ଭାରତରେ ବିମାନସେବା ଯୋଗାଉଥିବା ଅନ୍ୟତମ ପ୍ରମୁଖ ସଂସ୍ଥା ‘ଇଣ୍ଡିଗୋ’ର ମୂଳ କମ୍ପାନି ‘ଇଣ୍ଟରଗ୍ଲୋବ୍ ଏଣ୍ଟରପ୍ରାଇଜେସ୍’ ଓ ଆମେରିକାର ‘ଆର୍ଚର ଏଭିଏସନ୍’ ମିଶି ଖୁବ୍ ଶୀଘ୍ର ଭାରତରେ ବିଦ୍ୟୁତ୍-ବିମାନ-ଟାକ୍ସି ସେବା ଯୋଗାଇବେ ବୋଲି ଜଣାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହା ଦିଲ୍ଲୀର କନଟ୍ପ୍ଲେସ୍ରୁ ହରିୟାଣାର ଗୁରୁଗ୍ରାମ ଯାଏ ଯାତ୍ରୀମାନଙ୍କୁ ନେବା ଆଣିବ କରିବ। ଦୁଇ ସ୍ଥାନ ମଧ୍ୟରେ ୨୭ କି.ମି. ଦୂରତା ଅତିକ୍ରମ କରିବାକୁ ସଡ଼କପଥରେ ସର୍ବନିମ୍ନ ୩୦ ମିନିଟ୍ ସମୟ ଲାଗୁଥିବା ବେଳେ ବିମାନ ଟାକ୍ସିରେ ମାତ୍ର ୭ ମିନିଟ୍ରେ ଯାତ୍ରୀମାନେ ପହଞ୍ଚିପାରିବେ। ୨୦୨୬ରେ ଆରମ୍ଭ ହେବାକୁ ଥିବା ଏହି ସେବାରେ ମୋଟ ଶହେ କୋଟି ଡଲାର ଖର୍ଚ୍ଚ ହେବ ବୋଲି ଜଣାଯାଇଛି। ତେବେ ଏକ ପାଞ୍ଚ ଆସନ ବିଶିଷ୍ଟ ବିଦ୍ୟୁତ୍ ଚାଳିତ ବିମାନରେ ଯିବା ଲାଗି ଯାତ୍ରୀ ପିଛା ୨,୦୦୦ରୁ ୩,୦୦୦ ଟଙ୍କା ଲାଗିବ ବୋଲି ଅନୁମାନ କରାଯାଉଛି। ପ୍ରଥମେ ଏହି ସେବା ରାଜଧାନୀ ଦିଲ୍ଲୀରୁ ଆରମ୍ଭ ହେବାକୁ ଥିବା ବେଳେ ପରେ ମୁମ୍ବାଇ ଓ ବେଙ୍ଗାଲୁରୁକୁ ସମ୍ପ୍ରସାରିତ ହେବ। ପଞ୍ଜୀକରଣ ସଂପନ୍ନ ହେଲା ପରେ ଆବଶ୍ୟକ ପରୀକ୍ଷା ନିରୀକ୍ଷା ଓ ନିରାପତ୍ତା ଯାଞ୍ଚ ପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ୨୦୨୫ ଶେଷ ସୁଦ୍ଧା ବିମାନ-ଟାକ୍ସି ସେବା ପାଇଁ ଅନୁମତି ପ୍ରଦାନ କରିବେ ବୋଲି କମ୍ପାନି ଆଶା ରଖିଛି। ବେଳେବେଳେ ଅତି ଜରୁରୀ କାମରେ ଗଲା ବେଳେ ସଡ଼କପଥରେ ସାଂଘାତିକ ଟ୍ରାଫିକ୍ ଭିଡ଼ ପରି ଅନାହୂତ ସମସ୍ୟା ଯୋଗୁଁ ବିଳମ୍ବ ହେଉଥିଲା ବେଳେ ଏହି ବିଦ୍ୟୁତ୍-ବିମାନ-ଟାକ୍ସି ସେବା ସେଥିରୁ ମୁକ୍ତ କରାଇବ ବୋଲି ଆଶା କରାଯାଉଛି।
୨୦୨୬ରୁ ଭାରତରେ ବିମାନ ଟାକ୍ସି ସେବା: ୭ ମିନିଟ୍ରେ ଦିଲ୍ଲୀରୁ ଗୁରୁଗ୍ରାମ!
/sambad/media/post_attachments/wp-content/uploads/2024/04/gjgdjdjggjgj.jpg)