ଆଫଗାନିସ୍ତାନ ସପ୍ତମ ଶତାବ୍ଦୀ ଯାଏଁ ଅଖଣ୍ଡ ଭାରତର ଅଙ୍ଗ ଥିଲା।ଏହା ପୂର୍ବରୁ ଆଫଗାନିସ୍ତାନ୍‌ ଏକ ହିନ୍ଦୁ ରାଷ୍ଟ୍ର ଥିଲା। ପରେ ଏହା ବୌଦ୍ଧଧର୍ମାବଲମ୍ବୀ ରାଷ୍ଟ୍ର ହେଲା ଏବଂ ଏବେ ଏହା ଏକ ଇସଲାମୀୟ ରାଷ୍ଟ୍ର। ସପ୍ତଦଶ ଶତାଦ୍ଦୀଯାଏଁ ଆଫଗାନିସ୍ତାନ ନାମକ କୌଣସି ରାଷ୍ଟ୍ର ନ ଥିଲା। ହେଲେ ଆପଣ କ’ଣ ଜାଣନ୍ତି କି ଆଜି ବି ଆଫଗାନିସ୍ତାନର ଗାଆଁରେ ପିଲାମାନଙ୍କ ନାଆଁ କନିଷ୍କ,ଆର୍ଯ୍ୟନ୍‌,ବେଦ ଆଦି ରଖାଯାଉଛି। ୟୁନିସେଫ୍‌ର ସୂଚନା ଅନୁଯାୟୀ ଆଫଗାନିସ୍ତାନର ୫୦ ପ୍ରତିଶତ ଲୋକଙ୍କର ବାହାଘର ୧୫ ବର୍ଷ ବୟସରେ ହିଁ ହୋଇଥାଏ। ୩୩ ପ୍ରତିଶତ ଲୋକେ ୧୮ ବର୍ଷ ବୟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥା’ନ୍ତି। ସେହି ଦେଶରେ ୧୮ ପ୍ରକାରର ଜନଜାତି ବସବାସ କରିଥାନ୍ତି।

Advertisment

ଆଫଗାନିସ୍ତାନରେ ବାମିୟାନ, ଜଲାଲାବାଦ, ବଗରାମ, କାବୁଲ,ବଲ୍‌ଖ ଆଦି ସ୍ଥାନରେ ଅନେକ ମୂର୍ତ୍ତି, ସ୍ତୁପ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ମନ୍ଦିରର ଅବଶେଷ ରହିଥିବା ଜଣାଯାଇଛି। ମହମ୍ମଦ ଗଜନୀ ଆକ୍ରମଣ ସମୟରେ ମନ୍ଦିର,ଶିକ୍ଷାକେନ୍ଦ୍ର ଓ ବିଭିନ୍ନ ଭବନକୁ ନଷ୍ଟ କରିଥିଲା। ଖାଲି ସେତିକି ନୁହେଁ ସେ ଲୋକମାନଙ୍କର ଧର୍ମ ପରିବର୍ତ୍ତନ ମଧ୍ୟ କରିଥିଲା ବୋଲି କୁହାଯାଏ।