ଦେବତାମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଗ୍ନିଙ୍କର କାହିଁକି ?

ଆମ ଭାରତୀୟ ସଂସ୍କୃତିରେ ତେତିଶ କୋଟି ଦେବାଦେବୀ ଅଛନ୍ତି। ସେମାନଙ୍କ ଭିତର ଜଣେ ହେଲେ ଅଗ୍ନି ଦେବତା । ସେ ହେଉଛନ୍ତି ଯଜ୍ଞର ପ୍ରଧାନ ଅଙ୍ଗ । ଭାରତୀୟ ସଂସ୍କୃତିରେ ‘ଯଜ୍ଞ’ର ମହାନ୍‌ ଆବଶ୍ୟକତା ଉଲ୍ଲେଖ ରହିଛି । ବିବାହ, ଗୃହ ପ୍ରତିଷ୍ଠା, ଭୂମି ପୂଜନ, ଅନ୍ତେଷ୍ଟି ଇତ୍ୟାଦି ଅଧିକାଂଶ କାର୍ଯ୍ୟରେ ଯଜ୍ଞ ଆୟୋଜିତ ହୋଇଥାଏ । ଏଥିପାଇଁ ଅଗ୍ନି ସଂଯୋଗ ଆବଶ୍ୟକତା ପଡେ । ଏଇଥିରୁ ସହଜରେ ଅନୁମେୟ ଯେ ଆମର ଆଧ୍ୟାତ୍ମିକ ଜୀବନରେ ଅଗ୍ନିଦେବଙ୍କ କିପରି ଭାବେ ଜଡ଼ିତ ।

photo-hinduwebsite.com

ଅଗ୍ନିଦେବ ସର୍ବତ୍ର ବିଦ୍ୟମାନ । ସେ ସର୍ବତ୍ର ଅଗ୍ନିରୁ ହିଁ ଉତ୍ପନ୍ନ ଏବଂ ସମସ୍ତ ଗ୍ରହକୁ ମଧ୍ୟ ସେ ହିଁ ଧାରଣ କରିଛନ୍ତି । ବେଦମାନଙ୍କ ମଧ୍ୟରେ ସର୍ବପ୍ରଥମ ନାମ ହେଉଛି ଋଗ୍‌ବେଦ ଏବଂ ସେଥିରେ ପ୍ରଥମ ଶଦ୍ଦ ‘ ଅଗ୍ନି’ରୁ ହିଁ ପ୍ରାପ୍ତ ହୋଇଥାଏ । ଏଣୁ କୁହାଯାଏ ଯେ ବିଶ୍ୱ ସାହିତ୍ୟର ପ୍ରଥମ ଶଦ୍ଦ ମଧ୍ୟ ଅଗ୍ନି । ବହୁ ଧାର୍ମିକ ଗ୍ରନ୍ଥରେ ମଧ୍ୟ ଏକାଧିକବାର କୁହାଯାଇଛି ଯେ ଦେବତାମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ହେଉଛି ଅଗ୍ନିଙ୍କର । ଆଚାର୍ଯ୍ୟ ମାସ୍କ ଓ ସାୟଣାଚାର୍ଯ୍ୟ ଋଗ୍‌ବେଦର ପ୍ରାରମ୍ଭରେ ଅଗ୍ନିଙ୍କର ସ୍ତୁତି କରିଛନ୍ତି । ଏହାର କାରଣ ହେଲା ଯେ ଅଗ୍ନି ହିଁ ଦେବତାମାନଙ୍କ ମଧ୍ୟରେ ଅଗ୍ରଣୀ ଏବଂ ସବୁଠୁଁ ଆଗରେ ଚାଲି ଥାଆନ୍ତି । ଯୁଦ୍ଧରେ ଅଗ୍ନିଦେବ ହିଁ ସେନାପତିର କାର୍ଯ୍ୟ କରି ଥାଆନ୍ତି । ତାଙ୍କୁ ହିଁ ଆଗରେ ରଖି ଦେବଗଣ ଯୁଦ୍ଧ କରି ରାକ୍ଷସମାନଙ୍କୁୂ ପରାଜିତ କରିଥିଲେ ।

ସମ୍ବନ୍ଧିତ ଖବର