ମୁମ୍ବାଇ: ମୁମ୍ବାଇର ଜଣେ ଗୁପ୍‌ଚୁପ୍‌ ବିକାଳିଙ୍କର କୋଭିଡ୍‌-୧୯ରେ ମୃତ୍ୟୁ ହେବା ପରେ ସ୍ଥାନୀୟ ଲୋକ ଟଙ୍କା ଆଦାୟ କରି ତାଙ୍କ ପରିବାର ଲୋକଙ୍କୁ ୨.୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

Advertisment

ଭାଗବତୀ ଯାଦବ ନାମକ ଏହି ଗୁପ୍‌ଚୁପ୍‌ ବିକାଳି ନିଆରା ଢଙ୍ଗରେ ବେପାର କରି ସମସ୍ତଙ୍କ ମନ ‌‌ମୋହି ପାରିଥିଲେ। ନାପିୟନ୍‌ ସି ରୋଡ୍‌ରେ ନିକଟରେ ଥିବା ରୁଙ୍ଗ୍‌ତା ଲେନ୍‌ରେ  ଗୁପ୍‌ଚୁପ୍‌ ବେପାର କରୁଥିବା ଯାଦବ ପ୍ରାୟ ୪୬ ବର୍ଷ ହେବ ତାଙ୍କ ଘର ମାତା ପାର୍ବତୀ ନଗରରୁ ଗୁପ୍‌ଚୁପ୍‌ ଠେଲା ଧରି ବିକ୍ରି ପ‌ାଇଁ ଆସିଥାନ୍ତି। ଯାଦବ ତାଙ୍କ ଗୁପ୍‌ଚୁପ୍‌ରେ କଳ‌ ପାଣି ବ୍ୟବହାର ନ କରି  ମିନେରାଲ୍ ପାଣି ବିକ୍ରି କରି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ପାଲଟିଥିଲେ। ଏହି କାରଣରୁ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ବିସ୍‌ଲାରି ପାଣିପୁରି ବାଲା ବୋଲି ଲୋକ‌େ ଡାକନ୍ତି।

ଯାଦବଙ୍କର କୋଭିଡ୍‌-୧୯ ସଂକ୍ରମଣରେ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ଲୋକେ www.ketto.org  ୱେବ୍‌ସାଇଟ୍‌ ଜରିଆରେ ଟଙ୍କା ଯୋଗାଡ଼ କରି ଯାଦବଙ୍କ ପରିବାରକୁ ଦାନ କରିଛନ୍ତି।

publive-image Shutterstock

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଯାଦବଙ୍କ ମଧୁମେହ ଥିଲା। ମେ ତୃତୀୟ ସପ୍ତାହରେ ତାଙ୍କ ଭିତରେ କୋଭିଡ-୧୯ ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିଛି ଦିନ ଚିକିତ୍ସିତ ହେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ଉଲ୍ଲେଖଯୋଗ୍ୟ, ଜୁନ୍ ୨୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୪୭୩୧୦୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୭୧୬୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୪୮୯୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୬୫୧୪ ରହିଛି।