ଭୁବନେଶ୍ୱର: ବିଭିନ୍ନ ପ୍ରକାରର ଅପରାଧ ତାଳିକା ମଧ୍ୟରେ ଗତ କିଛି ବର୍ଷ ଭିତରେ ଏସିଡ୍ ଫିଙ୍ଗା ବି ସାମିଲ୍ ହୋଇଯାଇଛି। ଦିନକୁ ଦିନ ଏହି ଏସିଡ୍ ଫିଙ୍ଗା କରୁଣ ରୂପ ନେଉଛି। ବଢୁଛି ପଛେ, କମିବାର ନାଁ ଧରୁନି। ତେବେ ଦୁଃଖର କଥା ହେଉଛି ଏସିଡ୍ ଫିଙ୍ଗା କ୍ଷେତ୍ରରେ ଓଡ଼ିଶା ଢେର୍ ଆଗରେ ରହିଛି।
ନିକଟରେ ହୋଇଥିବା ଏକ ସର୍ଭେ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୨୦୧୧ରୁ ୨୦୧୯ ମଧ୍ୟରେ ଓଡ଼ିଶାରେ ୭୦ଟି ଏସିଡ୍ ଆକ୍ରମଣ ମାମଲା ରୁଜ୍ଜୁ ହୋଇଛି।
ଏସିଡି ସର୍ଭାଇବର୍ ଆଣ୍ଡ୍ ଓମ୍ୟାନ୍ ଓଏଲ୍ଫେୟାର୍ ଫାଉଣ୍ଡେସନ୍ର ଓଡ଼ିଶା ଚ୍ୟାପ୍ଟର ରେସିଡେଣ୍ଟ୍ ରିପ୍ରେଜେଣ୍ଟଟେଟିଭ୍ ଟି ଏନ୍ ପଣ୍ଡା କହିଛନ୍ତି କି ଏକ ସ୍ୱେଚ୍ଛାସେବୀ ସଂଗଠନ ଓଡ଼ିଶାର ୧୦ରୁ ୭୦ ଜଣ ଏସିଡ୍ ଆକ୍ରାନ୍ତଙ୍କୁ ସମର୍ଥନ ଦେଉଛି।
ଏ ସଂପର୍କରେ ସ୍ୱେଚ୍ଛାସେବୀ ଅନୀଲ ଧିର କହିଛନ୍ତି କି ଦେଶର ୪୪ ପ୍ରତିଶତ ଏସିଡ୍ ଆକ୍ରନ୍ତ ହେଉଛନ୍ତି ଉତ୍ତର ଭାରତରୁ। ସେହିପରି ୨୭ ପ୍ରତିଶତ ପିଡ଼ିତ ହେଉଛନ୍ତି ପୂର୍ବ ଭାରତରୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/acid-attack-784x441.jpg)