ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ପୋଷ୍ଟ ହୋଇଥାଏ। ଏଥି ମଧ୍ୟରୁ ଏମିତି କିଛି ଘଟଣାର ଭିଡିଓ ଦେଖିବାକୁ ମିଳେ ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ।
ନିକଟରେ ଏକ ଇନଷ୍ଟାଗ୍ରାମ ପେଜରେ ସବୁଜ ରଙ୍ଗର କୁକୁଡ଼ାର ଫଟୋ ସେୟାର କରି ଦାବି କରାଯାଇଛି କି, ପାକିସ୍ତାନର ଜଣେ ଦୋକାନୀ କୁକୁଡ଼ାକୁ ସବୁଜ ରଙ୍ଗ କରି ଶୁଆ କହି ଅନଲାଇନରେ ବିକ୍ରି କରି ଦେଇଛନ୍ତି।
View this post on Instagram
କୁହାଯାଉଛି କରାଚିର ଜଣେ ଦୋକାନୀ ପ୍ରଥମେ କୁୁକୁଡ଼ାକୁ ସବୁଜ ରଙ୍ଗ କରିଥିଲେ। ଏହାପରେ ତାହାର ଏକ ଫଟୋ ଉଠାଇଥିଲେ। ଉକ୍ତ ଫଟୋକୁ ସେ ଓଏଲଏକ୍ସରେ ପୋଷ୍ଟ କରିଥିଲେ। ଆଉ କହିଥିଲେ,‘ ଏହା ଏକ ବିରଳ ଶୁଆ। ଉକ୍ତ ଶୁଆ ଖୁବଶୀଘ୍ର ପୋଷାମାନି କଥା କହିବା ଆରମ୍ଭ କରିଥାଏ। ଏହି ଶୁଆର ମୂଲ୍ୟ ମାତ୍ର ୬ହଜାର ୫୦୦ଟଙ୍କାର ରହିଛି। ଏହା ଅଧିକ ଦାମରେ ବିକ୍ରି ହେଉଥିବା ବେଳେ ଆମେ ତାହାକୁ କମ ମୂଲ୍ୟରେ ବିକ୍ରି କରୁଛୁ। ଏହି ଅଫର ଅଳ୍ପଦିନ ପାଇଁ ରହିଛି। ଶୀଘ୍ର ଅନଲାଇନରେ ବୁକ କରି ଏହି ଶୁଆକୁ କିଣି ନିଅନ୍ତୁ।’
ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଘଟଣାକୁ ଏଡିଟିଂ ଫଟୋ ବୋଲି କହି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।