ବାହା ହେବି ଏମିତି ଝିଅକୁ ଯାହା ପାଖେ ଥିବ ଏସବୁ ଗୁଣ

ପାଟନା: ଖବରକାଗଜରେ ଆପଣ ବିବାହକୁ ନେଇ ବର-କନ୍ୟା ଦେଇଥିବା ବିଜ୍ଞାପନ ବାବଦରେ ଦେଖିଥିବେ | ଯେଉଁଥିରେ ଇଛୁକ ବ୍ୟକ୍ତି ନିଜର ବୃତ୍ତି, ଠିକଣା ସହ କିଭଳି ଝିଅ ଚାହୁଁଛନ୍ତି ସେ ବାବଦରେ ଲେଖିଥାନ୍ତି | ସେହିପରି କନ୍ୟା ପକ୍ଷର ମଧ୍ୟ ବିଜ୍ଞାପନରେ ବର୍ଣ୍ଣ, ଉଚ୍ଚତା, ଠିକଣା, ଗୋତ୍ର ବାବଦରେ ସୂଚନା ଦିଆଯାଇଥାଏ | ଏବେ ସୋସିଆଲ ମିଡିଆରେ ଏମିତି ଏକ ବିଜ୍ଞାପନ ଭାଇରାଲ ହୋଇଛି ଯେଉଁଥିରେ ପୁଅ ଚାଁହୁଥିବା ଝିଅ କେଉଁଠୁ ମିଳିବେ ସେ ନେଇ ସମସ୍ତେ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି |

ମିଳିଥିବା ସୂଚନା ମୁତାବକ ୩୧ ବର୍ଷୀୟ ଅଭିନ୍ନ କୁମାର ଏହି ବିଜ୍ଞାପନ ଦେଇଛନ୍ତି | ପେସାରେ ଦନ୍ତ ଡାକ୍ତର ଥିବା ଅଭିନ୍ନ ବିଜ୍ଞାପନରେ ଉଲ୍ଲେଖ କରିଛନ୍ତି ଯେ ବ୍ରାହ୍ମଣ ଜାତିର ଝିଅ ଆବଶ୍ୟକ | ଯିଏ କି ବିଶ୍ୱସ୍ତ, ସାହସୀ, ଧନୀ ସହ ଦୟାଳୁ ହୋଇଥିବ | ସେହିପରି ଝିଅର ମନରେ ଦେଶଭକ୍ତି ପ୍ରବଳ ଥିବା ସହ ଭାରତର ସୈନ୍ୟ ବାହିନୀ ସହ କ୍ରୀଡା ପ୍ରତି ରୁଚି ରଖୁଥିବ | ଏହା ସହ ଛୁଆଙ୍କୁ ଭଲ ପାଉଥିବା ସହ ଭଲ ରୋଷେଇ କରିପାରୁଥିବା ଆବଶ୍ୟକ ବୋଲି ବିଜ୍ଞାପନରେ ଉଲ୍ଲେଖ କରିଛନ୍ତି |

ବିଜ୍ଞାପନରେ ଶେଷ ଆଡକୁ ଫୋନ ନମ୍ବର ଦିଆଯିବା ସହ କେବଳ ମେସେଜ ମାଧ୍ୟମରେ ଯୋଗାଯୋଗ କରିବାକୁ ଅଭିନ୍ନ ଲେଖିଛନ୍ତି | ଅବଶ୍ୟ ଶେଷରେ ବିବାହ ପାଇଁ କୌଣସି ବ୍ୟସ୍ତ ହେବାର ନାହିଁ ବୋଲି ମଧ୍ୟ ଲେଖିଛନ୍ତି |

ସମ୍ବନ୍ଧିତ ଖବର