ନୂଆଦିଲ୍ଳୀ: ଜଣେ ବାଳକଙ୍କ ନାକରେ ପସି ଯାଇଥିବା ଏକ କଏନ୍ ଦୀର୍ଘ ୧୦ ବର୍ଷ ପରେ ବାହାରକୁ ଆସିଛି। ତାହା ପୁଣି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ। ବାଳକ ଜଣକ ଛିଙ୍କି ଦେବାରୁ ତାଙ୍କ ନାକ ପଟେ କଏନ୍ଟି ବାହାରକୁ ଆସି ଯାଇଥିବା ଦେଖିବାକୁ ମିଳିଛି। ବାଳକଙ୍କୁ ଏବେ ୧୪ ବର୍ଷ ବୟସ। ତାଙ୍କୁ ୪ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ନାକରେ ଏକ କଏନ୍ ପସିଯାଇଥିଲା।
ବାଳକ ଜଣକ ଦେଉଛନ୍ତି ଦକ୍ଷିଣ ଲଣ୍ଡନର ବାସିନ୍ଦା। ତାଙ୍କ ନାଁ ହେଉଛି ଉମର୍। ଉମର୍ଙ୍କ ନାକରେ ପିଲାଦିନେ କଏନ୍ ଫଶି ଯାଇଥିବା କଥା ତାଙ୍କର ମନେ ବି ନଥିଲା। ମାତ୍ର ନାକରୁ କଏନ୍ ବାହାରିବା ପରେ ତାଙ୍କୁ ଖୁବ୍ ଭଲ ଅନୁଭବ ହେଉଥିବା ସେ କହିଛନ୍ତି।
ନାକରେ ଅନେକ ଥର ଘା ହେଉଥିଲା। ଏନେଇ ସେ ବହୁତ ବାର ଡାକ୍ତରଙ୍କ ପାଖକୁ ଯାଉଥିଲେ। ମାତ୍ର ତାଙ୍କ ନାକରେ କଏନ୍ ଫସିବା କଥା ଡାକ୍ତରମାନେ ବି ଜାଣିପାରୁ ନଥିଲେ।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଉମରଙ୍କ ନାକରେ ଅଚାନକ ଭୀଷଣ ଯନ୍ତ୍ରଣା ହେବାକୁ ଲାଗିଲା। ତାଙ୍କୁ ଲାଗିଲା ଯେପରି ତାଙ୍କ ନାକରେ କିଛି ଫସିଯାଇଛି। ସେ ତାଙ୍କ ବାମ ନାକକୁ ବନ୍ଦ କରି ଡାହାଣ ନାକରେ ଜୋର୍ ଜୋର୍ ନିଶ୍ବାସ ନେବାରେ ଲାଗିଲେ। ଏତିକି ବେଳେ ତାଙ୍କୁ ଛିଙ୍କ ଆସିଲା ଓ ଛିଙ୍କ ଜରିଆରେ ତାଙ୍କ ନାକରୁ କଏନ୍ଟି ବାହାରିଗଲା।
ଆପଣ ବି ସତର୍କ ରୁହନ୍ତୁ। ଜାଣିରଖନ୍ତୁ ଯେ, ଛୋଟ ପିଲାମାନେ କିଛି ବି ଛୋଡ଼ ବଡ଼ ସାମଗ୍ରୀ ପାଇଲେ ତାହାକୁ ଗିଳି ଦେବାକୁ ନଚେତ ନାକରେ ପୂରାଇବାରୁ ପ୍ରଥମେ ଚେଷ୍ଟା କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/603f6070-c769-4ed5-9a9a-496b06e2bda6.jpg)