ବାହା ହେବା ପରେ ମୁମ୍ବାଇରେ ରିସେପସନ୍‌ ପାର୍ଟି ଦେଲେ ସମଲିଙ୍ଗୀ ଦଂପତି

ମୁମ୍ବାଇ: ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେବା ପରେ ପ୍ରାୟ ପାଞ୍ଚ ମାସ ପରେ ମୁମ୍ବାଇର ପ୍ରତିଷ୍ଠାତା ବିନୋଦ ଫିଲିପ୍‌ (୪୩) ଓ ଫ୍ରାନ୍‌ସରେ ତାଙ୍କର ସାଙ୍ଗ ଭିନ୍‌ସେଣ୍ଟ (୪୭)ଙ୍କର ବାହାଘର ହୋଇଥିଲା। ବିବାହ ପରେ ଦୁହେଁ ମୁମ୍ବାଇର ଏକ ହୋଟେଲରେ ରିସେପସନ୍‌ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ କେବଳ ଉଭୟଙ୍କ ପରିବାର ଲୋକ ଓ ଅତିଥିମାନେ ଯୋଗ ଦେଇଥିଲେ। ତେବେ କୌଣସି ପ୍ରକାରର ଗଣ୍ଡଗୋଳର ଆଶଙ୍କା କରି ହୋଟେଲ୍‌ କର୍ତ୍ତୃପକ୍ଷ ଏହି ରିସେପସନ୍‌ ପାର୍ଟି ସଂପର୍କରେ କିଛି ସୂଚନା ଦେଇ ନଥିଲେ।

 

ଫିଲିପ୍‌ କହିଛନ୍ତି ଯେ ଉଭୟଙ୍କର ପ୍ରଥମ ସାକ୍ଷାତ ୨୦୧୬ରେ ପ୍ୟାରିସରେ ହୋଇଥିଲା। ସେ ଦୁହିଁଙ୍କର ସଂପର୍କ ଏକ ଡେଟିଂ ଆପ୍‌ ମାଧ୍ୟମରେ ହୋଇଥିଲା। ଭିନ୍‌ସେଣ୍ଟ୍‌ ଫିଲିପ୍‌ର ପରିବାର ସହିତ ମିଶିବା ଲାଗି ଭାରତ ଆସିଥିଲେ। ଏହାପରେ ଦୁହେଁ ୨୦୧୮ ଡିସେମ୍ବରରେ ବାହା ହୋଇଥିଲେ। ଦୁହେଁ ଏହି ବାହାଘରକୁ ନେଇ ଖୁବ୍‌ ଖୁସି ଅଛନ୍ତି।

ସମ୍ବନ୍ଧିତ ଖବର