ନୂଆଦିଲ୍ଳୀ: ସମଲୀଙ୍ଗୀ ସଂପର୍କ ଆଜିକାଲି ଏକ ସାଧାରଣ କଥା। ପୂର୍ବରୁ ଅନେକ ସମଲୀଙ୍ଗୀ ସେମାନଙ୍କ ସଂପର୍କ ବିଷୟରେ କହି ସାରିଥିବା ବେଳେ ଏବେ ପୁଣି ଏକ ସେହିଭଳି କଥା ଘଟିଛି।
ଆକାଶପଥରେ ବିମାନ ଉଡୁଥିବା ବେଳେ ଏକ ସମଲୀଙ୍ଗୀ ଯୋଡ଼ିଙ୍କ ପ୍ରପୋଜାଲ୍ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ ଜଣେ ଏୟାର୍ ହଷ୍ଟେସ୍ ଜଣେ ମହିଳା ପାଇଲଟ୍ଙ୍କୁ ପ୍ରପୋଜ୍ କରୁଥିବାର ଦେଖିବାକୁ ମିଳିଛି। ଏୟାର୍ ହଷ୍ଟେସ୍ ଜଣକ ତଳେ ଆଣ୍ଠୁ ଲଗାଇ ପାଇଲଟ୍ଙ୍କୁ ପ୍ରପୋଜ୍ କରୁଥିବାର ଦେଖିବାକୁ ମିଳିଛନ୍ତି।
ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଏଥିରେ ମଜାଦାର୍ କମେଣ୍ଟ୍ ସବୁ ଦେଇଛନ୍ତି। କିଛି ବ୍ୟବହାରକାରୀ ‘ଲଭ୍ ଇଜ୍ ଇନ୍ ଏୟାର୍’ ବୋଲି ଲେଖିଛନ୍ତି।
ଏୟାର୍ ହଷ୍ଟେସ୍ଙ୍କ ନାମ ଭେରୋନିକା ରେଜେସ୍ ଓ ତାଙ୍କ ପ୍ରେମିକା ପାଇଲଟ୍ଙ୍କ ନାମ ଏଲେଜନ୍ଦ୍ରା ମୋନକାଏ। ଭେରୋନିକା ଏଲେଜନ୍ଦ୍ରାଙ୍କୁ ୩୦ ହଜାର ଫୁଟ୍ ଉଚ୍ଚତାରେ ପ୍ରେମ ନିବଦେନ କରିଛନ୍ତି।
ଦୁଇ ଜଣ ଯାକ ଅଲସ୍କା ବିବାନରେ ଯାତ୍ରା କରୁଥିଲେ। ଏହି ବିମାନଙ୍କୁ ସାନ୍ ଫ୍ରାନ୍ସିକୋରୁ ଲସ୍ ଆଞ୍ଜେଲ୍ସ ଯାଉଥିଲା। ସେମାନେ କିିଛି ଦିନର ମିଳାମିଶା ପରେ ପରସ୍ପର ପ୍ରତି ପ୍ରେମ ଥିବା ଅନୁଭବ କରିବା ପରେ ଜୀବନ ଯାକ ସାଥୀରେ ରହିବାର ନିଷ୍ପତ୍ତି ନେଇଛନ୍ତି। ଉଭୟ ଉଭୟଙ୍କୁ ମୁଦି ପିନ୍ଧାଇ ସାଥୀ ହେବାର ପ୍ରତିଶ୍ରୁତି ଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି।
ସେ ଦୁହେଁ ବିମାନରେ ଏକ ଘୋଷଣା କରି ସେମାନଙ୍କ ସଂପର୍କକୁ ସର୍ବସାଧାରଣ କରିଛନ୍ତି। ବିମାନରେ ଉପସ୍ଥିତ ଥିବା ଯାତ୍ରୀମାନେ ତାଳି ମାରି ସେମାନଙ୍କୁ ଉତ୍ସାହିତ କରିଥିବାର ଭିଡିଓରେ ନଜର ଆସିଛି।