ମୁମ୍ବାଇ: ବୟସ ବଢ଼ିଲେ ଧୀରେଧୀରେ କାମ କରିବା ପ୍ରତି ଇଚ୍ଛା ମରି ଯାଇଥ‌ାଏ। କିନ୍ତୁ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଯୁବାଅବସ୍ଥାରେ ବି କାମ କରିବାକୁ ପଛଘୁଞ୍ଚା ଦେଇ ଥାଆନ୍ତି। ବୃଦ୍ଧ ବାପା ରୋଜଗାର କରି ଆଣୁଥିଲା ବେଳେ ଘରେ ବଢ଼ିଲା ପୁଅ ବସି ଖାଇଥାଏ। ଏଥିପାଇଁ ସେମାନଙ୍କୁ ତିଳେ ହେଲେ ସଙ୍କୋଚ ଲାଗି ନଥାଏ।

Advertisment

ଏଭଳି କ୍ଷେତ୍ରରେ ହସନ ଅଲି ନାମକ ୭୪ବର୍ଷର ବୃଦ୍ଧ ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ହସନ ପ୍ରତିଦିନ ମୁମ୍ବାଇର ବୋରିଭାଲି ଷ୍ଟେସନକୁ ରୁମାଲ ବିକ୍ରି କରିବାକୁ ଯାଇଥାଆନ୍ତି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି।

ହସନ କହନ୍ତି, ‘ଘରେ ମୋ ସ୍ତ୍ରୀ, ପୁଅ , ବୋହୂ ଓ ନାତୁଣୀ ଅଛନ୍ତି। ଯେଉଁମାନେ ମୋତେ ଖୁବ ଭଲ ପାଆନ୍ତି। ମୁଁ ଏକ ଦୋକାନରେ ସେଲସମ୍ୟାନ ଥିଲି। ଗତ ୧୦ବର୍ଷ ହେବ ଚାକିରିରୁ ଅବସର ନେଇଛି। ହେଲେ ଘରେ ବସିବାକୁ ଭଲ ଲାଗୁନାହିଁ। ତେଣୁ ରୁମାଲ ବ୍ୟବସାୟ ଆରମ୍ଭ କରିଛି।

ଘରେ ମୋର ପୁଅ, ସ୍ତ୍ରାୀ ଓ ବୋହୂ ଆରାମ କରିବାକୁ କୁହନ୍ତି, କିନ୍ତୁ ମୋତେ ବ୍ୟବସାୟ କରିବାକୁ ଭଲ ଲ‌ାଗେ, କାରଣ ଏହା ମୋ ପାଇଁ ଏକ ନିଶା ।  ସେଲସମ୍ୟାନ ଚାକିରି ଭିତରେ ମୁଁ ଦୂରରୁ ଲୋକଙ୍କୁ ଦେଖି ଜାଣି ନେଇଥାଏ କି ଉକ୍ତ ଲୋକ ‌କେମିତି କା ସାମଗ୍ରୀ ପସନ୍ଦ କରିବ।

ଗ୍ରାହକ ମୋତେ ସ୍ନେହରେ କାକା ଡାକନ୍ତି ଓ ସ୍ନେହ ବି କରନ୍ତି। ମୋତେ ବି ମୋ ଗ୍ରାହକମାନଙ୍କୁ ନଦେଖିଲେ ଭଲ ଲାଗି ନଥାଏ। ତେଣୁ ପ୍ରତିଦିନ ସକାଳୁ ଘରୁ କ’ଣ ଦୁଇଟା ଖାଇ ଦେଇ ବସ ଧରି ଷ୍ଟେସନରେ ଆସି ରୁମ‌ାଲ ବିକ୍ରି କରିବା ପାଇଁ ପହଞ୍ଚି ଯାଇଥାଏ ।’