ଟ୍ରକ ଧକ୍କା ଦେବାରୁ ଗଲା ପୋଷା କୁକୁରର ଜୀବନ, ବିଚ୍ ରାସ୍ତାରେ ମୃତଦେହକୁ ଜାବୁଡ଼ି ଧରି କାନ୍ଦିଲେ ଯୁବକ

ଆଗ୍ରା: ପୋଷା କୁକୁରକୁ ଧରି ବାହାରକୁ ବୁଲିବାକୁ ବାହାରିଥିଲେ ଯୁବକ। ହେଲେ ଅଧା ବାଟରେ ସେ ନିଜ ଜୀବନଠୁ ଅଧିକ ଭଲପାଉଥିବା କୁକୁରର ଜୀବନ ଚାଲିଯିବ ବୋଲି ଭାବି ନଥିଲେ। ହଠାତ୍ ପୋଷା କୁକୁରକୁ ହରାଇବା ପରେ ଭାଙ୍ଗିପଡ଼ି‌ଥିଲେ ଯୁବକ। ବିଚ୍ ରାସ୍ତାରେ ନିଜ କୁକୁରର ମୃତଦେହକୁ ଧରି ଯୁବଜଣକ କାନ୍ଦି ଚାଲିଥିଲେ। ଲୋକେ ବୁଝାଇବାକୁ ଚେଷ୍ଟା କରିଥିଲେ ବି ସେ ବୁଝି ନଥିଲେ। ଏହି ଘଟଣା ଘଟିଛି ଆଗ୍ରାରେ।

ଆଗ୍ରା-କାନପୁର ରାଜପଥରେ ଏକ ଟ୍ରକ ଧକ୍କାରେ କୁକୁରର ମୃତ୍ୟୁ ହୋଇଥିଲା। ଅନ୍ୟ ପାଇଁ ଏକ ପଶୁଟି ମରିଯାଇଥିବା ବେଳେ କୁକୁରର ମାଲିକ ପାଇଁ ଯେମିତି ସବୁକିିଛି ବଦଳିଯାଇଥିଲା। ପୋଷା କୁକୁରର ମୃତ୍ୟୁ ହେବା ପରେ ଯୁବକଜଣକ ତାଙ୍କ ମର ଶରୀରକୁ ଜାବୁଡ଼ି ଧରି ଅଧ ଘଣ୍ଟା କାନ୍ଦିଥି‌ଲେ।

कुत्ते को सीने से लगाकर रोता रहा युवक. (Photo: Video Grab)
aajtak

ମିଳିଥିବା ସୂଚନା ମୁତାବକ, ଗୋଲୁ ନାମକ ଜଣେ ଯୁବକ ଆକ୍ଟିଭାରେ କୁକୁରକୁ ବସାଇ ଆଗ୍ରା-କାନପୁର ରାଜପଥ ଦେଇ ଯାଉଥିଲେ। ଏହି ସମୟରେ ତାଙ୍କ କୁକୁରଟି ହଠାତ୍ ଆକ୍ଟିଭାରୁ ରାସ୍ତାକୁ ଡେଇଁ ପଡିଲା। ଏହା ପରେ ପଛପଟୁ ଆସୁଥିବା ଟ୍ରକ ତାଙ୍କୁ ଧକ୍କା ଦେବାରୁ କୁକୁରର ମୃତ୍ୟୁ ହୋଇଥିଲା। ଗୋଲୁ ଗାଡ଼ି ଅଟକାଇ କୁକୁର ପାଖକୁ ଯିବା ବେଳକୁ କୁକୁରର ମୃତ୍ୟୁ ହୋଇସାରିଥିଲା। ଏହା ଦେଖି କାନ୍ଦିବା ଆରମ୍ଭ କରିଥିଲେ ଗୋଲୁ। ଲୋକେ ତାଙ୍କୁ ବୁଝାଇ ଡିଭାଇଡର ଉପରକୁ ଆଣିବା ପରେ ସେ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ କୁକୁରର ମୃତଦେହକୁ ଧରି କାନ୍ଦିଥିଲେ। ଏହା ପରେ ସେ ଆକ୍ଟିଭାରେ କୁକୁରକୁ ନେଇ ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର