ଚେଷ୍ଟା ବଳରେ ମିଠା ଓ ଚିପ୍ସ ବେପାର କରି ନିଜ ଭାଗ୍ୟକୁ ନିଜ ହାତରେ ଗଢ଼ି ତୋଳିଲେ ଏହି ମହିଳା

ଚେନ୍ନାଇ: ପ୍ରତ୍ୟେକ ମଣିଷକୁ ସମସ୍ତ ପ୍ରକାରର ଅପ୍ରୀତିକର ପରିସ୍ଥିତି ପାଇଁ ସଜାଗ ରହିବା ଉଚିତ। କାହା ଜୀବନରେ କ’ଣ ଘଟିବ କେହି କହିପାରିବେ ନାହିଁ। ମାତ୍ର ଦୃଢ଼ ଇଛାଶକ୍ତି ଓ ସାହସ ଥିଲେ ସବୁ କିଛି ସମ୍ଭବ ବୋଲି ପ୍ରମାଣ କରି ଦେଖାଇଛନ୍ତି କେରଳସ୍ଥିତ ଥ୍ରିସୁରର ମହିଳା ଏଲାଭରାସି ଜୟକାନ୍ତ। ଶୂନ୍ୟ ହସ୍ତରୁ ସାଜିଲେ ଲକ୍ଷ ଲକ୍ଷ ଟଙ୍କାର ମାଲିକାଣୀ। ଦୋକାନ୍‌ ଲୁଟ୍‌ ପରେ ଅଚାନକ ଶକ୍ତ ଧକ୍କା ଲାଗିଥିଲା। ସେ ବିଶାଦଗ୍ରସ୍ତ ‌ରୋଗର ଶିକାର ହୋଇ ଦୀର୍ଘ ଦିନ ହସ୍ପିଟାଲ୍‌ରେ ରହି ଚିକିତ୍ସିତ ହୋଇଥିଲେ ଜୟକାନ୍ତ। ତାଙ୍କୁ ପୁଣି ଥରେ ନିଜ ଗୋଡ଼ରେ ଛିଡ଼‌ା ହେବା ପାଇଁ ଯଥେଷ୍ଟ ସମୟ ଲାଗିିଥିଲା ତାଙ୍କୁ।

ପ୍ରାୟ ୪୫ ବର୍ଷ ପୂର୍ବରୁ କେରଳରୁ ଥ୍ରିସୁରକୁ ଆସି ତାଙ୍କ ପରିବାର ଲୋକ ଜଳଖିଆ ବେପାର ଆରମ୍ଭ କରି ଗୁଜୁରାଣ ମେଣ୍ଟାଉଥିଲେ। ସେ ନିଜ ବାପା, ଜେଜେବାପାଙ୍କୁ ପିଲାଠି ଦିନରୁ ମିଠା ଓ ଜଳଖିଆ ତିଆରି କରିବାର ଦେଖିଥିଲେ। ପିଲାଟି ଦିନରୁ ସେ ଏହି କାମରେ ନିଜ ପରିବାର ଲୋକଙ୍କୁ କିଛି ସାହାଯ୍ୟ ମଧ୍ୟ କରୁଥିଲେ। ସେ ବିବାହିତ ହେବା ପରେ ସେହି ସମାନ ପନ୍ଥା ଆପଣେଇବାକୁ ଚିନ୍ତା କଲେ। ଘରେ ମିଠା ଓ ଚିପ୍ସ ଆଦି ବନାଇ ନିକଟସ୍ଥ ଘର ଓ ଦୋକାନରେ ଦେଲେ। ତାଙ୍କ ଖାଦ୍ୟର ସ୍ବାଦ ଓ ବାସ୍ନା ହେତୁ ତାଙ୍କର ଚାହିଦା ଦିନକୁ ଦିନ ବଢ଼ି ବଢ଼ି ଚାଲିଲା।

thebetterindia

ସେ ଗଣମାଧ୍ୟମ ସଂସ୍ଥା ‘ବେଟର୍‌ ଇଣ୍ଡିଆ’କୁ ନିଜର ସାକ୍ଷାତ୍‌କାର ଦେଇ କହିଛନ୍ତି, ‘ମୁଁ ସର୍ବଦା ଜଣେ ବିଜିନେସ୍‌ ୱମ୍ୟାନ୍‌ (ବ୍ୟବସାୟୀ ମହିଳା) ହେବାକୁ ଚାହିଁଥିଲି। ମୁଁ ମୋର ସ୍ୱାମୀ ଏବଂ ପିଲାମାନଙ୍କ ସହ ମିଶି ଏକ ଦୋକାନ ଖେଲିବାକୁ ଭାବିଲି। ୨୦୧୦ ମସିହାରେ ଏହି ଦୋକାନ ଖୋଲିବାକୁ ପଡ଼ୋଶୀ ଓ ବ୍ୟାଙ୍କ୍‌ଠାରୁ ମିଶାଇ ସମୁଦାୟ ୫୦ ଲକ୍ଷ ଟଙ୍କାର ଋଣ କରିଥିଲୁ।’

ଧୀରେ ଧୀରେ ତାଙ୍କର ସେହି ବେପାର ବଢ଼ିବାରେ ଲାଗିଲା। ତାଙ୍କ ଦୋକାନରେ ସେ ମିଠା, ଚିପ୍ସ ସହିତ ପିଠା, ଆମ୍ବ, କମଳା, ଗୋଲମରିଚ, ଚାଇନିଜ୍ ଆଳୁ ଓ ବିଭିନ୍ନ ରକମର ଫଳ, ପନିପରିବା ରଖି ବିକ୍ରି କରିବା ଆରମ୍ଭ କଲେ। ତାଙ୍କ ଅବସ୍ଥାରେ ସୁଧାର ଆସିଲା ଓ ସେ ପୁଣି ଥ‌ରେ ହସି ହସି ନିଜ ଅବସ୍ଥା ସୁଧାରିବାରେ ସଫଳ ହୋଇ ପାରିଛନ୍ତି।

ସମ୍ବନ୍ଧିତ ଖବର