ନୂଆଦିଲ୍ଲୀ: ଭାରତରେ ଅନେକ ଛାତ୍ରଛାତ୍ରୀଙ୍କର ୟୁପିଏସସି ପରୀକ୍ଷାରେ କିଭଳି ଉତ୍ତୀର୍ଣ୍ଣ ହେବେ ଆଉ ଆଇଏଏସ ଚାକିରିଟିଏ କରିବେ ସେ ନେଇ ସ୍ୱପ୍ନ ଦେଖିଥାନ୍ତି | ଭଲ ଦରମା, ଢେର ସାରା ସମ୍ମାନ ସାଙ୍ଗକୁ ସୁରକ୍ଷିତ ଚାକିରିର ସୁବିଧା ଥିବା ଏହି ପଦ ପାଇଁ ଅନେକ ଛାତ୍ରଛାତ୍ରୀ କଠିନ ପରିଶ୍ରମ କରନ୍ତି | କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ସରକାରୀ ଚାକିରି ଛାଡିବାକୁ ଦ୍ୱିଧା କରନ୍ତି ନାହିଁ | ଆଜି ଆମେ ଆପଣଙ୍କୁ ଏପରି କିଛି ଆଇଏଏସ ଅଧିକାରୀଙ୍କ ବାବଦରେ କହିବୁ, ଯେଉଁମାନେ ସେମାନଙ୍କର ସରକାରୀ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ | ଆଜି ସେମାନେ ଜଣେ ଜଣେ ସଫଳ ବ୍ୟବସାୟୀ ହୋଇଥିବାବେଳେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି |

Advertisment

ରୋମାନ୍ ସୈନି
ରୋମାନ୍ ସୈନି ୧୬ ବର୍ଷ ବୟସରେ ଏମ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ | ଏମବିବିଏସ ଡିଗ୍ରୀ ସମାପ୍ତ କରି ଡାକ୍ତର ହୋଇଥିଲେ | ଦୁଇ ବର୍ଷ ଡାକ୍ତର ଭାବେ ଚାକିରି କରିବା ପରେ ଇସ୍ତଫା ଦେଇ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ | ସେ ପ୍ରଥମ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ଜଣେ ଆଇଏଏସ ଅଧିକାରୀ ହୋଇଥିଲେ | ଦୁଇ ବର୍ଷ ପରେ ସେ ଆଇଏଏସ ପଦରୁ ଇସ୍ତଫା ଦେଇ ଏଡୁଟେକ୍ କମ୍ପାନୀ ଅନଏକାଡେମୀ ଆରମ୍ଭ କରିଥିଲେ।

ପ୍ରଭେଶ ଶର୍ମା
ପ୍ରଭେଶ ଶର୍ମା ହେଉଛନ୍ତି ୧୯୮୨ ବ୍ୟାଚର ଜଣେ ଆଇଏଏସ ଅଧିକାରୀ | ସେ ୩୪ ବର୍ଷ ଧରି ଆଇଏଏସ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ୨୦୧୬ ମସିହାରେ ସ୍ବେଛାକୃତ ଅବସର ନେଇଥିଲେ। ସ୍ବେଛାକୃତ ଅବସର ନେବା ପରେ ସେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ସେ 'ସବଜୀୱାଲା' ନାମକ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ | ତାଙ୍କର ଷ୍ଟାର୍ଟଅପ୍ ମାଧ୍ୟମରେ ସେ ଫଳ ଏବଂ ପନିପରିବା ବିକ୍ରି କରନ୍ତି |

ସଞ୍ଜୟ ଗୁପ୍ତା
ସଞ୍ଜୟ ଗୁପ୍ତା ୧୯୮୫ ବ୍ୟାଚର ଜଣେ ଆଇଏଏସ ଅଧିକାରୀ | ସେ ୨୨ ବର୍ଷ ବୟସରେ ୟୁପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ୨୦୦୨ରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ସରକାରୀ ଚାକିରି ଛାଡିବା ପରେ ସେ ଆଦାନୀ ଗ୍ରୁପର ସିଇଓ ଭାବରେ କାର୍ଯ୍ୟ କରିଥିଲେ। ପରେ ସେ ବିଳାସପୂର୍ଣ୍ଣ ହୋଟେଲ ଚେନ୍ 'କମ୍ବେ' ଲଞ୍ଚ କରିଥିଲେ |