ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାମାନେ ଚଳାଉଛନ୍ତି ରେସ୍ତୋରାଁ

ଆଗ୍ରା : ଯଦି ଟିକେ ଏସିଡ୍‌ ଆମ ହାତରେ ପଡ଼ିଯାଏ, ଆମକୁ ଜୀବନ ଚାଲିଗଲା ଭଳି ଯନ୍ତ୍ରଣା ହୋଇଥାଏ । ତେବେ ଏବେ ଆପଣ ଥରେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ମହିଳାମାନଙ୍କ ବିଷୟରେ ଭାବନ୍ତୁ । ତାଙ୍କ ଜୀବନ କିପରି ନର୍କ ଭଳି ହୋଇଯାଇଥିବ । ଏହି ସମୟରେ କିଛି ମହିଳା ପରିସ୍ଥିତି ସହିତ ସାଲିସ୍‌ କରି ନେଇଥିବା ବେଳେ ଆଉ କିଛି ସମାଜ ସହିତ ଲଢ଼ି ନିଜ ଗୋଡ଼ରେ ନିଜେ ଠିଆ ହୋଇଥାନ୍ତି। ସମସ୍ୟା ସାମ୍ନାରେ ହାର ନ ମାନି ନିଜ ଗୋଡରେ ଠିଆ ହୋଇ ସମ୍ମାନର ସହ ଜୀବନ ଅତିବାହିତ କରୁଛନ୍ତି ସେମିତି କିଛି ମହିଳା ।

ଏସିଡ ଆକ୍ରମଣର ଶିକାର କିଛି ମହିଳା ନିଜ ଜୀବନର ଏହି ଖରାପ ପରିସ୍ଥିତିର ସାମ୍ନା କରିଛନ୍ତି । କିଛି ଏସିଡ଼ ଆକ୍ରମଣକାରୀ ମହିଳା ମିଳିତ ଭାବେ ଆଗ୍ରା ଠାରେ ‘ସିରୋଜ ହ୍ୟାଙ୍ଗ ଆଉଟ’ ନାମକ ଏକ ରେସ୍ତୋରାଁ ଚଳାଉଛନ୍ତି । ଏଠାରେ କାମ କରୁଥିବା ମହିଳାମାନେ ନିଜ ଜୀବନର ସବୁଠାରୁ କଷ୍ଟକର ମୂହୂର୍ତ୍ତର ସମ୍ମୁଖୀନ ହୋଇ ବର୍ତ୍ତମାନ ସମାଜରେ ଏକ ସମ୍ନାନଜନକ ଜୀବନ ବଞ୍ଚୁଛନ୍ତି । ଏହି ରେସ୍ତୋରାଁରେ ଖାଇବା ପ୍ରସ୍ତୁତି ଠାରୁ ଆରମ୍ଭ କରି ଖାଇବା ଯୋଗାଇ ଦେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏସିଡ଼ ଆକ୍ରମଣ ପୀଡ଼ିତା ହିଁ କରିଥାନ୍ତି । ଏହି ରେସ୍ତୋରାଁ କୁ ପ୍ରଥମେ ଆଶିଷ ଶୁକ୍ଲା ଏବଂ ଆଲୋକ ଦୀକ୍ଷିତ ଆରମ୍ଭ କରିଥିଲେ । ଏହି ରେସ୍ତୋରାଁରେ ଆପଣଙ୍କୁ ଖାଇବା ସହ ମିଳିଥାଏ ଭରପୂର ଭଲପାଇବା।

ସମ୍ବନ୍ଧିତ ଖବର