ବରଗଡର ବିସ୍ମୟ ବାଳିକା ଅଲିଶା ! ଆଖି ବନ୍ଦ କରି ସବୁ ଦେଖି ପାରୁଛି, ଅଙ୍କ ବି କଷି ପାରୁଛି

ବରଗଡ଼ : ବୟସ ୮ ବର୍ଷ। ନାଁ ଅଲିଶା ସିଂଘଲ୍ । ଘର ବରଗଡ଼।  ଆଖିରେ କପଡ଼ା ବାନ୍ଧି ଦେଇ ସାମ୍ନାରେ କ’ଣ ଅଛି ବୋଲି ପଚାରନ୍ତୁ ତ? ସେ ଅନାୟସରେ କହିଦେବେ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ

ବରଗଡ଼ର ଏଇ କୁନି  ଝିଅଠାରେ ଲୁଚି ରହିଛି ବିରଳ ପ୍ରତିଭା ।  ଆମେ ସମସ୍ତେ ଆଖି ଖୋଲିଲେ ଦେଖିଥାଉ, ହେଲେ ଆଲିଶା କିନ୍ତୁ ଏସବୁଠାରୁ ପୂରା ଅଲଗା । ଆଖି ଖୋଲିଲେ ତ ଦେଖିପାରେ, ହେଲେ ଆଖି ବନ୍ଦ କଲା ପରେ ବି ସବୁ କିଛି ଦେଖିପାରେ ।  ଆଖିରେ କଳାପଟି ବାନ୍ଧି ଦିଅନ୍ତୁ, ଆଖିରେ ଆଗରେ ଥିବା ସବୁ ଜିନିଷକୁ ଗୋଟି ଗୋଟି କହିଦେବ ଆଲିଶା ।

ଆଖି ବନ୍ଦ କରି ଦେଖିବା ଆଲିଶାଙ୍କ ବାମ ହାତର ଖେଳ । ଆଖିରେ ପଟି ବାନ୍ଧିବା ପରେ ବ୍ୟାଙ୍କ ଏଟିଏମ୍ ଠାରୁ ଆରମ୍ଭ କରି ମୋବାଇଲ୍, ତାସ ପତ୍ତା ଠାରୁ କଲମ ଯାଏଁ,  ଯାହା ବି ଦେଖାନ୍ତୁ ତାହା ନିର୍ଭୁଲ ଭାବେ କହି ଦେଇପାରିବ ଆଲିଶା।

କେବଳ ସେତିକି ନୁହେଁ, ଆଖି ବନ୍ଦ କରି ବି ଗଣିତ ବି କଷି ଦେଇ ପାରନ୍ତି ଆଲିଶା । ଏହି କୁନି ବୟସରୁ ତାଙ୍କର ଏହି ବିରଳ ପ୍ରତିଭା ପାଇଁ ସାରା ବରଗଡ ଜିଲ୍ଲାରେ ଚର୍ଚ୍ଚା ଯୋର ଧରିଛି । ସେପଟେ ଝିଅର ଏଭଳି ଦକ୍ଷତା ନେଇ ବାପା ଖୁସି ହେବା ସହ ଡାକ୍ତରଙ୍କ ପରାମର୍ଶ କରିବେ ବୋଲି କହିଛନ୍ତି । ତେବେ ଆଲିଶାଙ୍କ ଏହି ବିରଳ ପ୍ରତିଭା ଜଣାପଡିବା ପରେ ଏବେ ତାଙ୍କର ବରଗଡ଼ ଶ୍ୟାମାକାଳି ଏନକ୍ଲେଭ ବାସଭବନରେ ଲୋକଙ୍କ ଗହଳି ଲାଗୁଛି ।

ସମ୍ବନ୍ଧିତ ଖବର