ବାହାଘର ପରେ ଜେସିବିରେ ବସି ଘରକୁ ଫେରିଲେ ବର ଓ ବଧୂ!

ଆଜିକାଲି ନିଜର ବିବାହକୁ ସ୍ମରଣୀୟ କରିବା ପାଇଁ ଅନେକ ବିଭିନ୍ନ ପ୍ରକାରର କୌଶଳ ଆପଣାଇବାରେ ଲାଗିଛନ୍ତି। ବାହାଘର ପରେ ଉଭୟ ନବବିବାହିିତ ଯୋଡି ସ୍ୱତନ୍ତ୍ର କାର କିମ୍ବା ପାଲିଙ୍କିରେ ଘରକୁ ଫେରିଥାନ୍ତି। ହେଲେ କେବେ ଆପଣ ଦେଖିଛନ୍ତି କି, ଜେସିବିରେ ବର ଓ ବଧୂ ଉଭୟ ଘରକୁ ଫେରିଥିବା ଘଟଣା। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ ଘଟଣା। କର୍ଣ୍ଣାଟକରେ ଏକ ନବବିବାହିତ ଯୋଡି ବାହାବେଦିରୁ ଘରକୁ ଜେସିବିରେ ଫେରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ ବାହା ହୋଇଥିବା ବର କର୍ଣ୍ଣାଟକର ଚେତ୍ତନ କାଲ୍ଲାକଟ୍ଟା ଦଶ ବର୍ଷ ଧରି ଏହି ଜେସିବିକୁ ଚଲାଉଛନ୍ତି। ତେବେ ବର ଚେତ୍ତନ କାଲ୍ଲାକଟ୍ଟାଙ୍କ ସାଙ୍ଗମାନେ ବାହାଘରକୁ ସ୍ମରଣୀୟ କରିବା ପାଇଁ ଜେସିବିରେ ଘରକୁ ଫେରିବାକୁ ଜିଦ କରିଥିଲେ। ଜେସିବିକୁ ମଧ୍ୟ ଏକ ବର, କନିଆ ଗାଡି ଭଳି ଫୁଲ ଓ ବେଲୁନରେ ସଜ୍ଜିତ କରିଥିଲେ ସାଙ୍ଗସାଥୀ। ପରେ ବାହାବେଦୀରୁ ଉଭୟ ବର ଓ ବଧୂଙ୍କୁ ଜେସିବିର ସାମ୍ନାରେ ବସାଇ ରାଜରାସ୍ତାରେ ଅଣାଯାଇଥିଲା। ବର-ବଧୂଙ୍କୁ ଲାଜ ଲାଗୁଥିଲେ ମଧ୍ୟ ସାଙ୍ଗମାନଙ୍କ ଜିଦ ଆଗରେ କାହାର କଥା ରହିବା କାଠିକର ପାଠ ହୋଇଯାଇଥିଲା।

ତେବେ କର୍ଣ୍ଣାଟକର ଏହି ନବବିବାହିତ ଯୋଡିକୁ ସାଙ୍ଗମାନେ ଜେସିବିରେ ବସାଇ ବାହାବେଦିରୁ ଘରକୁ ଆଣିବା ଘଟଣାଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଚେତ୍ତନଙ୍କ ଏହି କାରନାମା ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ଗତବର୍ଷ ଆଉ ଏକ ବରଙ୍କ ବାହାବେଦି ପ୍ରବେଶ ନେଇ ଚର୍ଚ୍ଚା ହୋଇଥିଲା। ପାକିସ୍ତାନର ସୈଖୀ ଇରଫାନ ଗତବର୍ଷ ବାହାବେଦିକୁ ସିଂହ ଉପରେ ବସି ଏଣ୍ଟ୍ରି ମାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଯାହାଫଳରେ ବଧୂ ସହ ମଣ୍ଡପରେ ଉପସ୍ଥିତ ଥିବା ସମସ୍ତ ସମ୍ପର୍କୀୟ ବରର ଏଭଳି ପ୍ରବେଶ ଦେଖି ଭୟଭୀତ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର