କରୋନା ସହ ଲଢ଼େଇ କରିବା ପାଇଁ ନର୍ସ ପାଲଟିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱ କରୋନା ଭଳି ମାରାତ୍ମକ ଭୂତାଣୁ ସହ ଲଢ଼େଇ କରୁଛି । ଭାରତରେ ଏହାର ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଏଭଳି ମାରାତ୍ମକ ଭୂତାଣୁ ସହ ଲଢ଼େଇ କରିବା ପାଇଁ ଭାରତ ସରକାର ଉଦ୍ୟମ ଜାରି ରଖିଛନ୍ତି । ସାରା ଦେଶବାସୀ ମିଶି ଏବେ କରୋନା ସହ ଲଢ଼େଇ କରୁଥିବା ବେଳେ ଜଣେ ଅଭିନେତ୍ରୀ ଏବେ ଅଭିନୟ ଛାଡ଼ି ନର୍ସ ବନିଯାଇଥିବା ଜଣା ପଡ଼ିଛି । ଦେଶର ପରିସ୍ଥିତିକୁ ଦେଖି ଲୋକଙ୍କ ସେବା କରିବା ପାଇଁ ଅଭିନେତ୍ରୀ ଶିଖା ମଲହୋତ୍ରା ନର୍ସ ହେବା ପାଇଁ ମନସ୍ତ କରିଛନ୍ତି ।

 

View this post on Instagram

 

For those who don’t know that I am a #Registered #BscHonoursNurse from Vardhaman Mahavir Medical & #SafdarjungHospital Spending my 5 years…so sharing a glance of my working hours in the hospital👩🏻‍⚕️So as you all have always appreciated my efforts my achievements this time need all of your support to #serve the #nation once again🙏🏻and this time I’ve Decided to join the hospital in #mumbai for #covid19 #crisis .Always there to serve the country as a #Nurse as a #entertainer wherever however I can 😇need your blessings🙌🏻please be at home be safe💐and support the government. Thank you so much Mumu to make me what I am today🤗Jai Hind🇮🇳 @narendramodi @amitabhbachchan @anupampkher @who @aajtak @zeenews @ddnews_official

A post shared by Shikha Malhotra (@shikhamalhotra_official) on

ଇନଷ୍ଟାଗ୍ରାମରେ ଏ ନେଇ ପୋଷ୍ଟ କରିବା ସହ ଶିଖା ଲେଖିଛନ୍ତି, ମୁଁ ବର୍ଦ୍ଦମାନ ମହାବୀର ମେଡିକାଲ ଏବଂ ସଫଦରଜଙ୍ଗ ହସ୍ପିଟାଲରୁ ମୋର ନର୍ସିଂ ପାଠ ପଢ଼ା ଶେଷ କରିଛି । ଆପଣମାନେ ସବୁବେଳେ ମୋ ସହ ରହିଆସିଛନ୍ତି ଏବଂ ମୋତେ ଆଗକୁ ବଢ଼ିବାର ପ୍ରେରଣା ମଧ୍ୟ ଦେଇ ଆସିଛନ୍ତି । ବର୍ତ୍ତମାନର କରୋନ ପରିସ୍ଥିତି ଦେଖି ମୁଁ ଅଭିନୟ ଛାଡ଼ି ମୁମ୍ବାଇର ଏକ ଡ଼ାକ୍ତରଖାନାରେ ନର୍ସଭାବେ ଯୋଗ ଦେବି ବୋଲି ମନସ୍ତ କରିଛି । ଦୟାକରି ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତ ଏବଂ ଦେଶର ସରକାରଙ୍କୁ ସାହାଯ୍ୟ କରନ୍ତୁ । ଶିଖା ସଞ୍ଜୟ ମିଶ୍ରଙ୍କର ପିରିୟଡ ଡ୍ରାମା ଫିଲ୍ମ ‘କାଞ୍ଚି ଲାଇଫ୍ ଇନ୍ ଏ ସ୍ଲୋ’ କାମ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର