ସାଙ୍ଗ ପାଇଁ ରାତାରାତି କୋଟିପତି ପାଲଟିଗଲେ ଆମେରିକାର ଏହି ବ୍ୟକ୍ତି

ନୂଆଦିଲ୍ଲୀ: ସାଙ୍ଗ କରିଦେଲା କୋଟିପତି | ଆମେରିକାରେ ରହୁଥିବା ଜଣେ ବ୍ୟକ୍ତି ନିଜ ସାଙ୍ଗ ପାଇଁ କୋଟିପତି ହୋଯାଇଥିବା ଜଣାପଡିଛି | ସାଙ୍ଗ ଦେଇଥିବା ଉପହାର କାର୍ଡରୁ ଆମେରିକାରେ ରହୁଥିବା ଆଲେକ୍ସଜାଣ୍ଡାର୍ ୭କୋଟି ଟଙ୍କା ଜିତିଛନ୍ତି |

ମିଳିଥିବା ସୂଚନା ମୁତାବକ, ଗତ ମାସରେ ଆଲେକ୍ସଜାଣ୍ଡାରଙ୍କର ଓପନ ହାର୍ଟ ସର୍ଜରୀ କରାଯାଇଥିଲା | ଏହା ପରେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏବିଷୟରେ ଜାଣିବା ପରେ ତାଙ୍କ ସାଙ୍ଗ ଶୀଘ୍ର ସୁସ୍ଥ ହେବ ପାଇଁ ତାଙ୍କୁ ‘ଗେଟ୍ ୱେଲ କାର୍ଡ’ ପଠାଇଥିଲେ | ଏହି ଗେଟ୍ ୱେଲ କାର୍ଡ ଏବେ ରାତାରାତି ଆଲେକ୍ସଜାଣ୍ଡାରଙ୍କ ଭାଗ୍ୟ ବଦଳାଇଛି | ଏହି କାର୍ଡରେ ଥିବା ତିନୋଟି ଲଟେରୀ ଟିକେଟ୍ ଏବେ ଆଲେକ୍ସଜାଣ୍ଡାରଙ୍କୁ କୋଟିପତି କରିଛି | ତିନୋଟି ଲଟେରୀ ଟିକେଟ ମଧ୍ୟରୁ ଗୋଟେକୁ ସ୍କ୍ରାଚ କରିବା ପରେ ତାଙ୍କର ଭାଗ୍ୟ ଚମକିଛି | ଏଥିରୁ ସେ ୧ ମିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ ୭ କୋଟି ଟଙ୍କା ଜିତିଛନ୍ତି |

zeenews.india.com

୧୦ ଜଣ ବ୍ୟକ୍ତି ଲଟେରୀ ଜିତିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଥିଲେ | ପ୍ରଥମ ନମ୍ବରରେ ଥିବା ବିଜେତା ୫ ମିଲିୟନ୍ ଡଲାର ଜିତିଥିବା ଜଣାପଡିଛି |

 

ସମ୍ବନ୍ଧିତ ଖବର