କୋଲକାତା: ଯେତେ ଅଧୁନିକା ମହିଳା ହେଲେ ବି ଋତୁସ୍ରାବ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିବାକୁ ଟିକେ ଅସହଜ ମନେ କରିଥାନ୍ତି। ମାତ୍ର ସମୟ ବଦଳୁଛି, ତା’ ସହ ତାଳ ଦେଇ ବଦଳୁଛି ଲୋକଙ୍କ ଚିନ୍ତାଧାରା। ଏପରି ଏକ ବିଷୟ ଆଉ ଲଜ୍ଜାଜନକ ହୋଇ ରହିନାହିଁ, ବରଂ ସଚେତନତା ଦୃଷ୍ଟିରୁ ଏହା ସହ ଲୋକେ ଯେତିକି ସହଜ ହୋଇଯିବେ ସବୁ ଦୃଷ୍ଟିରୁ ଏହା ଲାଭଦାୟକ।
/sambad/media/post_attachments/wp-content/uploads/2017/10/22528272_1429054290549147_8230221168658763217_n_102517040156.jpg)
କିଛି ଦିନ ତଳେ ପଶ୍ଚିମବଙ୍ଗର ଜଣେ ଯୁବକ କିନ୍ନରମାନଙ୍କ ସମ୍ମାନ ପାଇଁ ‘ତ୍ରିଧାରା’ ଟଏଲେଟ୍ ଯୋଜନା ଆରମ୍ଭ କରିଥିବା ବେଳେ ଏବେ ମହିଳାମାନଙ୍କ ମାସିକ ଧର୍ମ ସମୟରେ ବ୍ୟବହୃତ ସାନିଟାରି ନାପ୍କିନ୍କୁ ଖୋଲା ସ୍ଥାନରେ ଖୋଲାଖୋଲି ଭାବେ ମାଗଣାରେ ଯୋଗାଇ ଦେବାକୁ ଚିନ୍ତା କରି ବେଶ୍ ଚର୍ଚ୍ଚାରେ। ସେ ଯେତେବେଳେ ଏପରି ଏକ କାର୍ଯ୍ୟ ଆରମ୍ଭ କରି ନିଜ ଫେସ୍ବୁକ୍ରେ ପୋଷ୍ଟ୍ କରିଥିଲେ ତାଙ୍କୁ ତାଙ୍କର ଉତ୍ତମ ପଦକ୍ଷେପ ପାଇଁ ଅନେକ ଲୋକ ଉତ୍ସାହିତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି।
ନିଜର ପ୍ରଥମ ଚେଷ୍ଟାରେ କଲେଜରେ ପଢୁଥିବା ଶୁଭମ୍ ମୁଖାର୍ଜୀ କୋଲକାତାର ବନ୍ସଦ୍ରୋନି ଅଞ୍ଚଳରେ ଏକ ସାର୍ବଜନୀନ ଶୌଚାଳୟ ସମ୍ମୁଖରେ ଏକ ଟେବୁଲ୍ ଉପରେ ନ୍ୟାପ୍କିନ୍ ପ୍ୟାଡ୍ ସେବା ଯୋଗେଇବାରେ ସଫଳ ହୋଇଛନ୍ତି। ଏଥିପାଇଁ ତାଙ୍କୁ କାଉନ୍ସିଲର ଅନୀତା କର ମଜୁମ୍ଦାର ଅନୁମତି ପ୍ରଦାନ କରିଥିଲେ।
ଏ ନେଇ ଶୁଭମ ତାଙ୍କ ଫେସ୍ବୁକ୍ ପୋଷ୍ଟ୍ରେ ଉଲ୍ଲେଖ କରିଛନ୍ତି ଯେ ‘ମୋର ବନ୍ଧୁ ଏବଂ ଭଉଣୀମାନଙ୍କ ପାଇଁ ଏହା ଏକ ଉପହାର।’ ଏକ ସାକ୍ଷାତକାରରେ ଶୁଭମ ଜଣାଇଛନ୍ତି ଯେ ସେ ଏପରି ଏକ ସାର୍ବଜନୀନ ଶୌଚାଳୟର ସ୍ୱପ୍ନ ଦେଖନ୍ତି ଯେଉଁଠାରେ ପୁରୁଷ, ମହିଳା, କିନ୍ନର ସମସ୍ତେ ଶୌଚ ଯାଇପାରିବେ। ଏହାବ୍ୟତୀତ ସେଠାରେ ମହିଳାମାନଙ୍କ ପାଇଁ ନାପ୍କିନ୍ ମଧ୍ୟ ଉପଲବ୍ଧ ଥିବ।
/sambad/media/post_attachments/wp-content/uploads/2017/10/21198388_1384232641697979_1144332487_o_102517040156.jpg)
ବହୁତ ଦିନର କଥା ନୁହେଁ, ମାତ୍ର କିଛି ଦିନ ତଳେ କିନ୍ନରମାନଙ୍କ ପାଇଁ ‘ତ୍ରିଧାରା’ ଟଏଲେଟ୍ ଆରମ୍ଭ କରି ଚର୍ଚ୍ଚାରେ ରହିଥିଲେ ଶୁଭମ୍। କିନ୍ନରମାନଙ୍କ ପାଇଁ ଶୌଚାଳୟ ସଂପର୍କରେ ଶୁଭମ ମତ ଦିଅନ୍ତି ଯେ ପ୍ରତ୍ୟେକ ୬ଟି ମହିଳା ଶୌଚାଳୟ ମଧ୍ୟରୁ ୨ଟି କିନ୍ନରମାନଙ୍କ ପାଇଁ କରି ଦିଆଗଲେ ସରକାରଙ୍କୁ ଅଧିକ ଶୌଚାଳୟ ବି କରିବାକୁ ପଡ଼ନ୍ତାନାହିଁ, ଏପଟେ କିନ୍ନରମାନଙ୍କ ଶୌଚାଳୟ ସମସ୍ୟା ମଧ୍ୟ ସମାଧାନ ହୋଇପାରନ୍ତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/647sobhan1_102517035746.jpg)