ନୂଆଦିଲ୍ଲୀ: ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। କାଉଡିଆ ଭାଇମାନେ ବି ଜଳ ଧରି ବାବାଙ୍କ ପାଖକୁ ମାନସିକ ନେଇ ଯାତ୍ରା ଆରମ୍ଭ କରି ଦେଇଛନ୍ତି। ଏଥି ନିମନ୍ତେ କାଉଡିଆଙ୍କ ପାଇଁ ପ୍ରତ୍ୟେକ ସ୍ଥାନରେ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି।
ଏହି କ୍ରମରେ ଉତ୍ତରପ୍ରଦେଶର ସହାରନପୁରରେ ବି କାଉଡିଆଙ୍କ ପାଇଁ କ୍ୟାମ୍ପର ବ୍ୟବସ୍ଥା କରାଯାଇଛି। ଏହି କ୍ୟାମ୍ପରେ ଗତ ରାତିରେ ହାଠତ ଜିଲ୍ଲାପାଳ ଦିନେଶ ଚନ୍ଦ୍ର ଯାଇ ପହଞ୍ଚି ଯାଇଥିଲେ। ଆଉ କାଉଡିଆଙ୍କ ପାଇଁ ରୁଟି ପ୍ରସ୍ତୁତ କରିଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
सहारनपुर में कावड़ियों के लिए शिविर लगाए हैं. रास्ते सज गए हैं. दिन-रात यात्रा मार्ग की निगरानी हो रही है. आपको बता दे कि सहारनपुर के जिलाधिकारी ने बीती रात इस कावड़ यात्रा का निरीक्षण किया. साथ ही उन्होंने एक कांवड़ शिविर में कावड़ियों के लिए रोटियां सेकी. जिसके बाद जिलाधिकारी… pic.twitter.com/YlEvrJsphj
— Zee News (@ZeeNews) July 7, 2023
ସୂଚନାଯୋଗ୍ୟ, ସହାରନପୁରର ଜିଲ୍ଲାପାଳ ଗତ ରାତିରେ କାଉଡିଆଙ୍କ ଯାତ୍ରା ପାଇଁ କରାଯାଇଥିବା ବ୍ୟବସ୍ଥାର ନୀରିକ୍ଷଣ ପାଇଁ ବାହାରି ଥିଲେ। ସେ କାଉଡିଆଙ୍କ ସେବା ଉଦ୍ଦେଶ୍ୟରେ ରାସ୍ତାପାର୍ଶ୍ବରେ ତିଆରି ହୋଇଥିବା ଏକ ଶିବିରରେ ଅଟକି ଥିଲେ। ଆଉ କାଉଡିଆଙ୍କ ପାଇଁ ରୁଟିଂ ସେକିବା ଆରମ୍ଭ କରିଥିଲେ। ଜିଲ୍ଲାପାଳଙ୍କ ଏଭଳି କାମ ଦେଖି ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି। ଏଭଳି ମାନବିକତା ଥିବା ବ୍ୟକ୍ତି ଜିଲ୍ଲାପାଳ ହୋଇଥିବାରୁ ସହାରନପୁର ବାସିନ୍ଦା ଖୁସି ହୋଇଯାଇଛନ୍ତି।