ରାସ୍ତାରେ ଝରିଲା ସାଙ୍ଗର ରକ୍ତ, ‘ହେଲମେଟମ୍ୟାନ’ ହୋଇଗଲେ ଇଞ୍ଜିନିୟର

ବହି ଦିଅନ୍ତୁ,ହେଲମେଟ ନିଅନ୍ତୁ

ନୋଏଡା: ଦେଶରେ ପ୍ରତିଦିନ ଶତାଧିକ ଦୁର୍ଘଟଣା ଘଟୁଛି | ଏଥିରେ ବହୁ ଲୋକଙ୍କର ଜୀବନ ଯାଉଛି | ତେବେ ହେଲମେଟ ନ ପିନ୍ଧିବା ଯୋଗୁଁ ଅନେକ ବାଇକ ଆରୋହୀଙ୍କର ମୃତ୍ୟୁ ଘଟୁଥିବାର ଜଣାପଡିଛି | ଏହାକୁ ନେଇ ଅନେକ ଜନସଚେତନତା ସ୍ବେଛାସେବୀ ସଂଗଠନମାନେ କରୁଛନ୍ତି | କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଯୁବକଙ୍କ କାହାଣୀ କହିବୁ ଯିଏ କି ନିଜ ସାଙ୍ଗର ଦୁର୍ଘଟଣାରେ ମୃତ୍ୟୁ ପରେ ହେଲମେଟ ବାଣ୍ଟିବା କାମ ଆରମ୍ଭ କରିଥିଲେ | ଏବେ ସେ ହେଲମେଟମ୍ୟାନ ଭାବେ ସବୁଠି ପରିଚିତ |

ସାଙ୍ଗର ଅକାଳ ବିୟୋଗ ଆଣିଥିଲା ପରିବର୍ତ୍ତନ

୨୦୧୪ ମସିହାରେ ଦୁଇ ସାଙ୍ଗ ରାଘବେନ୍ଦ୍ର କୁମାର ଓ କୃଷ୍ଣ କୁମାର ରୁମ ପାର୍ଟନର ଭାବେ ରହୁଥିଲେ | ହଠାତ ଦିନେ ରାସ୍ତା ଦୁର୍ଘଟଣାରେ ପ୍ରିୟ ସାଙ୍ଗ କୃଷ୍ଣ କୁମାରଙ୍କର ମୃତ୍ୟୁ ହୋଇଯାଇଥିଲା | ଡାକ୍ତର କହିଥିଲେ ଯେ ଯଦି ସେ ହେଲମେଟ ପିନ୍ଧିଥାନ୍ତେ ତେବେ ବଞ୍ଚିଯାଇଥାନ୍ତେ | ନିଜ ସାଙ୍ଗର ବିୟୋଗରେ ଭାଙ୍ଗି ନ ପଡ଼ି ରାଘବେନ୍ଦ୍ର ସେହିଦିନଠାରୁ ନେଇଥିଲେ ଏକ ସଂକଳ୍ପ |

PHOTO-BETTERINDIA

ରାସ୍ତାରେ ଯାଉଥିବା ବାଇକ ଆରୋହୀଙ୍କୁ ହେଲମେଟ ବାଣ୍ଟିବେ | ବିହାର କୈମୟୁର ଜିଲ୍ଲାର ରାଘବେନ୍ଦ୍ର ସେହି ସମୟରେ ଏକ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥିଲେ ଏବଂ ଟ୍ରାଫିକ ସିଗନାଲ ପାଖରେ ଛିଡା ହୋଇ ରହୁଥିଲେ | ଯେଉଁମାନେ ହେଲମେଟ ପିନ୍ଧିନଥିବେ ସେମାନଙ୍କୁ ସଡକ ଦୁର୍ଘଟଣା ବାବଦରେ ବୁଝେଇବା ସହ ହେଲମେଟ ଦେଲେ | ସେହିଦିନଠାରୁ ଏହି କାମରେ ଲାଗିପଡିଛନ୍ତି ରାଘବେନ୍ଦ୍ର |

ଡାକ୍ତର କହିଥିଲେ ହେଲମେଟ ପିନ୍ଧିଥିଲେ ବଞ୍ଚିଯାଇଥାନ୍ତା

ବର୍ତ୍ତମାନ ସେ ୨୦୪୫୦ଟି ହେଲମେଟ ବାଣ୍ଟିସାରିଲେଣି | ତେବେ ପ୍ରଥମ ଥର ପାଇଁ ଏବେ ଏହି ପ୍ରକ୍ରିୟାରେ ଆଉ ଏକ ଯୋଜନାକୁ ସାମିଲ କରିଛନ୍ତି | ପୂର୍ବରୁ ମାଗଣାରେ ହେଲମେଟ ବାଣ୍ଟୁଥିବାବେଳେ ଏବେ ଲୋକ ବ୍ୟବହାର କରୁନଥିବା ବହି ଦେଲେ ହେଲମେଟ ଯୋଗାଇଦିଆଯାଉଛି | ରାଘବେନ୍ଦ୍ରଙ୍କ କହିବା କଥା ଯେ ଏହି ସବୁ ବହି ସଂଗ୍ରହ କରାଯାଇ ଆବଶ୍ୟକ ଥିବା ପିଲାମାନଙ୍କୁ ଯୋଗାଇଦିଆଯାଉଛି |

PHOTO-BETTERINDIA

ସାରା ଦେଶର ୨୩ ଟି ସହରରେ ଏବେ ରାଘବେନ୍ଦ୍ର ଏଭଳି କାର୍ଯ୍ୟକ୍ରମ ଚଳାଇଆସୁଛନ୍ତି| ପୁରୁଣା ବହି ସଂଗ୍ରହ ସହ ହେଲମେଟ ବାଣ୍ଟୁଛନ୍ତି ଏହି ଇଂଜିନିୟର | ବିହାର ସରକାର ରାଘବେନ୍ଦ୍ରଙ୍କର ଏହି କାର୍ଯ୍ୟରେ ଖୁସି ହୋଇ ହେଲମେଟମ୍ୟାନ ବୋଲି ସମ୍ବୋଧିତ କରିଥିଲେ | ସେହିଦିନଠାରୁ ଏହି ନୂଆ ନାମରେ ପରିଚିତ ହୋଇଆସୁଛନ୍ତି ରାଘବେନ୍ଦ୍ର |

ସମ୍ବନ୍ଧିତ ଖବର