ମୃତ୍ୟୁ ପରେ ଶରୀରରେ କେଉଁଭଳି ଭାବରେ ପରିବର୍ତ୍ତନ ହୋଇଥାଏ ଆସନ୍ତୁ ଜାଣିବା!

ମଣିଷ ହେଉ ଅବା ଜୀବଜନ୍ତୁ, ଧରା ପୃଷ୍ଠରେ ଜନ୍ମ ନେଇଥିବା ପ୍ରତିଟି ଜୀବକୁ ମରିବାକୁ ପଡିଥାଏ। ମୃତ୍ୟୁ ଯେ କୌଣସି କାରଣରୁ ହୋଇପାରେ। ଯେପରିକି କିଛି ସ୍ୱାଭାବିକ ମୃତ୍ୟୁ ହୋଇଥାଏ ତ ଆଉ କିଛି ଦୁର୍ଘଟଣା ବଶତଃ ହୋଇଥାଏ, ସେହିପରି ଆଉ କିଛି ହତ୍ୟା କାରଣରୁ ଦୁନିଆ ଛାଡି ଯିବାକୁ ପଡିଥାଏ। ମୃତ୍ୟୁର କାରଣ କିଛି ବି ହେଉନା କାହିଁକି ମୃତ୍ୟୁ ପରେ ଶରୀରରେ ଏପରି ବହୁତ ପ୍ରକାରର ପରିବର୍ତ୍ତନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ମୃତ୍ୟୁ ସମୟରେ ଶରୀରରେ କେଉଁ କେଉଁ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ।

ମୃତ୍ୟୁ ସମୟରେ ଶରୀରର ପରିବର୍ତ୍ତନ : ମୃତ୍ୟୁ ସମୟରେ ମଣିଷର ହୃଦୟ କାମ କରିବା ବନ୍ଦ କରିଦେଇଥାଏ, ଯାହାଫଳରେ ମଣିଷ ଜୋରରେ ନିଃଶ୍ୱାସ ପ୍ରଶ୍ୱାସ ନେବାକୁ ଲାଗିଥାଏ। ରକ୍ତ ପ୍ରଭାବ ବନ୍ଦ ହୋଇଯିବାରୁ ମୃତ୍ୟୁ ସମୟରେ ମଣିଷର କାନ ଥଣ୍ଡା ହୋଇଯାଇଥାଏ ଏବଂ ଶରୀରର ରଙ୍ଗ ଧିରେ ଧିରେ ପାଣିରେ ପରିବର୍ତ୍ତନ ହେବାକୁ ଲାଗିଥାଏ। କାରଣ ରକ୍ତ ପ୍ରଭାବ ବନ୍ଦ ହେବା କାରଣରୁ ମସ୍ତିଷ୍କରେ ରକ୍ତ ପହଞ୍ଚିପାରେ ନାହିଁ ଯାହାଫଳରେ ଶରୀରରେ ଅକ୍ସିଜେନ ଅଭାବରୁ ରକ୍ତ ପାଣିରେ ପରିଣତ ହେବାକୁ ଲାଗିଥାଏ ଏବଂ ମୃତ ଶରୀରର ରଙ୍ଗ ଧିରେ ଧିରେ ପରିବର୍ତ୍ତନ ହୋଇ ନୀଳ ରଙ୍ଗ ଧାରଣ କରିଥାଏ। ରକ୍ତରେ ଏସିଡିଟି ବଢି ଯାଇଥାଏ। ଗଳାରେ କଫ ଜମିଥାଏ ଯାହା ଫଳରେ ନିଶ୍ୱାସ ପ୍ରଶ୍ୱାସ ବେଳେ ଖଡ ଖଡ ଭଳି ଶବ୍ଦ ହୋଇଥାଏ। ଶେଷରେ ଫୁସଫୁସ୍‌ ଏବଂ ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଥାଏ।

ମୃତ୍ୟୁ ପରର ପରିବର୍ତ୍ତନ : ମୃତ୍ୟୁ ପରେ ଶରୀର ଫୁଲିବାକୁ ଲାଗିଥାଏ। ଏହାର କାରଣ ହେଉଛି ଶରୀର ଭିତରେ ଏପରି ଛୋଟ ଛୋଟ ଜୀବ ଅଛନ୍ତି ଯାହା ମୃତ୍ୟୁ ପରେ ମଧ୍ୟ ଶରୀରରେ ବଞ୍ଚି ରହିଥାନ୍ତି। ଶରୀରରେ ପାରାସାଇଟିକ ନାମକ ଏକ ଏସିଡ ମଧ୍ୟ ରହିଥାଏ ଯାହା ମନୁଷ୍ୟର ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ। ଏହି ପାରାସାଇଟିକ ମୃତ୍ୟୁ ପରେ ମଧ୍ୟ ଶରୀରରେ କାମ କରିଥାଏ ଯାହା ଫଳରେ ଅନ୍ତ ସଢିବାକୁ ଲାଗିଥାଏ ଏବଂ ଶରୀରରେ ଗ୍ୟାସ ହେବା କାରଣରୁ ଶରୀର ଫୁଲିବାକୁ ଲାଗିଥାଏ।

କେବେ କେବେ ଏହା ମଧ୍ୟ ଶୁଣିବାକୁ ମିଳିଥାଏ ଯେ, ମୃତ୍ୟୁ ପରେ ଶରୀରରେ ନଖ ଏବଂ କେଶ ବଢିଥାଏ। କିନ୍ତୁ ଏହା ସମ୍ପୁର୍ଣ୍ଣ ଭାବରେ ଠିକ ନୁହେଁ । କାରଣ ମୃତ୍ୟୁ ପରେ ଶରୀରର ତ୍ୱଚା ଧିରେ ଧିରେ ସୁଖିବାକୁ ଲାଗିଥାଏ ଯାହା ଫଳରେ ଶରୀରରେ ଥିବା କେଶ ଏବଂ ନଖ କିଛି ମାତ୍ରାରେ ବାହାରକୁ ଆସିଯାଇଥାଏ । ତେଣୁ ମୃତ୍ୟୁ ପରେ ଏପରି ଦେଖିବାକୁ ମିଳିଥାଏ।

ସମ୍ବନ୍ଧିତ ଖବର