ଭାରତୀୟ ମଡେଲଙ୍କୁ ଲକଡାଉନ ବିଷୟରେ ପ୍ରଶ୍ନ କରିବାରୁ ଦେଲେ ଏଭଳି ଉତ୍ତର

ନୂଆଦିଲ୍ଲୀ: ମିସି ୟୁନିଭର୍ସ-୨୦୨୦ର ବିଜେତାଙ୍କ ନାମ ଘୋଷଣା ହୋଇସାରିଛି। ମିସ ମେକ୍ସିକୋ ଏଣ୍ଡ୍ରିଆ ମେଜା ଏହାର ବିଜେତା ହୋଇଛନ୍ତି। ତେ‌ବେ ଭାରତର ମଡେଲ ଏଡଲିନ କେଷ୍ଟେଲିନୋ ତୃତୀୟ ରନର୍ସ ଅପ ହୋଇଛନ୍ତି । ସେ ମିସ ୟୁନିଭର୍ସ-୨୦୨୦ର ମୁକୁଟ ସିନା ଜିତି ପାରିଲେନି କିନ୍ତୁ ତାଙ୍କୁ କରୋନା ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ ଚର୍ଚ୍ଚାରେ ରହିଛନ୍ତି।

 

ଏଡଲିନଙ୍କୁ ପଚରା ଯାଇଥିଲା, କ’ଣ ଦେଶକୁ କରୋନା ମହାମାରୀ ହେତୁ ଲକଡାଉନ ଲାଗୁ କରିବା ଦରକାର। ଯେତେବେଳେ ଜାଣିଛୁ କି ଅର୍ଥବ୍ୟବସ୍ଥା ଉପରେ ଏହାର ଖରାପ ପ୍ରଭାବ ପଡ଼ିବ। ନା ସଂକ୍ରମଣକୁ ବୃଦ୍ଧି ହେବାକୁ ଦେବା ?

ଏହାର ଉତ୍ତରରେ ଏଡଲିନ କହିଥିଲେ, ଭାରତରୁ ଆସିଛି। ଭାରତ ଏବେ ଯେଭଳି ସମୟ ଦେଇ ଗତି କରୁଛି ମୋତେ ଏକ ଗୁରୁତ୍ବପୂର୍ଣ୍ଣ କଥା ଅନୁଭବ ହୋଇଛି। ସମସ୍ତଙ୍କ ପାଇଁ ନିଜନିଜ ସ୍ବାସ୍ଥ୍ୟଠାରୁ ବଡ଼ କିଛି ହୋଇ ନଥାଏ। ଆପଣମାନଙ୍କୁ ଅର୍ଥବ୍ୟବସ୍ଥା ଓ ସ୍ବାସ୍ଥ୍ୟ ଦୁଇଟି ମଧ୍ୟରେ ଭାରସାମ୍ୟ ରଖିବାକୁ ହେବ। ଏହା ସେତେବେ‌ଳେ ଯାଇ ସମ୍ଭବ ହେବ ଯେତେବେଳେ ସରକାର ସାଧାରଣଲୋକଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଚାଲିବେ। କିଛି ଏମିତି କରନ୍ତୁ ଯେମିତି  କି ଅର୍ଥ ବ୍ୟବସ୍ଥାକୁ ସାହାଯ୍ୟ ହେବ।

ଏଡଲିନଙ୍କ ଜନ୍ମ ୧୯୯୮ ମସିହାରେ ହୋଇଥିଲା। ଏଡଲିନ କୁବେତରେ ରହନ୍ତି। ସେ ୧୫ବର୍ଷ ବୟସରୁ ମୁମ୍ବାଇ ପାଠପଢ଼ିବା ପାଇଁ ଚାଲି ଆସିଥିଲେ। ତାଙ୍କ ମା‌’ ବାପା କର୍ଣ୍ଣାଟକରେ ବସବାସ କରନ୍ତି।

ସମ୍ବନ୍ଧିତ ଖବର