ନୂଆଦିଲ୍ଲୀ: ଭାରତର ସଂସଦ ଉପରେ ଆକ୍ରମଣର ମାଷ୍ଟର ମାଇଣ୍ଡ ଅଫଜଲ ଗୁରୁର ପୁଅ ଦଶମ ଓ ଦ୍ୱାଦଶ ଶ୍ରେଣୀର ଭଲ ଫଳାଫଳ କରିବା ପରେ ଡାକ୍ତର ହେବା ପାଇଁ ଇଚ୍ଛା ରଖିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଅଫଜଲର ପୁଅ ଗାଲିବ ଅବ୍ଦୁଲ୍ ଗୁରୁ ମେଡିକାଲ ଏଣ୍ଟ୍ରାସ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଲାଣି । କେବଳ ଏତିକି ନୁହେଁ, ତାର ସ୍ୱପ୍ନ  ରହିଛି ସେ ପାଠପଢ଼ିବା ପାଇଁ ବିଦେଶ ଯିବ । ସେ ଆହୁରି ମଧ୍ୟ କହିଛି ଯେ, ମେଡିକାଲ ପଢିବା ପାଇଁ ତୁର୍କୀ ଯିବାକୁ ସେ ଇଚ୍ଛା ରଖିଛି।  କିନ୍ତୁ ତା’ ପାଖରେ ପାସପୋର୍ଟ ନାହିଁ । ୧୮ ବର୍ଷର ଗାଲିବ ନିଜ ଅଜା ଗୁଲାମ ମହମ୍ମଦ ଓ ନିଜ ମା’ ତବସୁସମ ସହ ରହୁଛି । ମେଡିକାଲ ପାଠ ପଢ଼ିବା ପାଇଁ ବିଦେଶ ଯିବା ପାଇଁ ତାହାର ଯେଉଁ ସ୍ୱପ୍ନ ରହିଛି ତାହା ଲାଗି ତାକୁ ପାସପୋର୍ଟର ଆବଶ୍ୟକତା ରହିଛି ।

Advertisment

publive-image

ମେ ୫ରେ ହେବାକୁ ଥିବା ମେଡିକାଲ ଏଣ୍ଟ୍ରାସ ପାଇଁ ସେ ନିଜକୁ ପ୍ରସ୍ତୁତ କରୁଛି । ସେ ଆହୁରି ମଧ୍ୟ କହିଛି ଯେ ଯଦି ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବ ନାହିଁ ତେବେ ତୁର୍କୀର ଏକ କଲେଜରେ ତାକୁ  ସ୍କଲାରସିପ ମିଳିବା ସମ୍ଭାବନା ରହିଛି । ତେଣୁ ସେଠାରେ ରହି ପଢ଼ାପଢ଼ି କରିହେବ। ତେବେ ସେ ଦଶମ ପରୀକ୍ଷାରେ ୯୫ ପ୍ରତିଶତ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୮.୨ ପ୍ରତିଶତ ମାର୍କ ରଖିଛି ।

ମିଳିଥିବା ସୂଚନା ଅନୁସାରେ, ଅଫଜଲକୁ ଫାଶୀ ମିଳିବାପରେ ତାର ପତ୍ନୀ କହିଥିଲେ ଯେ, ଆମେ ବର୍ତମାନ ସମୟରେ ଶାନ୍ତିରେ ବଂଚିବା ପାଇଁ ଚାହୁଁ । ପୂର୍ବ କଥାକୁ ଭୁଲିଯାଇ ଆମେ ଆଗକୁ ବଢିବା ପାଇଁ ଇଚ୍ଛା ରଖିଛୁ । ପୁଅକୁ ଡାକ୍ତର କରାଇବା ପାଇଁ ଯେଉଁ ଇଚ୍ଛା ରହିଛି ତାହାକୁ  କରିବା ପାଇଁ ଚେଷ୍ଟା କରିବୁ ବୋଲି ଅଫଜଲର ପତ୍ନୀ କହିଛନ୍ତି ।