ପ୍ରିନ୍ସ ସତ୍ୟ ନାମଧାରୀ ଗାଣ୍ଡୁ ବାରିକଙ୍କୁ ଚିହ୍ନିବା ସହଜ ହେବ, ଆମାଜନ୍‌ ପରେ ଫେସ୍‌ବୁକ୍‌ରେ ଆଧାର ସଂଯୋଗ

ନିକଟରେ ଫେସ୍‌ବୁକ୍‌ରେ ଆଧାର ସଂଯୋଗ ନେଇ ଯେଉଁ ବ୍ୟଙ୍ଗ ବାହାରିଥିଲା ତାହା ଏବେ ସତ ହୋଇପାରେ। ତେବେ, ଜାଣିରଖନ୍ତୁ ଫେସ୍‌ବୁକ୍‌ ପକ୍ଷରୁ ସୂଚନା ମିଳିଛି ଯେ ଫେସ୍‌ବୁକ୍‌ରେ ଆଧାର କାର୍ଡ ସଂଯୋଗ ଇଚ୍ଛାଧୀନ ରହିବ, ବାଧ୍ୟତାମୂଳକ ନୁହେଁ। ଶ୍ରୀନିବାସ କୋଦଳି ନାମକ ଜଣେ ଟୁଇଟର ବ୍ୟବହାରକାରୀ ନିକଟରେ ଟୁଇଟର୍‌ରେ ଏକ ସ୍କ୍ରିନ୍‌ ସଟ୍‌ ପୋଷ୍ଟ୍‍ କରିବା ପରେ ସମସ୍ତ ଦ୍ୱନ୍ଦ୍ୱ ସ୍ପଷ୍ଟ ହୋଇଛି। ଶ୍ରୀନିବାସ କରିଥିବା ପୋଷ୍ଟ ମୁତାବକ, ଉପରେ ଲେଖାଯାଇଥିବ ଆଧାର କାର୍ଡ ମୁତାବକ ନାମ ଭରନ୍ତୁ। ଅର୍ଥାତ ଆଧାରରେ ଯେଉଁ ନାମ ଅଛି ତାହାକୁ ଭରନ୍ତୁ। ତା’ପରେ ତଳେ ଏକ ନେକ୍ସ୍‍ଟ ବିକଳ୍ପ ଦୃଶ୍ୟମାନ ହେବ, ତାହାକୁ କ୍ଲିକ୍‌ କରି ପରବର୍ତ୍ତୀ ପୃଷ୍ଠାକୁ ଯାଆନ୍ତୁ।

 

ଫେସ୍‌ବୁକ୍‌ରେ ଆଧାର ସଂଯୋଗ ହେବା ଫଳରେ ଯେଉଁମାନେ ଆଧାର ସଂଯୋଗ କରିନାହାନ୍ତି ତାହାଙ୍କୁ ତ ଆମେ ଦାବିର ସହ ନକଲି କହିପାରିବା ନାହିଁ ମାତ୍ର ଯେଉଁମାନେ ଆଧାର ସଂଯୋଗ କରିଛନ୍ତି ତାଙ୍କୁ ଆମେ ଦାବିର ସହ ଅସଲି ବୋଲି କହିପାରିବା। ଏପରି ହେବା ଦ୍ୱାରା ଫେସ୍‌ବୁକ୍‌ରେ ପ୍ରଭାବଶାଳୀ ଲୋକମାନଙ୍କ ନାମରେ ନକଲି ଆକାଉଣ୍ଟ ଖୋଲି ଠକାଉ କରୁଥିବା ଏବଂ ଝିଅମାନଙ୍କୁ ମିଥ୍ୟା ପ୍ରେମରେ ଫସାଉଥିବା ପ୍ରିନ୍ସ ସତ୍ୟ ନାମଧାରୀ ଗାଣ୍ଡୁ ବାରିକଙ୍କୁ ସହଜରେ ଚିହ୍ନଟ କରାଯାଇପାରିବ।

ଉଲ୍ଲେଖଯୋଗ୍ୟ, ଦେଶରେ ବିଭିନ୍ନ କ୍ଷେତ୍ରରେ ଆଧାର ସଂଯୋଗ ହୋଇସାରିଥିବା ବେଳେ ସୋସିଆଲ୍‌ ନେଟ୍‌ଓ୍ଵାକିଂ ସାଇଟ୍‌ରେ କିନ୍ତୁ ଆଧାର ସଂଯୋଗ ଦିଗରେ ଫେସ୍‌ବୁକ୍‌ ଆଗୁଆ। ପୂର୍ବରୁ ଅନ୍‌ଲାଇନ୍‌ ବ୍ୟବସାୟିକ ସଂସ୍ଥା ଆମାଜୋନ୍‌ରେ ମଧ୍ୟ ଆଧାର କାର୍ଡ ସଂଯୋଗ ହୋଇଥିବା ଖବର ଶୁଣିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର