ମୁମ୍ବାଇ: ବଲିଡଡ୍ ସୁପରଷ୍ଟାର ଅଭନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁର ବ୍ୟବଚ୍ଛେଦ ରିପୋର୍ଟ ସୋମବାର ପ୍ରକାଶ ପାଇଥିଲା। ଏହି ରିପୋର୍ଟରୁ ଜଣାପଡ଼ିଥିଲା କି ତାଙ୍କ ମୃତ୍ୟୁର ହୃଦ୍ଘାତ ନୁହେଁ ବରଂ ଦୁର୍ଘଟଣାବଶତଃ ପାଣିରେ ବୁଡ଼ିଯିବା ହେତୁ ହୋଇଛି (ଡିୟୁ ଟୁ ଏକ୍ସିଡେଣ୍ଟାଲ୍ ଡ୍ରାଉନିଂ)। ଏତଦ୍ବ୍ୟତୀତ ଶ୍ରୀଦେବୀଙ୍କ ରକ୍ତରେ ଆଲ୍ହଲ ଭାଗ ବି ଥିଲା ବୋଲି ରିପୋର୍ଟରୁ ଜାଣିବାକୁ ମିଳିଥିଲା।
ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଲୋକଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଙ୍କି ମାରିଛି। ଏଇ ଯେମିତି ବାଥଟବ୍ରେ ବୁଡି କାହାର ମୃତ୍ୟୁ କିଭଳି ହୋଇପାରିବ? ତେବେ ଆସନ୍ତୁ ଜାଣିବା ଏହା ପଛର ତିନିଟି ମୁଖ୍ୟ କାରଣ।
ଆମେରିକା ମେରିଲ୍ୟାଣ୍ଡରେ ୧୧ବର୍ଷ ଭିତରେ ବାଥଟବ୍ରେ ବୁଡି ମୃତ୍ୟୁ ହୋଇଥିବା ୯୨ଜଣଙ୍କ ମାମଲାକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଏହି ଅଧ୍ୟୟନରୁ ଏଭଳି ମୃତ୍ୟୁ ପଛରେ ତିନିଟି କାରଣ ଥିବା ଜଣାପଡ଼ିଛି। ପ୍ରଥମ କାରଣ ହୃଦୟ ଜନିତ ରୋଗ, ଦ୍ୱିତୀୟ ମଦପାନ ଓ ତୃତୀୟ ମୁର୍ଚ୍ଛ ରୋଗ। ଏହି ତିନିଟି କାରଣ ହେତୁ ଯଦି ବ୍ୟକ୍ତି ବାଥ୍ଟବ୍ରେ ପଡ଼ି ଯାଏ ତେବେ ତାହାର ମୃତ୍ୟୁ ହୋଇଥାଏ।
ହୃଦରୋଗୀଙ୍କ ହୃଦୟ ପୂର୍ବରୁ ଦୁର୍ବଳ ହୋଇଥାଏ, ଏଭଳି ପରିସ୍ଥିତିରେ ଯଦି ସେ ବାଥଟବ୍ରେ ପଡ଼ିଯାଏ ତେବେ ହୃତପିଣ୍ଡରେ ଯେଉଁ ଝଟକା ହୋଇଥାଏ, ସେ ସମ୍ଭାଳି ପାରି ନଥାଏ । ଫଳରେ ହୃଦଘାତ ହେବାର ଅଧିକ ସମ୍ଭାବନା ରହିଥାଏ। ସେହିପରି ମଦପାନ କରୁଥିବା ବ୍ୟକ୍ତି ପୂର୍ବରୁ ହିଁ ଅସ୍ୱଭାବିକ ଥାଏ ତେଣୁ ସେ ଦିନ ବାଥ୍ଟବ୍ରେ ପଡ଼ିଯାଉଛି ନିଜକୁ ସମ୍ଭାଳି ନ ପାରି ମୃତ୍ୟୁମୁଖକୁ ଚାଲିଯାଇଥାଏ। ଅଧିକାଂଶ ମୁର୍ଚ୍ଛ ରୋଗୀଙ୍କ ମୃତ୍ୟୁ ବାଥ୍ଟବ୍ରେ ହୋଇଥାଏ।
ଜାପାନ(୬୫ପ୍ରତିଶତ)ରେ ଅଧିକ ପରିମାଣରେ ବାଥ୍ଟବ୍ରେ ବୁଡି ଲୋକଙ୍କ ମୃତ୍ୟୁ ହୋଇଥାଏ। ଜାପାନ ପରେ ବାଥଟବ୍ରେ ବୁଡି ଲୋକଙ୍କ ମୃତ୍ୟୁ ହେଉଥିବା ତାଲିକାରେ କନ୍ନାଡା ଓ ଆମେରିକାର ସ୍ଥାନ ରହିଛି। ଟିଓଆଇଙ୍କ ମୁତାବକ ଜାପାନର କଞ୍ଜ୍ୟୁମର ଆଫେୟର ଏକ ବର୍ଷ ପୂର୍ବରୁ ଏକ ରିପୋର୍ଟ ଜାରି କରିଥିଲେ। ଯେଉଁଥିରେ କୁହାଯାଇଥିଲା କି ଜାପାନରେ ବାଥଟବ୍ର ପାଣିର ତାପମାତ୍ର ୪୧ଡିଗ୍ରୀ ସେଲସିୟସ୍ ରହିଥାଏ। ଏହା ବି ମୃତ୍ୟୁର ଏକ କାରଣ ହୋଇଥାଏ। ଏଥିସହିତ ଜାପାନର ବାଥଟବ୍ର ଗଭୀରତା ବି ଅଧିକ ରହିଥାଏ। ଏଠାରେ ବାଥଟବ୍ ଦୁର୍ଘଟଣା ହେତୁ ପ୍ରତିବର୍ଷ ୧୯ହଜାର ଲୋକଙ୍କର ମୃତ୍ୟୁ ହୋଇଥାଏ।