ଚଣ୍ଡୀଗଡ଼: ଦେଶରେ ଅନେକ ଯୁବତୀଙ୍କ ପାଇଁ ଜଣେ ଏସିଡ଼ ପୀଡ଼ିତା ଉଦାହରଣ ପାଲଟିଛନ୍ତି। ଉକ୍ତ ଏସିଡ଼ ପୀଡ଼ିତା ଜଣକ ଜଣେ ପିଅନଙ୍କ ଝିଅ ହୋଇଥିବା ବେଳେ ସେ ସିବିଏସଇର ୧୦ମ ଶ୍ରେଣୀ ପରୀକ୍ଷାରେ ୯୫.୦୨ ପ୍ରତିଶତ ନମ୍ବର ରଖି ସ୍କୁଲ ଟପ୍ପର ହୋଇଛନ୍ତି। ଏହି ଏସିଡ଼ ପୀଡ଼ିତା ଛାତ୍ରୀଙ୍କ ନାମ କାଫି ଓ ବୟସ ୧୫ବର୍ଷ।
କାଫିଙ୍କ ବାପା ସଚ୍ଚିବାଳୟରେ ପିଅନ ଭାବେ କାମ କରନ୍ତି। କାଫି ତିନିବର୍ଷ ବୟସର ଥିବା ବେଳେ କୌଣସି ଘଟଣାକୁ କେନ୍ଦ୍ର କରି ରାଗରେ ପଡ଼ିଶାଘର ଲୋକ କାଫିଙ୍କ ଉପରେ ଏସିଡ଼ ଢାଳି ଦେଇଥିଲେ । ଏହି ଏସିଡ଼ କାଫିଙ୍କ ମୁଣ୍ଡ ଓ ମୁହଁ ଉପରେ ପଡିଥିଲା। ଫଳରେ କୁନି ଝିଅର ଦୁଇଟି ଯାକ ଆଖି ଓ ମୁହଁ ନଷ୍ଟ ହୋଇଯାଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବ କାଫିଙ୍କୁ ୬ବର୍ଷ ପର୍ଯ୍ୟନ୍ତ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେବାକୁ ପଡ଼ିଥିଲା। ଏହା ସତ୍ତ୍ବେ ବି ତାଙ୍କ ଦୃଷ୍ଟିଶକ୍ତି ଫେରି ନଥିଲା।
/sambad/media/post_attachments/6f9702d8400a49e0d368b74328fe6ebca40bac33c7870225ba5bc528a94594a6.jpg)
କାଫିଙ୍କ ବାପା ଝିଅଙ୍କୁ ବିଭିନ୍ନ ଡାକ୍ତରଖାନାରେ ଦେଖାଇବା ସହିତ ନ୍ୟାୟ ପାଇଁ ବି କୋର୍ଟଙ୍କ ଦ୍ବାରସ୍ଥ ବି ହୋଇଥିଲେ। କିନ୍ତୁ କିଛି ଲାଭ ମିଳି ନଥିଲା। ଶେଷରେ ନ୍ୟାୟ ଉପରୁ ବିଶ୍ୱାସ ହରାଇ ଝିଅ କାଫିର ଭବିଷ୍ୟତ ଉପରେ ଗୁରୁତ୍ୱ ଦେଇଥିଲେ ବାପା ଓ ମା’ ।
ସ୍କୁଲରେ ଝିଅଙ୍କ ନାମ ଲେଖାଇଥିଲେ । ହେଲେ କାଫି ଦେଖିପାରୁ ନଥିବାରୁ ସାମାନ୍ୟ ପିଲାଙ୍କ ଠାରୁ ପଛରେ ପଡିଯାଇଥିଲେ। । ଏଥିପାଇଁ କାଫିଙ୍କ ବାପା ଓ ମା ଚଣ୍ଡିଗଡ ପଳାଇ ଆସିଥିଲେ । ଏଠାରେ ଥିବା ‘ଇନଷ୍ଟିଚ୍ୟୁଟ୍ ଫର୍ ବ୍ଲାଇଣ୍ଡ’ ସ୍କୁଲରେ କାଫିଙ୍କ ନାମ ଷଷ୍ଠ ଶ୍ରେଣୀରେ ଲେଖାଇଥିଲେ ।
ଏଠାରେ କାଫିଙ୍କ ପଢା ପ୍ରତି ଥିବା ଅହେତୁକ ଆଗ୍ରହ ଦେଖି ସବୁ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ବ୍ରେଲି ଲିଖିତ ବହି ବ୍ୟତୀତ ପୁସ୍ତକ ସମ୍ପର୍କୀତ ଭିଡିଓ ଓ ଅନ୍ୟ ଡିଜିଟାଲ ମାଧ୍ୟମରେ କାଫି ପଢା ଜାରି ରଖିଥିଲେ।
/sambad/media/post_attachments/fe2e5561de60073d2f2bbff0a47a0a67b601552938495dd365ee446adb6747fc.jpg)
ପାଠପଢ଼ାରେ କାଫିଙ୍କ ଅହେତୁକ ଆଗ୍ରହ ପିଲାଟି ବେଳରୁ ରହିଥିଲା। ଯାହାର ଫଳ ନିକଟରେ ଦେଖିବାକୁ ମିଳିଛି। କାଫି ଦଶମଶ୍ରେଣୀ ପରୀକ୍ଷାରେ ୯୫,୦୨ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।
ଏହି ସଫଳତା ପାଇବା ପରେ କାଫି କହନ୍ତି, ‘ମୋତେ ଭୂଗୋଳ ବିଷୟ ବହୁତ ପସନ୍ଦ। ମୁଁ ଜଣେ ଆଇଏଏସ ଅଧିକାରୀ ହେବାକୁ ଚାହେଁ। ଆଉ ଆଗକୁ ବାପା ଓ ମା’ଙ୍କ ସ୍ବପ୍ନ ପୂରା କରିବାକୁ ଇଚ୍ଛା ରଖିଛି। କାରଣ ବାପା ଓ ମା’ଙ୍କ ସମର୍ଥନ ନଥିଲେ ମୁଁ କଦାପି ଏଭଳି ସଫଳତା ପାଇ ପାରି ନଥାଆନ୍ତି। ଏଥିସହିତ ଇଣ୍ଟରନେଟ ଓ ୟୁଟ୍ୟୁବ ପାଠପଢ଼ା ମୋତେ ଖୁବ ସାହାଯ୍ୟ ବି କରିଛି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Peons-Acid-Attacked-Daughter-Topper_Thumbnail.jpg)