ଆପଣ ଏମିତି ସ୍ଥାନ ସମ୍ପର୍କରେ ଜାଣିଛନ୍ତି, ଯେଉଁଠାରେ ୪୦ଦିନ ପରେ ସୂର୍ଯ୍ୟ ଉଦୟ ହୋଇଥାଏ। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ୪୦ଦିନ ପର୍ଯ୍ୟନ୍ତ କିପରି ଅନ୍ଧାରରେ ରହିହେବ ବୋଲି ଆପଣ ମନରେ ପ୍ରଶ୍ନ ଆସି ସାରିବଣି ନିଶ୍ଚୟ। ଆଜ୍ଞା ହଁ, ଦୁନିଆରେ ଏଭଳି ଏକସ୍ଥାନ ଅଛି ଯେଉଁଠାରେ ୪୦ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କୁ ଦେଖିବାକୁ ମିଳି ନଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ....
/sambad/media/post_attachments/wp-content/uploads/2018/01/Untitled-design-2-59-300x225.jpg)
ଏହି ବରଫ ଆଚ୍ଛାଦିତ ସ୍ଥାନରେ ୨୦୧୮ର ପ୍ରଥମ ସୂର୍ଯ୍ୟ ଦେଖିବାକୁ ମିଳିଛି। ଏହି ଦୃଶ୍ୟକୁ ସ୍ଥାନୀୟ ଲୋକମାନେ ଦୁର୍ଲଭ ବୋଲି କହୁଛନ୍ତି। ତେଣୁ ଏହି ସମୟର ଦୃଶ୍ୟର ଫଟୋକୁ କ୍ୟାମେରାରେ କୈଦ କରି ସେଠାକାର ଲୋକମାନେ ଇନ୍ଷ୍ଟାଗ୍ରାମରେ ପୋଷ୍ଟ ମଧ୍ୟ କରିଛନ୍ତି। ଆପଣ ବି ଫଟୋ ଜରିଆରେ ଆରଟିକ୍ ସର୍କଲର ୨୦୧୮ର ପ୍ରଥମ ସୂର୍ଯ୍ୟକୁ ଦେଖିପାରିବେ।
/sambad/media/post_attachments/wp-content/uploads/2018/01/Untitled-design-105-300x225.jpg)
ଆରଟିକ୍ ସର୍କଲର ଉତ୍ତରରେ ରହୁଥିବା ଲୋକମାନେ ଏହି ପ୍ରାକୃତିକ ଘଟଣାକୁ ନିଜ ଆଖିରେ ଦେଖିବା ସହିତ ଭରପୂର ଉପଭୋଗ ମଧ୍ୟ କରିଛନ୍ତି। ଏହି ଅଞ୍ଚଳରେ ରହୁଥିବା ରୁଷିଆ ଲୋକମାନେ ନୂଆବର୍ଷର ସ୍ୱାଗତ ସମ୍ପୂର୍ଣ୍ଣ ଭାବେ ଅନ୍ଧାରରେ କରିଥିଲେ। ସେମାନେ ୪୦ଦିନ ପର୍ଯ୍ୟନ୍ତ ଏହି ପ୍ରାକୃତିକସ୍ଥିତରେ ରହିଥିଲେ। ଅର୍ଥାତ୍ ଡିସେମ୍ବର ୨ରୁ ନେଇ ଜାନୁଆରି ୧୧ ପର୍ଯ୍ୟନ୍ତ ୪୦ଦିନ ଅନ୍ଧାରରେ ରହିବା ପରେ ଶୁକ୍ରବାର ପ୍ରଥମ ଥର ସୂର୍ଯ୍ୟକୁ ଦେଖିଥିଲେ, ସୂର୍ଯ୍ୟ କିରଣ ମଜା ମଧ୍ୟ ନେଇଥିଲେ ସେଠାକାର ଲୋକମାନେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Untitled-design-1-26.png)