ଅନେକ ବଲିଉଡ୍ ଷ୍ଟାର ନିଜ ଅଭିନୟରେ ସୀମିତ ରହିନାହାନ୍ତି, ବରଂ ସେମାନେ ବ୍ୟବସାୟ କ୍ଷେତ୍ରର ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଜଣେ। ସେ ବି ନିଜର ଦକ୍ଷତା ବଳରେ ୨୦୨୦ ମସିହାରେ ‘ଏ-ଦା-ମାମା’ ବ୍ରାଣ୍ଡ୍ର ପୋଷାକ ବ୍ୟବସାୟକୁ ଆରମ୍ଭ କରିଛନ୍ତି ଏବଂ ଧୀରେ ଧୀରେ ଏହାକୁ ବିସ୍ତାର କରୁଛନ୍ତି। ସେ ପ୍ରାରମ୍ଭରେ ୨ରୁ ୧୪ ବର୍ଷ ବୟସର ପିଲାମାନଙ୍କ ପୋଷାକ ବ୍ୟବସାୟ କରୁଥିଲେ। ପରବର୍ତ୍ତୀ ସମୟରେ ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ଆରାମଦାୟକ ପୋଷାକ ଲଞ୍ଚ କରିଥିଲେ। ଏହି ବ୍ରାଣ୍ଡ୍ ପିଲାମାନଙ୍କ ପୋଷାକ ପାଇଁ ନରମ କପଡ଼ା ଓ ପ୍ଲାଷ୍ଟିକ୍ମୁକ୍ତ ପୋଷାକ ତିଆରି କରିବା ଉପରେ ଧ୍ୟାନ ଦେଇଛି। ଆଲିଆ ତାଙ୍କ ବ୍ରାଣ୍ଡ୍ ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ପରିବେଶ ସଚେତନତା ପ୍ରସାର କରୁଛନ୍ତି।
ଯେତେବେଳେ ଆଲିଆ ଭଟ୍ଟ ତାଙ୍କର ବ୍ରାଣ୍ଡ୍ ଲଞ୍ଚ କରିଥିଲେ, ସେ ଏଥିରେ ନିଜର ନାମ ଯୋଡ଼ି ନଥିଲେ। ସେ ଦେଖିବାକୁ ଚାହୁଥିଲେ ଯେ, ତାଙ୍କ ନାମ ବିନା ଉତ୍ପାଦଗୁଡ଼ିକ କେତେ ଭଲ ପ୍ରଦର୍ଶନ କରିବ। ଏପର୍ଯ୍ୟନ୍ତ ଏ-ଦା-ମାମା ବ୍ରାଣ୍ଡ୍ ୮୦୦ ପ୍ରକାରର ପୋଷାକ ପ୍ରସ୍ତୁତ କରିଛି, ଯାହା ପାଇଁ କେବଳ ପ୍ରାକୃତିକ ତନ୍ତୁ ବ୍ୟବହାର କରାଯାଇଛି। ବିଜନେସ୍ ଇନ୍ସାଇଡର୍ ମତ ଅନୁଯାୟୀ କମ୍ପାନି ଗତବର୍ଷ ମାତ୍ର ୧୦ ମାସରେ ୧୦ଗୁଣ ଅଧିକ ବ୍ୟବସାୟ କରିଥିଲା। ଆଜିକାଲି ଆଲିଆ ତାଙ୍କର ଭେଗାନ୍ ବ୍ରାଣ୍ଡ୍ ଏ-ଦା-ମାମା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି, ଯେଉଁଥିରେ ସେ ନୂତନ ବର୍ଗର ପୋଷାକ ମଧ୍ୟ ଯୋଡ଼ିବାକୁ ଯାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/22/new-projeckk-2025-09-22-13-56-42.jpg)