ବିଶ୍ୱରେ ରହିଛି ଏପରି ଏକ ବଜାର ଯେଉଁଠାରେ ମୋବାଇଲ୍‌ ଦାମ୍ ଠାରୁ କମ୍‌ ମୂଲ୍ୟରେ ମିଳେ ଏକେ-୪୭ ରାଇଫଲ

ବିଶ୍ୱରେ ରହିଛି ଏପରି ଏକ ବଜାର ଯେଉଁଠାରେ ମୋବାଇଲ୍‌ ଦାମ୍ ଠାରୁ କମ୍‌ ମୂଲ୍ୟରେ ମିଳେ ଏକେ-୪୭। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ବଜାର ରହିଛି ପାକିସ୍ତାନରେ। ଯେଉଁଠାରେ ଏକେ-୪୭ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ମେସିନ ଗନ୍, ଅଟୋମେଟିକ ଗନ୍ ଖୁଲମ୍‌ଖୁଲା ବିକ୍ରି କରାଯାଇଥାଏ । ସାଧାରଣତଃ ଅନ୍ୟାନ୍ୟ ଦେଶରେ ନିଜର ସୁରକ୍ଷା ପାଇଁ ଏକ ବନ୍ଧୁକ କିଣିବାକୁ ହେଲେ ତା ପାଇଁ ଲାଇସେନ୍ସ ଏବଂ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ ପାକିସ୍ତାନର ଏହି ସହରରେ ଖୁବ କମ ମୂଲ୍ୟରେ ଏକେ-୪୭ ଭଳି ମାରାତ୍ମକ ବନ୍ଧୁକ ମିଳିଯାଇଥାଏ । ପ୍ରକୃତରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରୁ ଏହି ଘଟଣାଟି ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ପାକିସ୍ତାନରେ ଅବସ୍ଥିତ ‘ଦଶ ଆଦମଖେଲ’ ନାମକ ଏକ ସହରରେ ଏକେ-୪୭ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ମେସିନ ଗନ୍, ଅଟୋମେଟିକ ଗନ୍ ଖୁଲମଖୁଲା ବିକ୍ରି କରାଯାଇଥାଏ । ଏହି ସହରଟି ପାକିସ୍ତାନର ମୂଖ୍ୟ ସହରଠାରୁ ୩୫ କିଲୋମିଟର ଦୁରରେ ଏକ ପାହାଡ ମଝିରେ ଅବସ୍ଥିତ । ଏଠାରେ ସବୁ ପ୍ରକାର ଖତରନାକ ହତିଆର ମିଳିଯାଇଥାଏ । କେବଳ ସେତିକି ନୁହେଁ ଏଠାରେ ବନ୍ଧୁକ ଗୁଡିକ ଅତି ଶସ୍ତାରେ ମିଳିଥାଏ । ଅତି ବେଶିରେ ଗୋଟେ ବନ୍ଧୁକ ୫-୭ ହଜାର ମୂଲ୍ୟ ଭିତରେ ମିଳିଥାଏ । ତେବେ ଜଣେ ବନ୍ଧୁକ ବେପାରିଙ୍କ କହିବା ଅନୁସାରେ, ସେ ପ୍ରାୟ ୧୦ ବର୍ଷ ମଧ୍ୟରେ ୧୦ ହଜାରୁ ଅଧିକ ଗନ ବିକ୍ରି କରିଛନ୍ତି । ବିକ୍ରି ହୋଇଥିବା ବନ୍ଧୁକର କୌଣସି ଅସୁବିଧା ଥିବା ନେଇ ଆଜିଯାଏ ଅଭିଯୋଗ ହୋଇନାହିଁ ।

ବହୁ ବର୍ଷ ହେଲା ପାକିସ୍ତାନର ଏହି ଅଞ୍ଚଳରେ ବନ୍ଧୁକ କାରବାର ହୋଇଆସୁଛି । ୧୯୮୦ ମସିହା ପରଠାରୁ ଏଠାରେ ହତିଆର ବେପାର ଧିରେ ଧିରେ ବଢିବାକୁ ଲାଗିଲା । ଯାହା ଫଳରେ ଏବେ ଏହା ଏକ ଭୟଙ୍କର ସହରରେ ପରିଣତ ହୋଇଛି । ସବୁଠାରୁ ବଡ କଥା ହେଲା ଏଠାକୁ ପୁଲିସ ମଧ୍ୟ ଯାଇପାରନ୍ତି ନାହିଁ । ପୂର୍ବରୁ ପାକିସ୍ତାନରେ ନବାଜ ଶରିଫ କ୍ଷମତାକୁ ଆସିବା ପରେ ଏହି ହତିଆର ବ୍ୟବସାୟ ଉପରେ କିଛି ମାତ୍ରାରେ ପ୍ରଭାବ ପଡିଥିଲା ବୋଲି ସୂଚନାରୁ ଜଣାପଡିଛି।

ସମ୍ବନ୍ଧିତ ଖବର