କାଙ୍ଗାଳ କରିଦେଲା ସାପ ! ସାଢେ ୭କୋଟି ଟଙ୍କା ହରାଇଲେ ଯୁବକ

ନୂଆଦିଲ୍ଲୀ: କାଙ୍ଗାଳ କରିଦେଲା ସାପ | ସାପକୁ ମାରିବାକୁ ଯାଇ କୋଟି କୋଟି ଟଙ୍କା ହରାଇଲେ ଯୁବକ | ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ | ଆମେରିକାର ମ୍ୟାରିଲାଣ୍ଡରେ ଘଟିଛି ଏଭଳି ଘଟଣା |

ସୂଚନା ମୁତାବକ, ଆମେରିକାର ମ୍ୟାରିଲାଣ୍ଡରେ ରହୁଥିବା ଜଣେ ଯୁବକଙ୍କ ଘରେ ବିଷାକ୍ତ ସାପ ପଶିବା ପରେ ସାପକୁ ମାରିବା ପାଇଁ ସେ ଉଦ୍ୟମ କରିଥିଲେ | ଭିନ୍ନ ଭିନ୍ନ ବାଟ ଆପଣାଇବା ପରେ ସାପଟି ନମରିବାରୁ ଯୁବକଜଣକ ଘରେ ଜଳୁଥିବା କୋଇଲାକୁ ସାପ ଉପରକୁ ଫିଙ୍ଗିଥିଲେ | ହେଲେ ସାପଟି ମରିବା ପରିବର୍ତ୍ତେ ଯୁବକଙ୍କ ସାଢେ ୭କୋଟି ଟଙ୍କାର ଘର ଜାଳି ଯାଇଥିଲା | ରାତି ୧୦ ଟାରେ ଯୁବକଙ୍କ ଘରେ ନିଆଁ ଲାଗିଯାଇଥିଲା। ଏହା ପରେ ଅଗ୍ନିଶମ ବିଭାଗକୁ ତୁରନ୍ତ ସୂଚନା ଦିଆଯାଇଥିଲେ ବି ସେମାନେ ପହଞ୍ଚିବା ବେଳକୁ ସବୁକିଛି ଜଳି ପାଉଁଶ ହୋଇଯାଇଥିଲା | ସାପକୁ ମାରିବାକୁ ଯାଇ ନିଜେ କାଙ୍ଗାଳ ହୋଇଯାଇଥିଲେ ଯୁବକ | ଏହି ଘଟଣାଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି |

ସମ୍ବନ୍ଧିତ ଖବର