ଆଦିବାସୀ ଅଞ୍ଚଳରେ ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଥିବା ସତ୍ତ୍ୱେ ଏମାନଙ୍କ ମଧ୍ୟରେ ଏବେବି ବଞ୍ଚି ରହିଛି ଅନ୍ଧବିଶ୍ୱାସ। ପର୍ବପର୍ବାଣୀରେ ପଶୁବଳି ଦେବା, ଜଙ୍ଗଲରୁ ଅବୈଧ ଶିକାର କରିବା କରିବା ପରମ୍ପରା ଏବେବି ଚାଲିଛି ଆଦିବାସୀ ଅଞ୍ଚଳରେ। ଏହାର ସଦ୍ୟତମ ଉଦାହରଣ କୋରାପୁଟର ବେଣ୍ଟ ପର୍ବ।
ଆଦିବାସୀ ଅଞ୍ଚଳର ନିଆରା ବେଣ୍ଟ ପର୍ବ। ପରମ୍ପରା ନାଁରେ ବର୍ଷ ବର୍ଷ ଧରି ଚାଲିଛି ଅବୈଧ ଶିକାର। ଲୋପ ପାଉଛି ବିଲୁପ୍ତ ଜାତିର ପଶୁ ଓ ପକ୍ଷୀ। କାମ ଦେଉନି ବନ ବିଭାଗର ତପ୍ତରତା। ଏହା ପରିବେଶ ପାଇଁ ସୃଷ୍ଟି କରିଛି ବଡ ବିପଦ।
ଗୋଟିଏ ପଟେ ପରମ୍ପରା, ଅନ୍ୟପଟେ ଅବୈଧ ଶିକାର। ଏମିତି କିଛି ପରିସ୍ଥିତକୁ ନେଇ ହରଡ଼ ଘଣାରେ ପଡ଼ିଛି ପରିବେଶ। ସଚେତନତା ନାଁରେ ହାତ ବାନ୍ଧି ବସିଛି ବନ ବିଭାଗ। କୋରାପୁଟ ଜିଲ୍ଳାର କୋଣ ଅନୁକୋଣରେ ଚାଲିଛି ଚଇତି ପରବ। ନାଚ ଗୀତରେ କମ୍ପୁଛି ଗାଁ ଦାଣ୍ଡ। ୩ ଦିନ ଚାଲୁଥିବା ଏହି ପରବରେ କାମ ଧନ୍ଦା ଛାଡି ନାଚ ଗୀତ ମସଗୁଲ ଆଦିବାସୀ। ପର୍ବର ପ୍ରଥମ ଦିନରେ ପୂଜାପାଠ କରିବା ପରେ ଦ୍ୱିତୀୟ ଦିନରେ ଆଦିବାସୀ ପୁରୁଷ ମହିଳା ଉଭୟ ବେଣ୍ଟ ଶିକାର କରିଥାନ୍ତି। ବେଣ୍ଟ ଶିକାର କହିଲେ ଜଙ୍ଗଲ ଯାଇ ଶିକାର କରିବା। କୁଟୁରା, ଠେକୁଆ ସହ ବିଭିନ୍ନ ପ୍ରଜାତିର ପକ୍ଷୀକୁ ଶିକାର କରିବା ପରେ ଗାଁରେ ସାହିକୁ ସାହି ନାଚଗୀତ କରି ବୁଲାଇଥାନ୍ତି ।
କୋରାପୁଟର ବେଣ୍ଟ ପରମ୍ପରା ପରିବେଶ ପାଇଁ ସୃଷ୍ଟି କରିଛି ବଡ଼ ବିପଦ। ବର୍ଷ ବର୍ଷ ଧରି ପରମ୍ପରା ନାଁରେ ଆଦିବାସୀମାନେ ଜଙ୍ଗଲରୁ ଅବୈଧ ଶିକାର କରିବା ସହ ନିଆଁ ଲଗାଉଛନ୍ତି। ବେଆଇନ ପଶୁ ଶିକାରକୁ ନେଇ ଅନେକ ଆଇନ ଥିଲେ ସୁଦ୍ଧା ବେଣ୍ଟ ପର୍ବ ନାଁରେ ଆଦିବାସୀଙ୍କ ପଶୁ ଶିକାର ବନ ବିଭାଗର ଚିନ୍ତା ବଢାଇ ଦେଇଛି। ଅନ୍ୟପଟେ ବେଣ୍ଟ ପରମ୍ପରା ଆଳରେ ପରିବେଶର ସନ୍ତୁଳନକୁ ବିପଦରେ ପକାଇବା ସହ ଜୀବଜନ୍ତୁଙ୍କୁ ହତ୍ୟା କରୁଛନ୍ତି ଆଦିବାସୀ। ଏଥିପାଇଁ ସଚେତନତାର ଆବଶ୍ୟକତା ରହିଛି।