ୱାଶିଂଟନ୍: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଘଟିଥିବା ବିନାଶରେ କୋଟି କୋଟି ଲୋକ ପ୍ରାଣ ହରାଇଲେ। ଏହି କାରଣରୁ ଯେତେବେଳେ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ କଥାବାର୍ତ୍ତା ହେଉଛି ଏନେଇ, ଲୋକମାନେ ଆତଙ୍କିତ ହୋଇଯାଉଛନ୍ତି। ସମ୍ପ୍ରତି ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ଏହା ପରେ ମଣିଷମାନେ ହଲିଉଡ ଚଳଚ୍ଚିତ୍ରର ସୁପରହିରୋ ଭଳି ହୋଇଯିବେ। ସେମାନଙ୍କର ଚର୍ମ ବୁଲେଟପ୍ରୁଫ୍  ହୋଇଯିବ। ଏହା ସହିତ ସେମାନଙ୍କଠାରେ  ଅନ୍ତର୍ନିହିତ କୌଶଳର ବିକାଶ ହୋଇପାରେ।

Advertisment

ଅକ୍ସଫୋର୍ଡ ୟୁନିଭରସିଟିର ପ୍ରଫେସର ତଥା ରୟାଲ ସୋସାଇଟି ଦ୍ୱାରା ପୁରସ୍କୃତ ହୋଇଥିବା ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ତଥା ଜୀବବିଜ୍ଞାନୀ ଟିମ୍ କୁଲସନ ଅନୁମନ କରିଛନ୍ତି ଯେ, ଆଣବିକ ଯୁଦ୍ଧ ଏପରି ବିକଶିତ ବିବର୍ତ୍ତନ  ଆଣିବାକୁ ସକ୍ଷମ ହେବ ଯାହା ଦ୍ବାରା ବର୍ତ୍ତମାନର  ମଣିଷ ଏବଂ ଭବିଷ୍ୟତର ମଣିଷ ମଧ୍ୟରେ ବହୁ ପାର୍ଥକ୍ୟ ସୃଷ୍ଟି ହେବ। ଫଳରେ ମଣିଷକୁ ଚିହ୍ନିବା କଷ୍ଟକର ହେବ। 

ବିଶ୍ବର ଆଣବିକ ଯୁଦ୍ଧ ପରେ ମଣିଷରେ ଜେନେଟିକ୍ ପରିବର୍ତ୍ତନ ହୋଇପାରେ ବୋଲି ସେ ମତ ଦେଇଛନ୍ତି। ଏହା 'ସୁପର ହ୍ୟୁମାନ୍' ସୃଷ୍ଟି କରିପାରେ, ଯେଉଁମାନେ ଆଜିର ମଣିଷଠାରୁ ଅଧିକ ଶକ୍ତିଶାଳୀ, ଫିଟ୍ ଏବଂ ପରିସ୍ଥିତି ସହିତ ଲଢ଼ିବାକୁ ସକ୍ଷମ ହେବେ।  ସେ କହିଛନ୍ତି ପ୍ରତିକୂଳ ପରିବେଶ ସହିତ ମୁକାବିଲା କରିବା, ଆଶ୍ରୟସ୍ଥଳ ନିର୍ମାଣ ଏବଂ ହଜିଯାଇଥିବା ଟେକ୍ନୋଲୋଜି ଏବଂ ବିଜ୍ଞାନକୁ ଏକତ୍ର କରି ଭବିଷ୍ୟତର ମଣିଷ 'ହାଇପର ଇଣ୍ଟେଲିଜେନ୍ସ' ହାସଲ କରିପାରିବାର ସମ୍ଭାବନା ରହିଛି। ସେ ଦାବି କରିଛନ୍ତି ଯେ ମଣିଷ ସଙ୍କୁଚିତ ହୋଇପାରେ ଏବଂ ବାଦୁଡି ଭଳି ଉଡ଼ିବା ପାଇଁ ଡେଣା ମଧ୍ୟ ବିକଶିତ ହୋଇପାରେ।

13a--=--1a

ଦି ୟୁରୋପିୟାନ ପତ୍ରିକାରେ ସେ ଲେଖିଛନ୍ତି ଯେ, ମଣିଷର ଶାରୀରିକ ଗଠନରେ ଏଭଳି ବଡ଼ ଧରଣର ପରିବର୍ତ୍ତନ ପାଇଁ ଲକ୍ଷ ଲକ୍ଷ ବର୍ଷ ଲାଗିବ। କିନ୍ତୁ ଏହା ତୃତୀୟ ବିଶ୍ୱଯୁଦ୍ଧରୁ ଆରମ୍ଭ ହୋଇପାରେ। କିନ୍ତୁ ସେ କହିଛନ୍ତି, ଭବିଷ୍ୟତରେ ମଣିଷମାନେ ଅତ୍ୟଧିକ ବୁଦ୍ଧିମାନ ହୋଇ ଅବିଶ୍ୱାସନୀୟ ବିକଶିତ ଶକ୍ତି ପାଇବାକୁ  ସକ୍ଷମ ହୋଇପାରନ୍ତି। ସେମାନଙ୍କର ଆକାଶରେ ଉଡ଼ିବାର କ୍ଷମତା ହୋଇପାରେ।

541

ସେ ଲେଖିଛନ୍ତି, ଏହା ଏକ ଦୂର କଥା ହୋଇପାରେ। କିନ୍ତୁ ସୃଷ୍ଟି ଆରମ୍ଭରୁ କେହି କ’ଣ ଭାବିଥିଲେ କି ଦେଢ଼ ବିଲିଅନ ବର୍ଷ ପୂର୍ବେ ଏକ କ୍ଷୁଦ୍ର ଜେଲିଫିସ୍ ସଦୃଶ ଥିବା ପ୍ରାଣୀ ଆଜିର ମନୁଷରେ ପରିଣତ ହେବ ବୋଲି ? 

ଅଧିକ ପଢ଼ନ୍ତୁ: ପାକିସ୍ତାନର ପର୍ଦ୍ଦାଫାଶ୍: ଆଇଏସ-ଅଲ୍ କାଏଦା ଶିବିରରେ ଉଇଗର୍

ବିବର୍ତ୍ତନ ହେଉଛି ଏକ ପ୍ରକ୍ରିୟା ଯାହା ଦ୍ବାରା ମଣିଷ ସହିତ ଅନ୍ୟ ଜୀବମାନଙ୍କର ଜେନେଟିକ୍ ପରିବର୍ତ୍ତନ ଏବଂ ପ୍ରାକୃତିକ ଚୟନ ମାଧ୍ୟମରେ ସମୟ ସହିତ ପରିବର୍ତ୍ତନ ହୋଇଥାଏ।  ଜୀବମାନେ ଏପରି ଜିନିଷଗୁଡିକୁ ବିକଶିତ କରନ୍ତି ଯାହା ବଞ୍ଚିବା ଏବଂ ପ୍ରଜନନରେ ଉନ୍ନତି ଆଣିବା ପାଇଁ ଗୁଣକୁ ବୃଦ୍ଧି କରିଥାଏ।

451

ଅବଶ୍ୟ, ପରିବେଶ ବିପର୍ଯ୍ୟୟ, ଯୁଦ୍ଧ, ରୋଗ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଘଟଣା ବିବର୍ତ୍ତନ ଦିଗକୁ ବଦଳାଇପାରେ। ଏହା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରେ ବୋଲି ଟିମ୍ କୁଲସନ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ର ରାଜନୀତିରେ ସିନ୍ଦେଙ୍କ ଆବଶ୍ୟକତା ଶେଷ: ସଞ୍ଜୟ ରାଉତ