ମୁକେଶ ଅମ୍ବାନୀଙ୍କ ପୁଅ ବିବାହ କାର୍ଡ ଭାଇରାଲ୍‌, କାର୍ଡର ଦାମ ୧.୫ ଲକ୍ଷ ଟଙ୍କା!

ମୁମ୍ବାଇ: ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ତାଙ୍କ ଜ୍ୟୋଷ୍ଠ ପୁତ୍ର ଆକାଶ ଅମ୍ବାନୀଙ୍କ ବାହାଘର ପାଇଁ ପ୍ରସ୍ତୁତ ଆରମ୍ଭ କରି ଦେଇଛନ୍ତି। ଆକାଶଙ୍କ ବାହାଘର ପାଇଁ ହୋଇଥିବା କାର୍ଡଟି ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆକାଶଙ୍କ ବିବାହ କାର୍ଡର ଦାମ ରହିଛି ୧.୫ ଲକ୍ଷ ଟଙ୍କା। ଏହି କାର୍ଡଟି ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚାରେ। ଏବେ ସୁଦ୍ଧା ହୋଇଥିବା ସମସ୍ତ ବିବାହ କାର୍ଡ ତୁଳନାରେ ଆକାଶଙ୍କ ବିବାହ କାର୍ଡ ଦାମୀ ବୋଲି ଜାଣିବାକୁ ମିଳିଛି। ହଁ, ଆପଣ ଏକଥା ବି ଭାବିପାରନ୍ତି ଯେ ଏହି ବିବାହ କାର୍ଡ ଦରରେ ଜଣେ ଚାହିଁଲେ ଆଇଫୋନ୍‌ ଏକ୍ସ ବି କ୍ରୟ କରିପାରନ୍ତି। କେବଳ ଆଇଫୋନ୍‌ କାହିଁକି, ଏଥିରେ ଗୁଡ଼ାଏ ଜିନିଷ କିଣାଯାଇପାରିବ। ମୁକେଶ ଅମ୍ବାନୀ ନିଜ ପୁଅର ବିବାହ ପାଇଁ କରିଥିବା ଏହି ଦାମିକିଆ କାର୍ଡର ଫଟୋ ଏବଂ ଭିଡିଓ ଏବେ ଟୁଇଟ୍‌ରେ ବ୍ୟାପିବାରେ ଲାଗିଛି। ଏହି କାର୍ଡଟି ସ୍ୱର୍ଣ୍ଣ ନିର୍ମିତ।

 

(ସୌଜନ୍ୟ: ଭି କେ ନିଉଜ୍‌)

ମାତ୍ର ରିଲାଏନ୍ସ ପକ୍ଷରୁ ଏହି କଥାକୁ ଅସ୍ୱୀକାର କରାଯାଇଛି। କୁହାଯାଇଛି ଯେ ‘ରିଲାଏନ୍ସ ଜିଓର ବୋର୍ଡ ମେମ୍ବର ଆକାଶ ଅମ୍ବାନୀଙ୍କ ବିବାହ କାର୍ଡ ଭାବେ ଯେଉଁ ଭିଡିଓଟି ଟୁଇଟର୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ଘୂରି ବୁଲୁଛି ତାହା ସଂପୂର୍ଣ୍ଣ ମିଥ୍ୟା। ଆମେ ଏହା ସୂଚୀତ କରାଉଛୁ ଯେ ଭିଡିଓଟି ସଂପୂର୍ଣ୍ଣ ରୂପେ କାଳ୍ପନିକ ଏବଂ ନକଲି। ଆମେ ଆପଣଙ୍କ ବିଶ୍ୱାସକୁ ସମ୍ମାନ ଜଣାଉଛୁ। ଆପଣ ଏପରି ଏକ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ଆମେ ଅନୁରୋଧ କରୁଛୁ।’

ସମ୍ବନ୍ଧିତ ଖବର