ନୂଆଦିଲ୍ଲୀ: ଦେଶର ଅନେକ ସ୍ଥାନରେ ତାପମାତ୍ରା ୪୫ଡିଗ୍ରି ଉପରେ ରହିଛି। ଏମିତିରେ ଲୋକମାନେ ପ୍ରଚଣ୍ଡ ଖରା ତାତିରୁ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇବାରେ ଲାଗିଛନ୍ତି। ଏପରି କ୍ଷେତ୍ରରେ ଯଦି ଗାଡ଼ିଗୁଡ଼ିକୁ ଖରା ତାତିରୁ ରକ୍ଷା ନ କରାଯାଏ ତେବେ ମେଣ୍ଟେନେସ୍ ସମୟରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ।
ତେବେ ଏହାକୁ ନେଇ ସୋମବାର ଅଦ୍ଭୁତ ଚିତ୍ର ସାମ୍ନାକୁ ଆସିଛି। ଗାଡ଼ି ମାଲିକ ଖରା ତାତିରୁ ନିଜ ଗାଡ଼ିକୁ ଥଣ୍ଡା ରଖିବା ପାଇଁ ଏକ ଭିନ୍ନ ଶୈଳୀ ଆପଣାଇଛନ୍ତି। କାରକୁ ଗରମ ନଲାଗିବ ସେଥିପାଇଁ ମାଲିକ ପୂରା କାରକୁ ଗୋବରରେ ଲିପି ଦେଇଛନ୍ତି। ଯାହାର ଫଟୋ ଆପଣ ଉପରେ ଦେଖୁଥିବେ। ଏହି ଫଟୋ ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଫେସ୍ବୁକ୍ରେ ଜଣେ ବ୍ୟବହାରକାରୀ କାରର ଫଟୋ ସେୟାର କରି ଲେଖିଛନ୍ତି, ଗୋବର ସବୁଠାରୁ ଭଲ ଉପଯୋଗ ଦେଖୁଛି। ୪୫ଡିଗ୍ରି ତାପମାତ୍ରାରୁ ରକ୍ଷା ପାଇବା ପାଇଁ ଗୋବର ଉପଯୋଗ କରି ଶ୍ରୀମତh ସେଜଲ ଶାହ ନିଜର କାରରେ ଗୋବର ଲିପି ଦେଇଛନ୍ତି।
ତେବେ ଏହି ଫଟୋଟି ଅସଲି କି ଫେକ ତାହା ଜଣାପଡ଼ିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/383445-car.jpg)