କଚ୍ଚା ବାଦାମ ପରେ ପିଜୁଳି ବିକାଳିଙ୍କ ଗୀତ ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବଙ୍ଗାଳି ଗୀତ କଚ୍ଚା ବାଦାମ ସାମ୍ନାକୁ ଆସିବା ପରେ ବାଦାମ ବିକ୍ରେତା ଭୁବନ ବାଦ୍ୟକରଙ୍କ ଭାଗ୍ୟ ବଦଳି ଯାଇଥିଲା। ଏହି କ୍ରମରେ ନିକଟରେ ପିଜୁଳି ବିକ୍ରି କରୁଥିବା ଜଣେ ବିକାଳିଙ୍କ ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ସୋସିଆଲ ମିଡିଆ ବ୍ୟବହାରକାରୀ ପିଜୁଳି ବିକାଳିଙ୍କ ଗୀତକୁ ବେଶ ପସନ୍ଦ ବି କରୁଛନ୍ତି।

ଭାଇରାଲ ଭିଡିଓରେ ଜଣେ ବୃଦ୍ଧଙ୍କୁ ଦେଖିବାକୁ ମିଳୁଛି। ଏହି ବୃଦ୍ଧ ଜଣକ ପିଜୁଳି ବିକିବା ସହିତ ଗୀତ ବି ଗାଉଛନ୍ତି । ଏହି ୨୭ସେକେଣ୍ଡର ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ ବି କରୁଛନ୍ତି। ଭିଡିଓ ଦେଖିବା ପରେ ସମସ୍ତେ ଏହି ବୃଦ୍ଧଙ୍କ ତୁଳନା କଚ୍ଚା ବାଦାମ ଗୀତ ଗାଇଥିବା ଭୁବନ ବାଦ୍ୟକରଙ୍କ ସହ କରୁଛନ୍ତି। ତେବେ ଭିଡିଓରେ ପିଜୁଳି ବିକୁଥିବା ବୃଦ୍ଧଙ୍କ ନାମ ଓ ସେ କୌଣସି ସ୍ଥାନର ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ନିକଟରେ ବାଦାମ ବିକାଳି ଗାଇଥିବା ଗୀତ କଞ୍ଚା ବାଦାମ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ ହୋଇଛି| ଏହି ଗୀତରେ ବିଶ୍ବର ବିଭିନ୍ନ ସ୍ଥାନର ଲୋକମାନେ ରିଲ୍ ତିଆରି କରୁଛନ୍ତି । ନିକଟରେ ଗୋଧୁଲିବେଲିଆ ମ୍ୟୁଜିକ୍ ଭୁବନଙ୍କ ସହିତ ୩ ଲକ୍ଷ ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଛି ।

ଭୁବନ କହିଛନ୍ତି ଯେ ସେ ଆଉ ବାଦାମ ବିକ୍ରି କରିବେ ନାହିଁ।  କାରଣ ସେ ଜଣେ ସେଲିବ୍ରିଟି ହୋଇ ଯାଇଛନ୍ତି। ବର୍ତ୍ତମାନ ଯଦି ସେ ବାଦାମ ବିକ୍ରି କରିବେ ତେବେ କେହି ତାଙ୍କ ଠାରୁ ବାଦାମ କିଣିବେ ନାହିଁ।

ସମ୍ବନ୍ଧିତ ଖବର