ଏ ବୟସରେ ତାଙ୍କ ଭଳି କଡ଼ା ପରିଶ୍ରମ କରି ପାରିବି ନାହିଁ । ଏହି ଉତ୍ତର ପରେ ସମସ୍ତେ ତାଳି ମାରିବା ଆରମ୍ଭ କରିଥିଲେ ।
/sambad/media/post_attachments/wp-content/uploads/2018/12/images-65.jpg)
ସୂଚନା ମୁତାବକ,୧୯୯୧ରୁ ୨୦୧୨ ପର୍ଯ୍ୟନ୍ତ ରତନ ଟାଟା ଟାଟା ଗ୍ରୁପ୍ର ଅଧ୍ୟକ୍ଷ ଭାବରେ ଦାୟିତ୍ୱଭାର ସମ୍ଭାଳି ଥିଲେ ।