ଝିଅ ବିବାହ ପରେ ଏବେ ପୁଅ ବିବାହର ପ୍ରସ୍ତୁତି ଆରମ୍ଭ; ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଲା ଆକାଶ ଅମ୍ବାନୀଙ୍କ ବିବାହ ନିମନ୍ତ୍ରଣ ପତ୍ର

ମୁମ୍ବାଇ: ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସୁପୁତ୍ରୀ ଈଶା ଅମ୍ବାନୀ ବ୍ୟବସାୟୀ ଆନନ୍ଦ ପିରାମିଲ୍‌ଙ୍କୁ ବିବାହ କରିବା କଥା ମନରୁ ନ ଲିଭୁଣୁ ଅମ୍ବାନି ପରିବାର ଏବେ ଆଉ ଏକ ବିବାହ ପାଇଁ ପ୍ରସ୍ତୁତ ହେଉଛି। ମାର୍ଚ ୯ ତାରିଖରେ ହେବାକୁ ଥିବା ମୁକେଶ ଅମ୍ବାନୀଙ୍କ ପୁଅ ଆକଶ ଅମ୍ବାନୀ ଓ ଶ୍ଳୋକା ମେହଟ୍ଟାଙ୍କ ବିବାହର ପ୍ରସ୍ତୁତ ଆରମ୍ଭ କରିଛନ୍ତି ମୁକେଶ ଓ ନୀତା। ଦେଖିବାକୁ ମିଳିଛି ଯେ ପୁଅ ବିବାହର ପ୍ରଥମ ନିମନ୍ତ୍ରଣ ପତ୍ରକୁ ଅମ୍ବାନୀ ବାପାମାଆ ନେଇ ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିରରେ ସମର୍ପଣ କରିଛନ୍ତି। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ପୂର୍ବାରୁ ଈଶାଙ୍କ ବିବାହ ସମୟରେ ବି ପ୍ରଥମ ନିମନ୍ତ୍ରଣ ପତ୍ରକୁ ମୁକେଶ ଓ ନୀତା ସିଦ୍ଧି ବିନାୟକ ମନ୍ଦିରରେ ଦେଇଥିଲେ।

 

ଭିଡିଓରେ ଦେଖିବାକୁ ମିଳିଛି ଯେ ମୁକେଶ ଓ ନୀତା ଆକାଶଙ୍କ ଭାଇ ଅନନ୍ତଙ୍କ ସହ ସିଦ୍ଧି ବିନାୟକ ମନ୍ଦିରରେ ନିମନ୍ତ୍ରଣ ପତ୍ର ଧରି ପହଞ୍ଚିଥିଲେ। ଉଲ୍ଲେଖଯୋଗ୍ୟ, ଆକାଶ ଓ ଶ୍ଳୋକା ପିଲାଟି ଦିନରୁ ବନ୍ଧୁ। ସେମାନଙ୍କର ଗତବର୍ଷ ନିର୍ବନ୍ଧ ହୋଇଥିଲା।

ସମ୍ବନ୍ଧିତ ଖବର