ବିମାନବନ୍ଦରରେ ଝାଡ଼ୁ ମାରୁଥିବା ଅମିର ଏବେ ୧୦କୋଟି ଟଙ୍କା କାରବାର କରୁଥିବା କମ୍ପାନିର ମାଲିକ

ନୂଆଦିଲ୍ଲୀ: ଭାଗ୍ୟ କେତେବେଳେ ଯେ କାହାକୁ କେଉଁ ସ୍ଥାନ‌ରେ ନେଇ ପହଞ୍ଚାଇବ ତାହା କେହି ବି ଜାଣି ନଥାଆନ୍ତି। ଏକଦା ବିମାନବନ୍ଦରରେ କାମ କରୁଥିବା ୩୧ ବର୍ଷୀୟ ଅମିର କୁତବ ଏବେ ଅଷ୍ଟ୍ରେଲିଆର ଏକ ଡିଜିଟାଲ ଫାର୍ମର ମାଲିକ ଅଛନ୍ତି, ଯାହାର ବାର୍ଷିକ ବ୍ୟବସାୟ ୧୦ କୋଟି ଟଙ୍କାରୁ ଅଧିକ । ୪ଟି ଦେଶରେ ରହିଛି ଅମିରଙ୍କ ବ୍ୟବସାୟ । କେବଳ ଏତିକି ନୁହେଁ, ସେ ବିମାନବନ୍ଦରରେ ଝାଡୁ ମାରିବା କାମ ପାଇବା ପୂର୍ବରୁ ଗଳି ଗଳି ବୁଲି ସେ ଖବର କାଗଜ ବାଣ୍ଟୁଥିଲେ । ହେଲେ ନିଜର ବ୍ୟବସାୟ ବଢାଇବାକୁ ତାଙ୍କର ଏତେ ନିଶାଥିଲା ଯେ କୌଣସି ପ୍ରତିବନ୍ଧକ ତାଙ୍କୁ ରୋକି ପାରି ନ ଥିଲା ।

ଆଲିଗଡର ଏକ ମଧ୍ୟବିତ୍ତ ପରିବାରରେ ଅମିରଙ୍କ ଜନ୍ମ । ବାପା ସରକାରୀ ଚାକିରି କରୁଥିବା ବେଳେ ମା’ ଗୃହିଣୀ ଥିଲେ । ବାପାଙ୍କର ସ୍ୱପ୍ନ ଥିଲା କି ପୁଅ ବଡ ହେଲେ ଡାକ୍ତର କି ଇଂଜିନିୟର ହେବ । ଅମିର ଦ୍ୱାଦଶ ପାସ୍ କରିବା ପରେ ତାଙ୍କୁ ବିଟେକ୍  ମେକାନିକାଲ ବ୍ରାଞ୍ଚରେ ଆଡମିସନ କରାଯାଇଥିଲା । ହେଲେ ସେଠାରେ ପଢିବାକୁ ତାଙ୍କ ମନ ନଲାଗିବାରୁ ସେ ଅନ୍ୟ କିଛି କରିବାକୁ ଯୋଜନା କଲେ । ଏ ନେଇ କଲେଜରେ ସେ ଏକ ସୋସିଆଲ ନେଟୱାର୍କ ଆପ୍ ପ୍ରସ୍ତୃତ କରିଥିଲେ । ସେତେବେଳେ ଫେସବୁକ୍ କି ହ୍ୱାଟସପ୍ ନଥିବାରୁ ସିଧା ଗୁଗୁଲ ସାଇଟରେ ଏହି ଆପ ପ୍ରସ୍ତୁତ କରି ସେଠାରେ କୋଡିଂ କରିବା ଆରମ୍ଭ କରିଦେଇଥିଲେ । ଏହା ପରେ ସାଙ୍ଗମାନଙ୍କ ସହ ମିଶି ପୁଣି ଥରେ ଏକ ଉନ୍ନତ ମାନର ସୋସିଆଲ ନେଟୱାକିଂ ଆପ ପ୍ରସ୍ତୁତ କରି ତାକୁ ଉଦଘାଟନ କରିଥିଲେ । ଗୋଟିଏ ସପ୍ତାହ ମଧ୍ୟରେ ଏହି ଆପ୍ ସହିତ ୧୦ ହଜାର ଲୋକ ଯୋଡି ହୋଇଥିଲେ । ଏହା ବି ସଫଳ ହୋଇଥିଲା । ଏହା ପରେ ରାଜନୀତିକୁ ଆସିବାର ଲକ୍ଷ ନେଇ ସେ କଲେଜ ନିର୍ବାଚନରେ ସଂପାଦକ ପଦ ପାଇଁ ଲଢିଥିଲେ ଓ ଜିତିଥିଲେ । ଏଠାରେ ସେ ନେତୃତ୍ୱ ନେବାର କଳା ଶିଖି ଯାଇଥିଲେ ।
ଏହା ପରେ ସେ ଅନେକ ବ୍ୟାପାରରେ ମନ ନିବେଶ କରି ବିଫଳ ହେଲେ । ହେଲେ ମନୋବଳ ଦୁର୍ବଳ ନକରି ସେ ୱେବସାଇଟ୍ ଡିଜାଇନ କାମ ଆରମ୍ଭ କରିଥିଲେ । ଯେଉଁଥିରେ କି ତାଙ୍କୁ ବିଭିନ୍ନ ଦେଶରୁ ଅର୍ଡର ମିଳିଥିଲା । ସେମାନଙ୍କ ମଧ୍ୟରୁ କିଛି ଲୋକ ତାଙ୍କୁ ବିଦେଶ ଯାଇ ଏଭଳି ବ୍ୟାପାର କରିବାକୁ ପରାମର୍ଶ ଦେଇଥିଲେ ।

Sweeper News and Updates from The Economic Times

ଏହା ପରେ ସେ ଷ୍ଟୁଡେଣ୍ଟ ଭିସାରେ ଅଷ୍ଟ୍ରେଲିଆ ଚାଲିଯାଇଥିଲେ । ସେଠାରେ ସେ ଏକ ଏମବିଏ କଲେଜରେ ପାଠପଢ଼ିଥିଲେ। ଏମବିଏ ସରିବା ପରେ ସେ ଚାକିରି ପାଇଁ ଅନେକ କମ୍ପାନିର ଦ୍ୱାରସ୍ଥ ହୋଇଥିଲେ ହେଁ ବିଫଳ ହୋଇଥିଲେ । କାରଣ ସେହି କମ୍ପାନିମାନେ ଭାରତୀୟ ଯୋଗ୍ୟତା ଉପରେ ବିଶ୍ୱାସ କରୁ ନଥିଲେ । ଏଭଳି ୩ ମାସ କଟିଯିବା ପରେ ତାଙ୍କୁ ଏକ ବିମାନବନ୍ଦରରେ ଝାଡୁଦାର ଚାକିରି ମିଳିଥିଲା । ଯେଉଁଠି କି ତାଙ୍କୁ ପ୍ରତି ଘଣ୍ଟା କାମ ପାଇଁ ୨୦ ଡଲାର ମିଳୁଥିଲା । କାର୍ଯ୍ୟ ସମୟ ଦିନରେ ଥିବାରୁ ତାଙ୍କୁ ପାଠ ପଢିବା କି ବ୍ୟବସାୟରେ ମନୋନିବେଶ କରିବାକୁ ସମୟ ନ ଥିଲା । ଏହା ପରେ ସେ ରାତି ପାଇଁ ଚାକିରି ଖୋଜିଥିଲେ । ଯେଉଁଥିରେ କି ସେ ରାତି ୩ରୁ ସକାଳ ୭ ଟା ଯାଏ ଖବର କାଗଜ ବାଣ୍ଟିବାର କାମ ମିଳିଯାଇଥିଲା ।

ବିଟେକ୍ ଓ ଏମବିଏ କରିସାରିବା ପରେ ଏଭଳି କାମ କରିବାକୁ ପରିବାର ଲୋକେ ପସନ୍ଦ କରୁ ନଥିବା ବେଳେ କିନ୍ତୁ ହାର୍ ମାନି ନଥିଲେ ଅମିର । ଏଭଳି ଭାବେ ଏକ ବର୍ଷ ବିତିଗଲା ପରେ ତାଙ୍କ ନିକଟରେ କିଛି ଟଙ୍କା ଠୁଳ ହୋଇଯାଇଥିଲା । ଏହାକୁ ନେଇ ସେ ଆରମ୍ଭ କରିଥିଲେ ନିଜର କମ୍ପାନି । ସେଠାରେ ସେ ୱବସାଇଟ୍ ଡିଜାଇନ କାମ କରିବା ସହିତ ନିଜ କମ୍ପାନିକୁ ଅଷ୍ଟ୍ରେଲିଆ ସରକାରଙ୍କ ପାଖରେ ପଞ୍ଜିକୃତ କରାଇଥିଲେ । ହେଲେ କମ୍ପାନି ସିନା ତିଆରି ହୋଇଗଲା ଗରାଖ ଆସିବେ କେଉଁଠୁ । ଏଭଳି ପରିସ୍ଥିତିରେ ହଠାତ୍ ଜଣେ ଲୋକ ତାଙ୍କର ଭେଟ ହୋଇଥିଲା, ଯାହାଙ୍କର ଏକ ସଫ୍ଟୱେର କମ୍ପାନି ଥିଲା ।
ଅମିର ତାଙ୍କ ସହିତ କଥା ହୋଇ ବିନା ଦରମାରେ ଗୋଟିଏ ମାସ କାମ କରିଥିଲେ । ଅମିର କହିବା ମୁତାବକ କାମ ଏତେ ଭଲ ଥିଲା ଯେ ସେହି ଅପରିଚିତ ଲୋକ ଜଣଙ୍କ ତାଙ୍କ ପାଇଁ ଗରାଖ ଯୋଗାଡ କରିଦେଇଥିଲେ ।
ଏହାପରେ ଅମିରଙ୍କୁ ଅଷ୍ଟ୍ରଲିଆର ଏକ ଅର୍ଦ୍ଧ-ସରକାରୀ ଚାକିରି ମିଳିଯାଇଥିଲା । ସେଠାରେ ଦେଢ ବର୍ଷ କାମ କରିବା ପରେ ଅମିରଙ୍କୁ ଜେନେରାଲ ମ୍ୟାନେଜର ପୋଷ୍ଟ ମିଳିଯାଇଥିଲା । ଏଠାରେ କିଛି ଭଲ ଟଙ୍କା ରୋଜଗାର ହେବା ପରେ ଅମିର ସେହି କମ୍ପାନି ଛାଡି ଦେଇଥିଲେ । କାହିଁକି ନା ଅମିରଙ୍କର ଗୋଟିଏ ନିଶା ଥିଲା କି ନିଜ କମ୍ପାନିକୁ ଆଗକୁ ବଢାଇବା । ଏହାପରେ ସେ ଭାରତରେ ୪ ଜଣ ପିଲାଙ୍କୁ ତାଙ୍କ କମ୍ପାନି ସହିତ ଯୋଡିଥିଲା । ଯେଉଁମାନେ କି ଅଷ୍ଟ୍ରେଲିଆରୁ ମିଳୁଥିବା ୱେବସାଇଟ୍ କାମ ଏଠାରେ କରି ପାରୁଥିଲେ । ଏହିଭଳି ଭାବେ କମ୍ପାନି ଚାଲୁଥିବା ବେଳେ ଅମିର ୫୦ ଲକ୍ଷ ଟଙ୍କାର ଋଣ ଭିତରେ ଫସି ଯାଇଥିଲେ।

ଏହାକୁ ନେଇ ଅମିର ଚିନ୍ତାରେ ପଡିଯାଇଥିଲେ । ହେଲେ କିଛି ଅର୍ଥନୀତିଜ୍ଞଙ୍କ ପରାମର୍ଶ ପରେ ସେ ଜାଣିବାକୁ ପାଇଲେ ଯେ ସେ ବହୁତ ଶସ୍ତାରେ କାମ କରୁଛନ୍ତି । ଏହା ପରେ ସେ କାମର ଦର ବଢାଇଲେ । ବର୍ତମାନ ତାଙ୍କ କମ୍ପାନି ବାର୍ଷିକ ୧୦ କୋଟି ଟଙ୍କାରୁ ଅଧିକ ଟଙ୍କାର କାରବାର କରୁଛି ।

ସମ୍ବନ୍ଧିତ ଖବର