ନୂଆଦିଲ୍ଲୀ: ଅଖିଳ ଭାରତୀୟ କୃଷକ ମେଳାର ଦ୍ୱିତୀୟ ଦିନରେ ଚାଷୀ ଏବଂ ପଶୁପାଳକମାନେ ମେଳା ପରିସରରେ ଭିଡ଼ ଜମାଇଥିଲେ। ଏହି ମେଳାରେ ଉତ୍କୃଷ୍ଟ ପ୍ରଜାତିର ପଶୁମାନେ ବହୁ ସଂଖ୍ୟାରେ ସାମିଲ ହୋଥିଲେ। ତେବେ ମେଳାରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ୮ କୋଟି ଟଙ୍କା ମୂଲ୍ୟର ମଇଁଷି "ବିଧାୟକ"। "ବିଧାୟକ"କୁ ଦେଖିବାକୁ ଦେଖିବା ପାଇଁ ଲୋକମାନେ ଖୁବ ଉତ୍ସାହିତ ହୋଇଯାଇଥିଲେ।
ଉତ୍କୃଷ୍ଟ ପଶୁପାଳନ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଚାଷୀ ନରେନ୍ଦ୍ର ସିଂହ ତାଙ୍କର ଏହି ମଇଁଷି "ବିଧାୟକ" ପାଇଁ ଅନେକ ପ୍ରତିଯୋଗିତା ଜିତିଛନ୍ତି। ଅଖିଳ ଭାରତୀୟ କୃଷକ ମେଳାରେ ଉତ୍ତରପ୍ରଦେଶ ବ୍ୟତୀତ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ପଶୁପାଳକମାନେ ଚମତ୍କାର ମଇଁଷି, ଷଣ୍ଢ ଏବଂ ଘୋଡା ପ୍ରଦର୍ଶିତ କରିଥିଲେ।
ମେଳା ସମୟରେ ଗାଈ, ଷଣ୍ଢ ଏବଂ ମଇଁଷିଙ୍କ ପାଇଁ ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଏହି ମେଳାରେ ଦେଶୀ ଖାଦ୍ୟ ବ୍ୟତୀତ, ସାର, ଉନ୍ନତ ବିହନ ଏବଂ ପଶୁଖାଦ୍ୟ ବିକ୍ରି ହେଉଥିବା ଷ୍ଟଲ ଲାଗିଥିଲା। ଏହି ଷ୍ଟଲଗୁଡ଼ିରେ ଚାଷୀମାନଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା।