ଉଭୟ ପକ୍ଷରୁ ବିବାଦ ଉପୁଜିବାରୁ ବର-କନ୍ୟାଙ୍କୁ ପୁଲିସ୍‌ ଷ୍ଟେସନ୍‌ ନେଇ ବିବାହ କରାଇଲା ପୁଲିସ୍‌

ଲକ୍ଷ୍ନୌ: ଅନେକ ସମୟରେ ଏପରି ହୋଇଥାଏ, ଯୌତୁକ ହେତୁ ହେଉ କିମ୍ବା ଅନ୍ୟ କୌଣସି ସମସ୍ୟା ନେଇ ହେଉ ବିବାହର ଟିକେ ପୂର୍ବରୁ ବା ବିବାହ ସମୟରେ ଉଭୟ ବର-କନ୍ୟା ପକ୍ଷରୁ ମନୋମାଳିନ୍ୟ ଦେଖା ଯାଇଥାଏ। କେତେକ କ୍ଷେତ୍ରରେ ମାମଲାର ମିମାଂସା ହୋଇ ବିବାହ ସଂପନ୍ନ ହୋଇଥାଏ ତ କେତେକ କ୍ଷେତ୍ରରେ ବେଦୀରୁ ବର ଫେରି ଯାଇଥାଏ। ମାତ୍ର ଉତ୍ତରପ୍ରଦେଶର କନଉଜଠାରେ ଘଟିଛି ଏକ ନୂଆ ପ୍ରକାରର ଘଟଣା। ବିବାହ ବେଳେ ଉଭୟ ବର-କନ୍ୟା ପକ୍ଷରୁ ବିବାଦ ଉପୁଜିବାରୁ ପୁଲିସ୍‌ ବର-କନ୍ୟାଙ୍କୁ ନେଇ ଥାନାରେ ବିବାହ କରାଇଛି।

 

ଉଲ୍ଲେଖଯୋଗ୍ୟ, କନଉଜଠାରେ ଏହି ବିବାହ ଉତ୍ସବରେ ହଠାତ ବର ପକ୍ଷରୁ ଜଣେ ବ୍ୟକ୍ତି କନ୍ୟାର ଜଣେ ସଂପର୍କୀୟଙ୍କ ଉପରକୁ ହାତ ଉଠାଇଥିଲେ। ଏହି ଘଟଣାରେ କ୍ଷୋଭ ପ୍ରକାଶ କରି କନ୍ୟା ପକ୍ଷ ଅପରପକ୍ଷଙ୍କ ସହ ଯୁକ୍ତତର୍କ କରିଥିଲେ। ଦୀର୍ଘ ସମୟ ଧରି କଳି-ଝଗଡ଼ା ଲାଗି ରହିବା ପରେ ଶେଷରେ ମାମାଲା ଥାନାକୁ ଯାଇଥିଲା। ଥାନାରେ ପୁଲିସ୍‌ ମାମଲା ଶୁଣିବା ପରେ ଉଭୟ ବର-କନ୍ୟାଙ୍କୁ ବିଭା କରାଇଥିଲା। ତେବେ, ବେଦୀରେ ନ ହୋଇ ଥାନାରେ ହୋଇଥିବା ଏହି ବିବାହଟି ଏବେ ବେଶ୍‌ ଚର୍ଚ୍ଚା ପାଲଟିଛି।

ସମ୍ବନ୍ଧିତ ଖବର