ବାୟୁସେନା ଅଧିକାରୀରୁ ମହିଳା ହେଲେ ଆଡଲ୍ଟ ଷ୍ଟାର

ନୂଆଦିଲ୍ଲୀ: ବ୍ରାଜିଲର ଜଣେ  ପୂର୍ବତନ ମହିଳା ବାୟୁସେନା ଅଧିକାରୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ବାୟୁସେନାର ଚାକିରି ଛାଡି ଆଡଲ୍ଟ ଷ୍ଟାର ହେବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେ ଓନଲିଫ୍ୟାନ୍ସରେ ପୂର୍ଣ୍ଣ ସମୟ କାମ କରିବା ଆରମ୍ଭ କରି ଦେଇଥିଲେ।

ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅକେସିଆ ମରିନା ଜର୍ଜ ଡିନିଜ ବ୍ରାଜିଲର ବାୟୁସେନାରେ ଜଣେ ଲେଫ୍ଟନାଣ୍ଟ ଥିଲେ। ତେବେ ବର୍ତ୍ତମାନ ସେ ‘କୋକା ଡିନିଜ୍’ ନାମରେ ନିଜର ନୂତନ ପରିଚୟ ସୃଷ୍ଟି କରି ଦୁନିଆ ସାମ୍ନାକୁ ଆସିଛନ୍ତି। କିଛିଦିନ ତଳେ ସେ ବାୟୁସେନାର ପୋଷାକରେ ନଜର ଆସୁଥିବା ବେଳେ ବର୍ତ୍ତମାନ ସେ ଆଡଲ୍ଟ ଷ୍ଟାର ହୋଇ ବିକିନି ପିନ୍ଧି ଚର୍ଚ୍ଚାରେ ରହିଛନ୍ତି।

ଡିନିଜ କହିଛନ୍ତି ଯେ ହୁଏତ ଏବେ ବାୟୁସେନା ଚାକିରିରେ ଯେତିକି ସମ୍ମାନ ମିଳୁ ଥିଲା ଯେତିକି ସମ୍ମାନ ମିଳୁନାହିଁ। କିନ୍ତୁ ରୋଜଗାର ଅଧିକ ହୋଇପାରିଛି। ସେଥିପାଇଁ ଜଣେ ଆଡଲ୍ଟ ଷ୍ଟାର ହେବାର ନିଷ୍ପତ୍ତି ନେଇଥିଲି।

ଡିନିଜ୍ ବାୟୁସେନା ଲେଫ୍ଟନାଣ୍ଟ ଭାବରେ ୧୧ ବର୍ଷ ଧରି ଦେଶର ସେବା କରିଛନ୍ତି। ବର୍ତ୍ତମାନ ଡିନିଜଙ୍କୁ ଚିହ୍ନିବା ବହୁତ କଷ୍ଟକର ।ଲୋକମାନେ ଜାଣିପାରିବେ ନାହିଁ ଯେ ଇଏ ହେଉଛି ସେହି ମହିଳା, ଯିଏ ଏକଦା ୟୁନିଫର୍ମ ପିନ୍ଧି ଦେଶର ସୁରକ୍ଷା ପ୍ରତି ଯତ୍ନବାନ ଥିଲେ । ବର୍ତ୍ତମାନ ସେ ଗ୍ଲାମରସ୍ ଡ୍ରେସ, ବିକିନି ଏବଂ ଛୋଟ ପୋଷାକରେ ସମସ୍ତ ସାମ୍ନାରେ ନଜର ଆସୁଛନ୍ତି।

ଫ୍ୟାନ୍ସ ସାଇଟରେ ତାଙ୍କର ଏକ ଫଟୋକୁ ଦେଖିବାକୁ ଗ୍ରାହକମାନଙ୍କୁ ପାଖାପାଖି ୧୩୦୦ ଟଙ୍କା ଦେବାକୁ ପଡିଥାଏ। ଇନଷ୍ଟାଗ୍ରାମରେ ତାଙ୍କର ୧୯ ହଜାରରୁ ଅଧିକ ଅନୁସରଣକାରୀ ଅଛନ୍ତି ।

 

ସମ୍ବନ୍ଧିତ ଖବର