ମସ୍ତିଷ୍କ ଅସ୍ତ୍ରୋପଚାର ପରେ ଝିଅକୁ ଖୁସି କରିବା ପାଇଁ ବାପା ନେଲେ ଏଭଳି ପଦକ୍ଷେପ

ନୂଆଦିଲ୍ଲୀ: ବାପା ଓ ଝିଅ ମଧ୍ୟରେ ଥିବା ବନ୍ଧନକୁ ବ୍ୟାଖ୍ୟା କରାଯାଇପାରିବ ନାହିଁ । ଏହି ବନ୍ଧନରେ ସ୍ନେହ ଓ ମଧୁରତା ଭରି ରହିଥାଏ। ଏପରି ବାପ ଝିଅର ଏକ ସ୍ନେହ ଭରା ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି। ଯାହାକୁ ଦେଖି ଆପଣଙ୍କ ଆଖି ଭରି ଆସିବ। ଏହି ଫଟୋକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ ବି କରିଛି।

ଇଣ୍ଟରନେଟରେ ଭାଇରାଲ ହୋଇଥିବା ଏହି ଫଟୋରେ ଜଣେ ପିତା ତାଙ୍କ ଛୋଟ ଝିଅର ଅସ୍ତ୍ରୋପଚାର ପରେ ସେଭଳି ଭାବେ କେଶ କାଟିଥିବା ଦେଖିବାକୁ ମିଳୁଛି।

 

ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳୁଛି ଜଣେ ପିତା ନିଜ ଝିଅ ମଥାକୁ ସ୍ନେହର ସହିତ ଚୁମ୍ବନ କରୁଛନ୍ତି। ଉକ୍ତ ପିତାଙ୍କ ଝିଅର ମସ୍ତିଷ୍କ ଅସ୍ତ୍ରୋପଚାର ହୋଇଥିଲା। ଏହି କାରଣରୁ ଝିଅର କେଶ କଟା ଯାଇଥିଲା। ଅସ୍ତ୍ରୋପଚାର ପରେ କାଳେ ଝିଅ ନିଜ ଚେହେରା ଦେଖି ଅସ୍ବାଭାବିକ ଅନୁଭବ କରିବ ସେଥିପାଇଁ ପିତା ବି ନିଜ କେଶକୁ ସେଭଳି ଭାବେ କାଟି ଦେଇଥିଲେ।

ପୋଷ୍ଟର କ୍ୟାପସନରେ ଲେଖା ଯାଇଥିଲା, ‘ଛୋଟ ପିଲାଟିର ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ତାଙ୍କ ପିତା ବି ସେଭଳି କେଶ କାଟି ଦେଇଥିଲେ। ଏହା ମୋତେ କନ୍ଦାଇ ଦେଇଥିଲା। ‘

ସମ୍ବନ୍ଧିତ ଖବର