‘ମେଟା’ ଏହାର ହ୍ବାଟ୍ସଆପ୍ ପ୍ଲାଟ୍ଫର୍ମରେ କୃତ୍ରିମ ବୁଦ୍ଧିମତ୍ତା ଦ୍ବାରା ପରିଚାଳିତ ଇମେଜ୍ ଏଡିଟିଂ ଟୁଲ୍ ଉପଲବ୍ଧ କରାଇବାକୁ ଯୋଜନା କରୁଛି। ଏହାର ପରୀକ୍ଷାମୂଳକ ଭର୍ସନ୍ ଆସିଥିବା ବେଳେ ଏହାକୁ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ କରାଯାଇନାହିଁ। ଖୁବ୍ଶୀଘ୍ର ଏଆଇ ଇମେଜ୍ ଏଡିଟିଂ ଟୁଲ୍ ଉପଲବ୍ଧ ହେବ ବୋଲି ମେଟା ପକ୍ଷରୁ କୁହାଯାଇଛି। ଉପଭୋକ୍ତାମାନେ ଯେକୌଣସି ଛବି ଖୋଲିବେ, ଏଆଇ ଚାଳିତ ବୈଶିଷ୍ଟ୍ୟଟି ସବୁଜ ରଙ୍ଗ ଅାଇକନ୍ରେ ଉପଲବ୍ଧ ହେବ। ଏହା ସେମାନଙ୍କୁ ବ୍ୟାକ୍ଡ୍ରପ୍ (ଛବିର ପୃଷ୍ଠଭୂମି ବଦଳାଇବା ପାଇଁ), ରିଷ୍ଟାଇଲ୍ (ଭିଜୁଆଲ୍ ଇଫେକ୍ଟ୍ ଯୋଡ଼ିବା ପାଇଁ) ଓ ଏକ୍ସପାଣ୍ଡ୍ (ଛବିର ଆକାର ବଢ଼ାଇବା ପାଇଁ) ଭଳି ତିନୋଟି ମୋଡ୍ର ସୁବିଧା ଦେବ। ଏଆଇ ଇମେଜ୍ ଏଡିଟିଂ ଟୁଲ୍ ମେଟାର ‘ଲାମା ଏଆଇ ମଡେଲ୍’ ଦ୍ବାରା ପରିଚାଳିତ ହେବ। ହ୍ବାଟ୍ସଆପ୍ ବ୍ୟବହାରକାରୀ ଏଆଇର ବୈଷୟିକ ସାମର୍ଥ୍ୟ ବ୍ୟବହାର କରି ବ୍ୟାକ୍ଗ୍ରାଉଣ୍ଡ୍ ବଦଳାଇବା ସହ ବିଭିନ୍ନ ଷ୍ଟାଇଲ୍ରେ ଫଟୋକୁ ଏଡିଟ୍ କରିପାରିବେ। ଏହା ଆଣ୍ଡ୍ରଏଡ୍ ଫୋନ୍ରେ ପ୍ରଥମେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଏହି ଉପକରଣଟି ଆଣ୍ଡ୍ରଏଡ୍ ବେଟା ସଂସ୍କରଣ ୨.୨୪.୭.୧୩ରେ ଆସିବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp