ମାଛ ପେଟରେ ଉର୍ଦ୍ଦୁରେ ଲେଖା ହୋଇଛି ‘ଅଲ୍‌ହା’ ! ପାଳି ଥିବା ବ୍ୟକ୍ତିଙ୍କ ଦାବି, ଘର ସୁଖ-ସମୃଦ୍ଧି ପୂରି ଉଠିଛି

ସାମଲି: ଉତ୍ତରପ୍ରଦେଶର ସାମଲି ଜିଲ୍ଲାରେ ଏକ ମାଛ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛି। ଏହି ମାଛ ବିଷୟରେ ଖବର ପାଇବା ପରେ ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମୁଛି। ଲୋକମାନେ ମାଛକୁ କିଣିବା ପାଇଁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ରାଜି ହୋଇଯାଇଛନ୍ତି।

ସାମଲିର କେରାନାରେ ରହୁଥିବା ଶବାବ ଅହମଦ ମାଛକୁ ପାଳିବା କାମ କରିଥାଆନ୍ତି। ତାଙ୍କ ପାଖରେ ଏମିତି ଏକ ମାଛ ଅଛି, ଯାହାର ପେଟରେ ଉର୍ଦ୍ଦୁରେ ‘ଅଲ୍‌ହା’ ଲେଖାଥିବା ଦେଖିବାକୁ ମିଳିଛି। ଶବାବଙ୍କ କହିବାନୁସାରେ, ପାଖାପାଖି ୮ମାସ ପୂର୍ବରୁ ସେ ଏହି ମାଛକୁ ଘରକୁ ଆଣିଥିଲେ। ଆକ୍ୟୁରିୟମ୍‌ରେ ଯେମିତି ଯେମିତି ଏହି ମାଛଟି ବଡ଼ ହେବାକୁ ଲାଗିଥିଲା, ତାର ପେଟରେ ହଳଦିଆ ରଙ୍ଗରେ ଉର୍ଦ୍ଦୁରେ ‘ଅଲ୍‌ହା’ ଲେଖାଥିବା ଦେଖିବାକୁ ମିଳିଥିଲା। ଯେବେଠାରୁ ସେ ଏହି ମାଛକୁ ଘରକୁ ଆଣିଛନ୍ତି ସୁଖ-ସମୃଦ୍ଧିରେ ଘର ପୂରି ଯାଇଛି ବୋଲି ଶବାବ ଦାବି କରିଛନ୍ତି।

ଏହି ବିଚିତ୍ର ମାଛ ସହିତ ଆକ୍ୟୁରିୟମ୍‌ରେ ୧୦ଟି ଅନ୍ୟ ମାଛକୁ ଶବାବ ପାଳିଛନ୍ତି। ତେବେ ଏହି ବିଚିତ୍ର ମାଛକୁ ଦେଖିବା ପାଇଁ ଶବାବଙ୍କ ଘରେ ଲୋକଙ୍କ ଭିଡ ଜମୁଛି। ସାମଲିରେ ବସବାସ କରୁଥିବା ହାଜି ରହିଦ୍‌ ଖାନ୍‌ ନାମକ ଜଣେ ବ୍ୟକ୍ତି ମାଛର ମୂଲ୍ୟ ୫ଲକ୍ଷ ଟଙ୍କା ରଖିଛନ୍ତି। ଶବାବ ମାଛର ଆହୁରି ଅଧିକ ମୂଲ୍ୟର ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର